ETV Bharat / bharat

ରକ୍ତର ନୁହେଁ ପ୍ରେମର ସମ୍ପର୍କ ବନ୍ଧୁତ୍ୱ: ପୁରାଣରୁ ଆଧୁନିକ ଯୁଗ ଯାଏ... ସବୁଠି ରହିଛି ଭିନ୍ନ ଏକ ସ୍ଥାନ - Friendship Day 2024

author img

By ETV Bharat Odisha Team

Published : Aug 4, 2024, 12:40 PM IST

Updated : Aug 4, 2024, 1:56 PM IST

Friendship Day: ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯିଏ ଜୀବନର ପ୍ରତ୍ୟେକ ଭଲ ଏବଂ ଖରାପ ମୋଡ଼ରେ ଆମ ସହିତ ଛିଡା ହୁଏ, ସେ ଜଣେ ପ୍ରକୃତ ବନ୍ଧୁ । ଯଦି ଜୀବନରେ ଭଲ ବନ୍ଧୁ ଅଛନ୍ତି ତେବେ ଜୀବନ ସହଜ ହୋଇଯାଇଥାଏ । ଭାରତୀୟ ପରମ୍ପରାରେ ବନ୍ଧୁତ୍ୱର ଅନେକ କାହାଣୀ ଅଛି । ଏଥିମଧ୍ୟରୁ ଗୋଟିଏ ହେଉଛି କୃଷ୍ଣ ଏବଂ ସୁଦାମାଙ୍କ କାହାଣୀ । ତେବେ ଆଜି ବନ୍ଧୁତା ଦିବସରେ ଚାଲନ୍ତୁ ଜାଣିବା, ବନ୍ଧୁତାର ମହତ୍ୱ କ'ଣ ଏବଂ କୃଷ୍ଣ ଏବଂ ସୁଦାମାଙ୍କୁ କାହିଁକି ଶ୍ରେଷ୍ଠ ବନ୍ଧୁତାର ଆଖ୍ୟା ଦିଆଯାଇଛି?

'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ'
'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (ETV Bharat Odisha)

ହାଇଦ୍ରାବାଦ: ମଣିଷ ଜନ୍ମ ଦ୍ୱାରା ପାରିବାରିକ ସମ୍ପର୍କ ପାଇଥାଏ । ଜନ୍ମ ସମୟରେ ପିତା-ମାତା, ଭାଇ ଏବଂ ଭଉଣୀ ପରି ଆମେ ଏହି ସମସ୍ତ ସମ୍ପର୍କ ପାଇଥାଉ । କିନ୍ତୁ ବନ୍ଧୁତା ହେଉଛି ଏକ ସମ୍ପର୍କ ଯାହାକୁ ଆମେ ନିଜେ ବାଛୁ । ବନ୍ଧୁତା... ରକ୍ତର ସମ୍ପର୍କ ନୁହେଁ କିନ୍ତୁ ଏହା ଏକ ପବିତ୍ର ସମ୍ପର୍କ, ଯାହା ଅନାବିଳ ପ୍ରେମ, ବିଶ୍ବାସ ଓ ଭରସାର ପ୍ରତୀକ । ପ୍ରକୃତ ବନ୍ଧୁ ହେଉଛନ୍ତି ଯିଏ, ଆମକୁ ଭୁଲ ପଥରେ ଚାଲିବା ଠାରୁ ରକ୍ଷା କରନ୍ତି ଏବଂ ଖରାପ ସମୟରେ ଏକ ଦୃଢ ସ୍ତମ୍ଭ ପରି ଆମ ସହିତ ଠିଆ ହୁଅନ୍ତି । ଭାରତୀୟ ପରମ୍ପରାରେ ବନ୍ଧୁମାନଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ।

