ETV Bharat / bharat

ବଢିଲା ବିଧାୟକ ଏଚଡି ରେବନ୍ନାଙ୍କ ଅଡୁଆ, ମେ ୧୪ ଯାଏଁ ନ୍ୟାୟିକ ହେପାଜତରେ ରହିବେ - Sexual Assault Case - SEXUAL ASSAULT CASE

Sexual Assault & Kidnapping Case: ବଢିଲା ପୂର୍ବତନ ମନ୍ତ୍ରୀ ଏଚଡି ରେବନ୍ନାଙ୍କ ଅଡୁଆ । ସେ ମେ ୧୪ ତାରିଖ ଯାଏଁ ନ୍ୟାୟିକ ହେପାଜତରେ ରହିବେ । ଅଧିକ ପଢନ୍ତୁ

Sexual Assault Case
Sexual Assault Case (ETV Bharat)
author img

By ETV Bharat Odisha Team

Published : May 8, 2024, 10:02 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ଯୌନ କେଳେଙ୍କାରୀ ଓ ଅପରହଣ ମାମଲା । ବଢିଲା ପୂର୍ବତନ ମନ୍ତ୍ରୀ ଏଚଡି ରେବନ୍ନାଙ୍କ ଅଡୁଆ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ସେ ନ୍ୟାୟିକ ହେପାଜତରେ ରହିବେ । ସୂଚନା ଅନୁସାରେ, ଏଚ ଡି ରେବନ୍ନାଙ୍କୁ ଆଜି (୮ ମେ)ରେ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିଥିଲେ ତଦନ୍ତକାରୀ ସଂସ୍ଥା ଏସଆଇଟି (SIT) । ଏହି ଅପହରଣ ମାମଲାରେ ସେ ଅନ୍ତରୀଣ ଜାମିନ ଆବେଦନ କରିଥିବାବେଳେ ତାହା ଖାରଜ ହୋଇଛି । ଜାମିନ ଆବେଦନକୁ ନେଇ ଆପତ୍ତି ଉଠାଇଥିଲା SIT । ଏହାସହ ରେବନ୍ନାଙ୍କୁ ପଚରାଉଚରା ପାଇଁ ୭ ଦିନ ସମୟ ମାଗିଥିଲା ତଦନ୍ତକାରୀ ସଂସ୍ଥା । ଏହାପରେ ଆଜି ଏଚ ଡି ରେବନ୍ନାଙ୍କୁ ନ୍ୟାୟିକ ହେପାଜତକୁ ପଠାଇ ଦିଆଯାଇଛି ।

ଏହି ମାମଲାକୁ ନେଇ କର୍ଣ୍ଣାଟକ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି । କ୍ଷମତାରେ ଥିବା କଂଗ୍ରେସ ସରକାରକୁ ଟାର୍ଗେଟ୍ କରିଛି ବିଜେପି । ଏହାସହ ଏନଡିଏର ଅନ୍ୟ ସହଯୋଗୀ ଦଳମାନେ ମଧ୍ୟ ଦାବି କରିଛନ୍ତି ଯେ, ଏହି ମାମଲାର ତଦନ୍ତଭାର ସିବିଆଇକୁ ହସ୍ତାନ୍ତର କରାଯାଉ । କହିରଖୁଛୁ ଯେ, ଲୋକସଭା ନିର୍ବାଚନ ବେଳେ ପ୍ରଜ୍ବଳ ରେବନ୍ନାଙ୍କ ସହ ଜଡ଼ିତ କିଛି ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହୋଇଥିଲା । କର୍ଣ୍ଣାଟକ ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଡକ୍ଟର ନାଗଲକ୍ଷ୍ମୀ ଚୌଧୁରୀ ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ରାଜ୍ୟ ପୋଲିସ ମୁଖ୍ୟ ଆଲୋକ ମୋହନଙ୍କୁ ଚିଠି ଲେଖିଥିଲେ । ଏହି ଅଶ୍ଳୀଳ ଭିଡିଓ ମାମଲାର ଯାଞ୍ଚ ପାଇଁ ଚିଠି ମାଧ୍ୟମରେ ନିବେଦନ କରାଯାଇଥିଲା । ଏହାପରେ କଂଗ୍ରେସ ସରକାର ଗତ ୨୮ ଏପ୍ରିଲରେ ମାମଲାର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲେ । ସେପଟେ ପ୍ରଜ୍ବଳ ରେବନ୍ନା ଦେଶ ଛାଡି ପଳାୟନ କରିଥିବାବେଳେ ତାଙ୍କ ବିରୋଧରେ ଲୁଟ୍ ଆଉଟ ନୋଟିସ ଜାରି ହୋଇଥିଲା ।

ଏହା ବି ପଢନ୍ତୁ...ବିନା ପ୍ରମାଣରେ ରାଜନୈତିକ ଷଡ଼ଯନ୍ତ୍ର କରି ମୋତେ ଗିରଫ କରାଯାଇଛି: ଏଚଡି ରେବନ୍ନା - HD Revanna Reaction After Arrest

ରେବନ୍ନାଙ୍କ ପୁଅ ପ୍ରଜ୍ଜ୍ବଳ ରେବନ୍ନାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଥିବା ଜଣେ ମହିଳାଙ୍କୁ ଏଚଡି ରେବନ୍ନା ଅପହରଣ କରି ନେଇଥିବା ଅଭିଯୋଗ ହୋଇଥିଲା । ଏନେଇ ପୀଡ଼ିତାଙ୍କ ପୁଅ ମେ 2 ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ମହିଳାଙ୍କୁ ଅପହରଣ କରାଯାଇଥିବା ପୀଡ଼ିତାଙ୍କ ପୁଅ ଅଭିଯୋଗ କରିଥିଲେ । ଏଚଡି ରେବନ୍ନା ହାସନ ଜିଲ୍ଲାର ହୋଲେନାରାସିପୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଧାୟକ ଅଛନ୍ତି । ସେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ବଡ଼ ଭାଇ ହୋଇଥିବାବେଳେ ପୂର୍ବରୁ ମନ୍ତ୍ରୀ ମଧ୍ୟ ରହିଆସିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.