ETV Bharat / bharat

ଗ୍ଲାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ଚାଲିଗଲା 5 ଜୀବନ, ମୃତକଙ୍କ ମଧ୍ୟରେ ଓଡ଼ିଆ - Odia Labour death in Telangana

author img

By ETV Bharat Odisha Team

Published : Jun 28, 2024, 7:44 PM IST

Updated : Jun 28, 2024, 10:08 PM IST

Gas compressor explosion: ଗ୍ଲାସ ଫ୍ୟାକ୍ଟ୍ରିରେ ବଡ଼ ଧରଣର ବିସ୍ଫୋରଣ । କମ୍ପ୍ରେସର ଫାଟିବା ପରେ ଓଡ଼ିଆ ଶ୍ରମିକଙ୍କ ସମେତ 5 ଜଣଙ୍କ ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ

GLASS FACTORY EXPLOSION
GLASS FACTORY EXPLOSION (ETV Bharat)

ହାଇଦ୍ରାବାଦ: ଗ୍ଲାସ ଫ୍ୟାକ୍ଟ୍ରିରେ ଫାଟିଲା କମ୍ପ୍ରେସର । ବିସ୍ଫୋରଣରେ ଅକାଳରେ ଆଖି ବୁଜିଛନ୍ତି 5 ଜଣ ଶ୍ରମିକ । ମୃତ ଶ୍ରମିକଙ୍କ ମଧ୍ୟରେ କିଛି ଓଡ଼ିଆ ଥିବା ଜଣାପଡ଼ିଛି । ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାର ଶାଦନଗର ସ୍ଥିତ ସାଉଥ ଗ୍ଲାସ ପ୍ରାଇଭେଟ ଲିମିଟେଡରେ ଏଭଳି ଭୟଙ୍କର ଅଘଟଣ ଘଟିଛି । ଏହାପରେ ଉକ୍ତ ଶିଳ୍ପାଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ମୃତକଙ୍କ ମଧ୍ୟରେ ଓଡ଼ିଆ ସମେତ ବିହାର ଓ ଉତ୍ତର ପ୍ରଦେଶରୁ ଶ୍ରମିକ ଥିବା ଜଣାପଡ଼ିଛି । ଅନ୍ୟପଟେ 15ରୁ ଅଧିକ ଶ୍ରମିକ ଆହତ ହୋଇଛନ୍ତି ।

ଏହି ଅଘଟଣରେ 5 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ମଧ୍ୟରେ ଓଡ଼ିଶା, ବିହାର ଓ ଉତ୍ତର ପ୍ରଦେଶରୁ ଶ୍ରମିକ ଅଛନ୍ତି । ମୃତକମାନେ ହେଉଛନ୍ତି ଉତ୍ତର ପ୍ରଦେଶର ନିକିତ(22), ରାମସେତୁ (24) । ସେହିପରି ବିହାରରୁ ଚିତ୍ତରଞ୍ଜନ (25) ଓ ରାମପ୍ରକାଶ (45) ଓ ଓଡ଼ିଶାରୁ 25 ବର୍ଷୀୟ ଯୁବକ ରତିକାନ୍ତ ବୋଲି ଜଣାପଡ଼ିଛି । ଆହତ ଶ୍ରମିକମାନେ ଗୁରୁତର ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ପାଇବା ପରେ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବିଭାଗ ଟିମ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି । ପ୍ରାଥମିକ ସୂଚନା ଅନୁସାରେ କମ୍ପ୍ରେସର ଫାଟିବା ଦ୍ବାରା ବିସ୍ଫୋରଣ ଘଟିଛି ବୋଲି କୁହାଯାଉଛି । ମାତ୍ର ତଦନ୍ତ ପ୍ରକ୍ରିୟା ଆଗକୁ ବଢିଲେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଫ୍ୟାକ୍ଟ୍ରି କର୍ତ୍ତୃପକ୍ଷ କହିଛନ୍ତି ।

ଗ୍ଲାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ
ଗ୍ଲାସ ଫ୍ୟାକ୍ଟ୍ରିରେ ବିସ୍ଫୋରଣ (ETV Bharat Odisha)

ଏହା ବି ପଢନ୍ତୁ- ଓମାନରେ ଫସିଛନ୍ତି ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ ଭିଡିଓରେ ଆକୁଳ ନିବେଦନ

ଗୁରୁତର ଆହତ ହୋଇଥିବା ଶ୍ରମିକଙ୍କୁ ଓସମାନିଆ ଓ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ପରେ ନିଆଁ ଯେପରି ଅନ୍ୟ ସ୍ଥାନକୁ ନ ବ୍ୟାପେ, ସେଥିଲାଗି ଆବଶ୍ୟକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ସେପଟେ ଘଟଣାସ୍ଥଳରେ ଶମଶାବାଦ ଡିସିପି ରାଜେଶ ମଧ୍ୟ ଉପସ୍ଥିତ ରହି ପ୍ରତ୍ୟକ୍ଷ ଭାବେ ସ୍ଥିତିର ସମୀକ୍ଷା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ପ୍ରତିକ୍ରିୟା:- ବିସ୍ଫୋରଣ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରତିକ୍ରିୟା ରଖିଛନ୍ତି । ଗୁରୁତରଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇବାରେ ଯେପରି ଅବହେଳା ନ ହୁଏ ସେଥିଲାଗି ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହାସହିତ ପୋଲିସ, ଅଗ୍ନିଶମ ବିଭାଗ ଓ ମେଡିକାଲ ଟିମ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସମବେଦନା ଜଣାଇଲେ KTR:- ବିଆରଏସ କାର୍ଯ୍ୟକାରୀ ସଭାପତି କେଟିଆର ଶାଦଗନର ବିସ୍ଫୋରଣ ସମ୍ପର୍କରେ ପ୍ରତିକ୍ରିୟା ରଖିଥିବା ବେଳେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏହାସହିତ ରାଜ୍ୟ ସରକାର ଶିଳ୍ପାଞ୍ଚଳରେ ଏଭଳି ଅଘଟଣକୁ ଏଡ଼ାଇବା ଲାଗି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 28, 2024, 10:08 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.