  • ଯୁଗେ-ଯୁଗେ ରହିଛି ବନ୍ଧୁତାର ନିଚ୍ଛକ ଉଦାହରଣ

ବନ୍ଧୁତା କେବଳ ଆଧୁନିକ ସମାଜରେ ସୀମିତ ନୁହେଁ । ପୂରଣରେ ମଧ୍ୟ ରହିଛି ବନ୍ଧୁତାର ବର୍ଣ୍ଣନା । ସେଥିମଧ୍ୟରୁ ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ଏବଂ ସୁଦାମା, ଶ୍ରୀକୃଷ୍ଣ-ଦ୍ରୌପଦୀ, ଶ୍ରୀକୃଷ୍ଣ-ଅର୍ଜୁନଙ୍କ ମଧ୍ୟରେ ବନ୍ଧୁତ୍ୱର ଉତ୍କୃଷ୍ଟ ଉଦାହରଣର ବର୍ଣ୍ଣନା ରହିଛି । ବନ୍ଧୁତ୍ୱର ସମ୍ପର୍କ ଅତ୍ୟନ୍ତ ସ୍ୱତନ୍ତ୍ର, ଯାହାର କୌଣସି ମୂଲ୍ୟ ଦେବା ସମ୍ଭବ ନୁହେଁ । ଏହି ବିଶେଷ ସମ୍ପର୍କକୁ ଆହୁରି ସ୍ୱତନ୍ତ୍ର କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ ପ୍ରଥମ ରବିବାରରେ ସାରା ବିଶ୍ୱରେ ବନ୍ଧୁତା ଦିବସ ପାଳନ କରାଯାଏ । ତେବେ ଆଜି ବନ୍ଧୁତା ଦିବସରେ ଜୀବନ ପଥରେ ସାଙ୍ଗର ଭୂମିକା କଣ ରହିଥାଏ, ଜାଣନ୍ତୁ,

  • କୃଷ୍ଣ ଏବଂ ସୁଦାମାଙ୍କ ବନ୍ଧୁତ୍ୱ

ଶ୍ରୀକୃଷ୍ଣ ଏବଂ ସୁଦାମା ମଧ୍ୟରେ ବନ୍ଧୁତା ଏକ ଉଦାହରଣ । ଯେତେବେଳେ କୃଷ୍ଣ ବାଲ୍ୟକାଳରେ ଋଷି ସନ୍ଦୀପନଙ୍କ ଅଧୀନରେ ପଢୁଥିଲେ, ସେତେବେଳେ ସେ ସୁଦାମାଙ୍କ ସହ ବନ୍ଧୁତା କରିଥିଲେ । କୃଷ୍ଣ ଏକ ରାଜ ପରିବାରରେ ଏବଂ ସୁଦାମା ଏକ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । କିନ୍ତୁ ସମଗ୍ର ବିଶ୍ୱ ସେମାନଙ୍କ ବନ୍ଧୁତାକୁ ପ୍ରଶଂସା କରେ । ଶିକ୍ଷା ସମାପ୍ତ ହେବା ପରେ ଭଗବାନ କୃଷ୍ଣ ରାଜା ହୋଇଥିଲେ, ଅନ୍ୟପଟେ ସୁଦାମାଙ୍କର ଦାରିଦ୍ର କଷ୍ଟ ଆରମ୍ଭ ହୋଇଥିଲା । ରାଜା ଓ ଜଣେ ଦରିଦ୍ର ବ୍ରାହ୍ମଣଙ୍କ ବନ୍ଧୁତା ବେଶ ରୋଚକ ।

  • ଆଖିର ଲୁହରେ ସୁଦାମାଙ୍କୁ ପାଦ ଧୋଇଥିଲେ ଶ୍ରୀକୃଷ୍ଣ

ପତ୍ନୀଙ୍କ ଜିଦ୍‌ରେ ରାଜି ହୋଇ ସୁଦାମା ତାଙ୍କ ପିଲାଦିନର ବନ୍ଧୁ କୃଷ୍ଣଙ୍କୁ ଭେଟିବା ପାଇଁ ଦ୍ୱାରକା ଯାଇଥିଲେ । ଯେତେବେଳେ ରାଜା ଶ୍ରୀକୃଷ୍ଣ ତାଙ୍କ ବନ୍ଧୁ ସୁଦାମାଙ୍କ ଆସିବାର କଥା ଜାଣିଥିଲେ । ତାଙ୍କୁ ଭେଟିବାକୁ କୃଷ୍ଣ ଖାଲି ପାଦରେ ଦୌଡିଥିଲେ ଏବଂ ତାଙ୍କୁ ଆଖିର ଲୁହରେ ସୁଦାମାଙ୍କ ପାଦ ଧୋଇଥିଲେ । ପରେ କୃଷ୍ଣ ତାଙ୍କୁ ପଚାରିଲେ, ବନ୍ଧୁ, ତୁମେ ମୋ ପାଇଁ କଣ ଆଣିଛ ? ସୁଦାମାଙ୍କ ପତ୍ନୀ ଦେଇଥିବା ଖୁଦ ଭଜାକୁ ନେଇ ଖୁସିରେ ଭଗବାନ ଶ୍ରୀକୃଷ୍ଣ ଖାଇଥିଲେ ଏବଂ ପରେ ସୁଦାମାଙ୍କ କଷ୍ଟ ବୁଝି ଦାରିଦ୍ର୍ୟ କଷ୍ଟ ଦୂର କରିଥିଲେ ।

