ETV Bharat / bharat

ଝାଡ଼ଖଣ୍ଡରେ ପୁଣି ଆରମ୍ଭ ହେଲା ହେମନ୍ତ ଯୁଗ, ତୃତୀୟ ଥର ପାଇଁ ନେଲେ ଶପଥ - Hemant Soren oath taking

author img

By ETV Bharat Odisha Team

Published : Jul 4, 2024, 5:25 PM IST

Updated : Jul 4, 2024, 5:59 PM IST

Hemant Soren takes oath as Jharkhand Chief Minister: ଆଜି ତୃତୀୟ ଥର ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ । ରାଜଭବନରେ ଆୟୋଜିତ ହେଲା ଶପଥ ଗ୍ରହଣ ଉତ୍ସବ । ଅଧିକ ପଢନ୍ତୁ

ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ
ତୃତୀୟ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ (ETV Bharat Odisha)

ରାଞ୍ଚି: ଝାଡଖଣ୍ଡରେ ଆଜିଠୁ ଆଉଥରେ ଆରମ୍ଭ ହୋଇଛି ହେମନ୍ତ ଯୁଗ । ପୁଣିଥରେ ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ । ଝାଡଖଣ୍ଡର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ସେ ଆଜି(ଗୁରୁବାର) ସନ୍ଧ୍ୟାରେ ଶପଥ ନେଇଛନ୍ତି । ରାଜଭବନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଏହାରି ସହିତ ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ । ଜମି ଦୁର୍ନୀତି ମାମଲାରେ ୫ ମାସ ଜେଲରେ ରହିବା ପରେ ଦୁଇ ଦିନ ତଳେ ହେମନ୍ତ ଜାମିନରେ ବାହାରିଥିଲେ । ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ଚମ୍ପାଇ ସୋରେନ ଇସ୍ତଫା ଦେବା ପରେ ଆଜି ସେ ଶପଥ ନେଇଛନ୍ତି ।

ଜେଏମଏମ ସୁପ୍ରିମୋ ଶିବୁ ସୋରେନଙ୍କ ପୁଅ ହେଉଛନ୍ତି ହେମନ୍ତ ସୋରେନ । ସେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର (JMM) କାର୍ଯ୍ୟକାରୀ ସଭାପତି ଅଛନ୍ତି । ବହୁଚର୍ଚ୍ଚିତ ରାଞ୍ଚି ଦୁର୍ନୀତି ମାମଲାରେ ଚଳିତ ବର୍ଷ ଜାନୁଆରୀ ୩୧ ତାରିଖରେ ଇଡି ତାଙ୍କୁ ଗିରଫ କରିଥିଲା । ସେହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ସ୍ଥାନରେ ଦଳର ବରିଷ୍ଠ ନେତା ଚମ୍ପାଇ ସୋରେନ ଫେବୃଆରୀ ୨ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ।

୫ ମାସ ପରେ ଗତ ୨୮ ତାରିଖରେ ହେମନ୍ତ ଜାମିନରେ ଜେଲରୁ ମୁକୁଳିଥିଲେ । ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଥିଲେ । ଏହାପରେ ଗତକାଲି ତାଙ୍କର ବାସଭବନରେ ଜେଏମଏମ ବିଧାୟକ ଦଳର ବୈଠକ ବସିଥିଲା । ସେଥିରେ ହେମନ୍ତଙ୍କୁ ବିଧାୟକ ଦଳ ନେତା ଚୟନ କରାଯାଇଥିଲା । ଏହାପରେ କାଲି ସନ୍ଧ୍ୟାରେ ଚମ୍ପାଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ସରକାର ଗଠନ ପାଇଁ ହେମନ୍ତ ରାଜ୍ୟପାଳଙ୍କ ନିକଟରେ ଦାବି କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ଜମି ଦୁର୍ନୀତି ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ - HEMANT SOREN GOT BAIL

ଅନ୍ୟପଟେ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେମନ୍ତ ସୋରେନଙ୍କୁ ଜାମିନ ନେଇ ଝାଡଖଣ୍ଡ ହାଇକୋର୍ଟଙ୍କ ଆଦେଶକୁ ଖୁବଶୀଘ୍ର ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିପାରେ । କହିରଖୁଛୁ କି, ଗତ ୨୮ ତାରିଖରେ ଝାଡଖଣ୍ଡ ହାଇକୋର୍ଟର ଜଷ୍ଟିସ ରଙ୍ଗୋନ ମୁଖୋପାଧ୍ୟାୟଙ୍କ ଜଣିକିଆ ଖଣ୍ଡପୀଠ ହେମନ୍ତଙ୍କୁ ଜାମିନ ପ୍ରଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 4, 2024, 5:59 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.