ବେଙ୍ଗାଲୁରୁ: ସ୍ବପ୍ନ ଥିଲା ଆଇପିଏସ ହେବେ ଦେଶ ସେବା କରିବେ, ପୋଲିସ ପୋଷାକ ପିନ୍ଧି ବାପାଙ୍କ ଛାତିକୁ କୁଣ୍ଡେମୋଟ କରିବେ । କିନ୍ତୁ ଏ ସ୍ବପ୍ନରେ ଯେମିତି କାହାର ନଜର ଲାଗିଗଲା । ଆଉ ନିମଷକେ ମଧ୍ୟରେ ପୁରଣ ହେବାକୁ ଯାଉଥିବା ସ୍ବପ୍ନ ଭାଙ୍ଗି ରୁଜି ଚୁରମାର ହୋଇଗଲା । ପାଠ ପଢି ୟୁପିଏସସି କ୍ଲିୟର କରି ଆଇପିଏସ ଟ୍ରେନିଂ ନେଲେ । ହେଲେ ଡ୍ୟୁଟି ପାଇଁ ରିପୋର୍ଟ କରିବାକୁ ଯାଉଥିବା ବେଳେ ବାଟରେ ଛକିଥିଲା ଯମ । ସ୍ବପ୍ନ ପୁରଣ ହେବାକୁ ଆଉ ମାତ୍ର କେଇ ମିନିଟ ଥିବା ବେଳେ ତା ପୂର୍ବରୁ ଚାଲିଗଲା ଜୀବନ । ଆମେ କହୁଛୁ କର୍ଣ୍ଣାଟକର ଜଣେ ଯୁବ ଆଇପିଏସ ଅଫିସରଙ୍କ କଥା । ଗତ ରବିବାର ଦିନ ଦୁର୍ଘଟଣାରେ ଟ୍ରେନିଂ ଆଇପିଏସ ଅଫିସର ହର୍ଷ ବର୍ଦ୍ଧନଙ୍କ ମୃତ୍ୟୁ ହୋଇଛି ।
ସ୍ବପ୍ନରେ ଲାଗିଗଲା ନଜର, ଚାଲିଗଲା ଯୁବ ଆଇପିଏସ ଅଫିସରଙ୍କ ଜୀବନ:
2022-23 ବ୍ୟାଚର କର୍ଣ୍ଣାଟକ କ୍ୟାଡର ଆଇପିଏସ୍ ଅଧିକାରୀ ଥିଲେ ହର୍ଷ ବର୍ଦ୍ଧନ । କର୍ଣ୍ଣାଟକ ପୋଲିସ ଏକାଡେମୀରେ ଟ୍ରେନିଂ ଶେଷ କରିବା ପରେ ରବିବାର ହାସନ ଜିଲ୍ଲାର ହୋଲେନରସିପୁରେ ପ୍ରୋବେସନାରୀ ଆସିଷ୍ଟାଣ୍ଟ ସୁପରିଟେଣ୍ଡେଣ୍ ଭାବେ ଯୋଗ ଦେବାକୁ ସରକାରୀ ଗାଡିରେ ଯାଉଥିଲେ । ସ୍ବପ୍ନକୁ ବାସ୍ତବତା ରୂପ ଦେବାକୁ ସମୟ ପାଖେଇ ଆସୁଥିଲା, ମନରେ ଉତ୍କଣ୍ଠା ବଢୁଥିଲା। କିନ୍ତୁ ସେ ଜାଣିନଥିଲା ଏହି ମୁହୁର୍ତ୍ତ ତାଙ୍କ ଜୀବନର ଶେଷ । ହଠାତ ଚକା ଫାଟିବାରୁ କାରଟି ଓଲଟି ପଡିଥିଲା । ଘଟଣାସ୍ଥଳରେ ସେ ଗୁରୁତର ଆହତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମୁଣ୍ଡରେ ଗଭିର ଆଘାତ ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । କାରରେ ଥିବା ଡ୍ରାଇଭର ଗୁରୁତର ଆହତ ହୋଇଥିଲେ ।
ହର୍ଷ ବର୍ଦ୍ଧନଙ୍କ ପରିବାରରେ ଶୋକରଛାୟା:
ହର୍ଷ ବର୍ଦ୍ଧନ ମହୀଶୂର କର୍ଣ୍ଣାଟକ ପୋଲିସ ଏକାଡେମୀରେ ତାଲିମ ସମାପ୍ତ କରିଥିଲେ। ସେ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (ସେଣ୍ଟ୍ରାଲ୍ ରେଞ୍ଜ) ବୋରଲିଙ୍ଗାଇଙ୍କୁ ରିପୋର୍ଟ କରୁଥିଲେ ଏବଂ ହାସନ ଯାଉଥିଲେ। ହର୍ଷବର୍ଦ୍ଧନ ବିହାର ମୂଳ ବାସିନ୍ଦା ହୋଇଥିବା ବେଳେ ପରିବାର ଲୋକେ ମଧ୍ୟପ୍ରଦେଶରେ ରୁହନ୍ତୁ । ସେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ଏବଂ 2022-23 କର୍ଣ୍ଣାଟକ କ୍ୟାଡର ବ୍ୟାଚ୍ ର ଆଇପିଏସ୍ ଅଧିକାରୀ ଥିଲେ । ହର୍ଷବର୍ଦ୍ଧନ ପିତା ଅଖିଳେଶ ସିଂ ବର୍ତ୍ତମାନ ସିଙ୍ଗ୍ରାଉଲିର ଦେବସର ତହସିଲରେ ଏସଡିଏମ ଭାବେ କାର୍ଯ୍ୟରତ ଅଛନ୍ତି । ତାଙ୍କ ସାନଭାଇ UPSC ପାଇଁ ପ୍ରସ୍ତୁତ ହେଉଛନ୍ତି । ହର୍ଷବର୍ଦ୍ଧନଙ୍କ ଅକାଳ ବିୟୋଗରେ ପରିବାରରେ ଶୋକରଛାୟା ଖେଳିଯାଇଛି । କାନ୍ଦି କାନ୍ଧି ମାଟିରେ ଲୋଟି ପଡୁପଛି ମାଆ, କୋହରେ ବାପାର ଛାତି ଫାଟି ଯାଉଛି ।
ପ୍ରଥମ ପ୍ରୟାସରେ UPSC କ୍ଲିୟର କରିଥିଲେ:
ସ୍କୁଲ ସମୟରୁ ଜଣେ ମେଧାବୀ ଛାତ୍ର ଥିଲେ ହର୍ଷବର୍ଦ୍ଧନ । ଇଞ୍ଜିନିୟରିଂ ସରିବା ପରେ UPSC ପରି କଠିନ ପରୀକ୍ଷାକୁ କଠିନ ପରିଶ୍ରମ କରି 2023ରେ କ୍ରାକ କରିଥିଲେ ହର୍ଷବର୍ଦ୍ଧନ । ତାଙ୍କର ରାଙ୍କ 153 ଥିବା ବେଳେ କର୍ଣ୍ଣାଟକ କ୍ୟାଡର ପାଇଥିଲେ । କର୍ଣ୍ଣାଟକ ପୋଲିସ୍ ଏକାଡେମୀରେ ଏକ ମାସର ତାଲିମ ପରେ ସେ ନିଜ ହାସନ ଜିଲ୍ଲାର ଆସିଷ୍ଟାଣ୍ଟ ପୋଲିସ୍ ଅଧୀକ୍ଷକ ଭାବରେ ତାଙ୍କର ପ୍ରଥମ ନିଯୁକ୍ତି ପାଇଥିଲେ।