  • ଶ୍ରୀକୃଷ୍ଣ ଏବଂ ଅର୍ଜୁନ- ଦ୍ରୌପଦୀଙ୍କ ବନ୍ଧୁତା

ସେହିପରି ମହାଭାରତରେ ଏହି ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ସର୍ବୋତ୍ତମ ଥିଲା । ଶ୍ରୀକୃଷ୍ଣ ଏବଂ ଅର୍ଜୁନ ଓ ଶ୍ରୀକୃଷ୍ଣ ଏବଂ ଦ୍ରୌପଦୀ । ଦ୍ରୌପଦୀଙ୍କୁ ଅର୍ଜୁନ ବିବାହ କରିଥିଲେ । ଏହି ଦୁହିଁଙ୍କ ବନ୍ଧୁ ଥିଲେ ଶ୍ରୀକୃଷ୍ଣ । ପ୍ରତ୍ୟେକ ପରିସ୍ଥିତିରେ ସେ ଉଭୟଙ୍କୁ ସାହାଯ୍ୟ କରିଥିଲେ । ଅର୍ଜୁନ ତାଙ୍କର ପ୍ରିୟ ବନ୍ଧୁ ଶ୍ରୀକୃଷ୍ଣଙ୍କ ଦ୍ୱାରା ମଧ୍ୟ ସବୁକିଛି ଗ୍ରହଣ କରିଥିଲେ । ଶ୍ରୀକୃଷ୍ଣଙ୍କ ନୀତି ଅନୁଯାୟୀ ଏହି ଯୁଦ୍ଧ ହୋଇଥିଲା ଏବଂ ପାଣ୍ଡବମାନେ ଜିତିଥିଲେ । ସେମାନଙ୍କର ବନ୍ଧୁତ୍ୱର ଶିକ୍ଷା ହେଉଛି ଯେ ଜଣେ ବନ୍ଧୁଙ୍କୁ ସଠିକ୍ ଉପଦେଶ ଦେବା ଉଚିତ୍ ଏବଂ ସାଙ୍ଗର ପରାମର୍ଶକୁ ମଧ୍ୟ ଅନୁସରଣ କରିବା ଉଚିତ । ଶ୍ରୀକୃଷ୍ଣ ତାଙ୍କ ସୁଦର୍ଶନ ଚକ୍ର ଦ୍ୱାରା ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା ​ । ଏହି ସମୟରେ ଦ୍ରୌପଦୀ ତାଙ୍କ ପୋଷାକରୁ ଏକ କପଡା ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧିଥିଲେ । ପରବର୍ତ୍ତୀ ସମୟରେ ଯେତେବେଳେ ଜନସମାବେଶରେ ଦ୍ରୌପଦୀଙ୍କୁ ଅସମ୍ମାନ କରାଯାଇଥିଲା, ସେତେବେଳେ ଶ୍ରୀକୃଷ୍ଣ ତାଙ୍କ ଆଙ୍ଗୁଠିରେ ବନ୍ଧା ହୋଇଥିବା କପଡ଼ାର ଋଣ ଫେରାଇ ଦେଇଥିଲେ ।

'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ'
'ବନ୍ଧୁତା ଦିବସ' ବା 'ଫ୍ରେଣ୍ଡସିପ ଡେ' (Getty)
  • ବନ୍ଧୁତା ଦିବସର ଇତିହାସ:-

