ETV Bharat / bharat

ଯୋଗୀ ସରକାରଙ୍କୁ ସୁପ୍ରିମ ଝଟକା: କାଉଡି ଯାତ୍ରାକୁ ନେଇ ବଡ଼ ରାୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ - SC on Kanwar Yatra case

author img

By ETV Bharat Odisha Team

Published : Jul 22, 2024, 2:54 PM IST

Updated : Jul 22, 2024, 3:43 PM IST

SC Stay on Kanwar Yatra case: କାଉଡି ଯାତ୍ରା ମାର୍ଗରେ ଦୋକାନୀଙ୍କୁ ନାମ ଲେଖିବାକୁ ବାଧ୍ୟ କରିପାରିବନି ପୋଲିସ । ଯୋଗୀ ସରକାରର ନିଷ୍ପତ୍ତି ଉପରେ ଅନ୍ତରୀଣ ରହିତାଦେଶ ଜାରି କଲେ ସର୍ବୋଚ୍ଚ କୋର୍ଟ । ଅଧିକ ପଢନ୍ତୁ

ଯୋଗୀ ସରକାରଙ୍କୁ ସୁପ୍ରିମ ଝଟକା: କାଉଡି ଯାତ୍ରାକୁ ନେଇ ବଡ଼ ରାୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ
ଯୋଗୀ ସରକାରଙ୍କୁ ସୁପ୍ରିମ ଝଟକା: କାଉଡି ଯାତ୍ରାକୁ ନେଇ ବଡ଼ ରାୟ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ (Etv Bharat)

ନୂଆଦିଲ୍ଲୀ: କାଉଡି ଯାତ୍ରା ମାର୍ଗରେ ଥିବା ଭୋଜନାଳୟ ଓ ଅନ୍ୟ ଫାଷ୍ଟଫୁଡ ଦୋକାନରେ ଦୋକାନୀଙ୍କ ନାମ ଲେଖିବା ପାଇଁ ବାଧ୍ୟ କରିପାରିବନି ପୋଲିସ କିମ୍ବା ପ୍ରଶାସନ । ଆଜି ଏହି ରାୟ ସହ ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡ ସରକାର ସର୍ବୋଚ୍ଚ କୋର୍ଟରୁ ଝଟକା ଖାଇଛନ୍ତି । ଉଭୟ ସରକାର ଦ୍ବାରା ଜାରି ନିର୍ଦ୍ଦେଶରେ ସର୍ବୋଚ୍ଚ କୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି । ପରବର୍ତ୍ତୀ ରାୟ ପର୍ଯ୍ୟନ୍ତ ଏହି ଆଦେଶକୁ କାର୍ଯ୍ୟକାରୀ ନକରିବାକୁ ଖଣ୍ଡପୀଠ କହିଛନ୍ତି ।

ଆଜି ଠାରୁ ଶ୍ରାବଣ ମାସ ଆରମ୍ଭ ହେବାକୁ ଯାଉଛି । ହେଲେ କୌଣସି ପରିସ୍ଥିତିରେ ଦୋକାନୀଙ୍କୁ ସ୍ଥାନୀୟ ପୋଲିସ ଏପରି କରିବାକୁ ବାଧ୍ୟ କରିପାରିବ ନାହିଁ କିମ୍ବା ରାଜ୍ୟ ସରକାର ପୋଲିସକୁ ଏପରି କରିବା ପାଇଁ ନିର୍ଦ୍ଦେଶ ଦେଇପାରିବେ ନାହିଁ ବୋଲି ସର୍ବୋଚ୍ଚ କୋର୍ଟ ଆଜି ଶୁଣାଣିରେ ସ୍ପଷ୍ଟ କରିଛନ୍ତି । କିଛି ସ୍ଥାନରେ ଶ୍ରାବଣ ଆରମ୍ଭ ହେବା ପୂର୍ବରୁ ପୋଲିସ ଓ ପ୍ରଶାସନ ଦୋକାନୀଙ୍କୁ ଏପରି କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏପରିକି ନାମ ଓ ଦୋକାନର ନାମ ସହ ବିକ୍ରେତାଙ୍କ ମୋବାଇଲ ନମ୍ବର ମଧ୍ୟ ଲେଖିବାକୁ ମଧ୍ୟ ବାଧ୍ୟ କରାଯାଉଥିବା ଅଭିଯୋଗ ସହ ମାମଲା କୋର୍ଟରେ ପହଞ୍ଚିଥିଲା । ଆଜି କୋର୍ଟ ଏହି ରାୟ ସହ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।

ପ୍ରଥମେ ଉତ୍ତର ପ୍ରଦେଶ ସରକାର ଏହି ନିର୍ଦ୍ଦେଶ ଜାରି କରିବା ପରେ ଏହାକୁ କିଛି ବର୍ଗ ସ୍ବାଗତ କରିଥିବା ବେଳେ ଅନ୍ୟ କିଛି ବିରୋଧ ମଧ୍ୟ କରିଥିଲେ । ଏକାଧିକ ସାମାଜିକ ସଂଗଠନ ଯୋଗୀ ସରକାରର ଏହି ନିଷ୍ପତ୍ତିକୁ ଧାର୍ମିକ ଭେଦଭାବ ସୃଷ୍ଟିକାରୀ ଓ ସାମାଜିକ ସଂହତି ନଷ୍ଟ କରିବା ଉଦ୍ଦେଶ୍ୟମୂଳକ ବୋଲି କହିଥିଲେ । ଏହା ପରେ ମାମଲା ସିଧା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ଆଜି ଜଷ୍ଟିସ ହୃଷିକେଶ ରାୟ ଓ ଜଷ୍ଟିସ ଏସ.ଭି.ଏମ ଭଟ୍ଟିଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ :- ସଂସଦରେ NEET ତାତି: ବିରୋଧୀ କହିଲେ କାହିଁକି ଇସ୍ତଫା ଦେଇନାହାନ୍ତି ଶିକ୍ଷାମନ୍ତ୍ରୀ ! ଉତ୍ତର ରଖିଲେ ଧର୍ମେନ୍ଦ୍ର - NEET ROW IN PARLIAMENT

ଆଜି ଶୁଣାଣିରେ ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଘଭି ପକ୍ଷ ରଖିଥିଲେ । ସରକାର ଖାଦ୍ୟ ନିରାପତ୍ତା ନିୟମ ବାହାରକୁ ଯାଇ ଏହି ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣ (FSSAI)ର ନିୟମାବଳି ଅନୁସାରେ ବଜାରରେ ବିକ୍ରି ହେଉଥିବା କୌଣସି ଖାଦ୍ୟର ଇନଗ୍ରିଡିଏଣ୍ଟସ ଓ ଏହା ଆମିଷ କିମ୍ବା ନିରାମିଷ ବୋଲି ଉଲ୍ଲେଖ କରିବାର ନିୟମ ରହିଛି । ମାତ୍ର କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି କରାଯାଉଥିବା ଦୋକାନ ସମ୍ପର୍କରେ ଉଲ୍ଲେଖ କରାଯିବା ନିଷ୍ପତ୍ତି ଉଚିତ ନୁହେଁ ବୋଲି କହିଥିଲେ । କୋର୍ଟ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ନିର୍ଦ୍ଦେଶରେ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 22, 2024, 3:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.