ବନ୍ଧୁତ୍ୱ ଦିବସ ବିଷୟରେ କହିବାକୁ ଗଲେ ଏହା ୧୯୫୦ ମସିହାରେ ଯୁକ୍ତରାଷ୍ଟ୍ରରେ ଆରମ୍ଭ ହୋଇଥିଲା । ହଲମାର୍କ କାର୍ଡର ପ୍ରତିଷ୍ଠାତା ଜୋଏସ୍ ହଲ୍ ପ୍ରଥମେ ବନ୍ଧୁତ୍ୱକୁ ସମ୍ମାନ ଦେବା ପାଇଁ ଉତ୍ସର୍ଗୀକୃତ ଦିନର ଏହି ଅବଧାରଣାକୁ ପ୍ରୋତ୍ସାହିତ କରିଥିଲେ । ପୂର୍ବରୁ ଏଥିପାଇଁ କୌଣସି ନିର୍ଦ୍ଦିଷ୍ଟ ତାରିଖ ସ୍ଥିର କରାଯାଇନଥିଲା । ପରେ ଦେଶ ତଥା ବିଦେଶରେ ବନ୍ଧୁତ୍ୱ ଦିବସର ଲୋକପ୍ରିୟତା ବଢିବାରେ ଲାଗିଲା । ୨୦୧୧ ମସିହାରେ, ମିଳିତ ଜାତିସଂଘ ୩୦ ଜୁଲାଇକୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବରେ ସାଂସ୍କୃତିକ ସମ୍ପର୍କ ସ୍ଥାପନ ତଥା ଶାନ୍ତି ପ୍ରତିଷ୍ଠା ପାଇଁ ବନ୍ଧୁତ୍ୱର ଗୁରୁତ୍ୱ ଉପରେ ଧ୍ୟାନ ଦେଇଥିଲା ।

ଏହା ମଧ୍ୟ ପଢନ୍ତୁ: ସର୍ତ୍ତ-ସ୍ବାର୍ଥଠୁ ଊର୍ଦ୍ଧ୍ବରେ ଏ ସମ୍ପର୍କ

  • ଭାରତରେ ବନ୍ଧୁତା ଦିବସ 2024 ମହତ୍ତ୍ୱ ଓ ଉଦ୍ଦେଶ୍ୟ:-

ସମସ୍ତଙ୍କ ଜୀବନରେ ବନ୍ଧୁମାନେ ଏକ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଏବଂ ନିଜର ଭଲ ବନ୍ଧୁଙ୍କୁ ମନେ ପକାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡେ' ବା 'ବନ୍ଧୁତା ଦିବସ' ଭାବରେ ପାଳନ କରାଯାଏ । ଏହି ବିଶେଷ ଦିନରେ ପୁରୁଣା ସାଙ୍ଗମାନଙ୍କ ସହ ପୁନଃ ସଂଯୋଗ ହେବାର ସୁଯୋଗ ନେଇଥାଏ, ସମ୍ପର୍କକୁ ସୁଧାରନ୍ତି । ଏହି ଦିନ ସାଙ୍ଗମାନେ ପରସ୍ପରକୁ ଚକଲେଟ, ଗ୍ରିଟିଙ୍ଗସ କାର୍ଡ ପରି ଅନେକ ଜିନିଷ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ଏହାସହ ନିଜର ବନ୍ଧୁତ୍ବ ଜଣାଇବା ପାଇଁ ଜଣେ ଆଉ ଜଣଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧିଥାନ୍ତି । ହେଲେ ଆଜିକାଲିର ବ୍ୟସ୍ତ ବହୁଳ ଜୀବନରେ ବନ୍ଧୁତ୍ୱ ଦିବସର ବାର୍ତ୍ତା ବୃଦ୍ଧି କରିବାରେ ଡିଜିଟାଲ୍ ପ୍ଲାଟଫର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ବ୍ୟକ୍ତିବିଶେଷ ଏବଂ ସଂଗଠନଗୁଡିକ ସୋସିଆଲ ମିଡିଆ, ବ୍ଲଗ୍, ଏବଂ ୱେବସାଇଟ୍ ବ୍ୟବହାର କରି ପ୍ରେରଣାଦାୟକ କାହାଣୀ ଏବଂ ଏକତାର ବାର୍ତ୍ତା ସମଗ୍ର ବିଶ୍ୱରେ ବନ୍ଧୁ ଏବଂ ସମ୍ପ୍ରଦାୟରେ ପହଞ୍ଚିବା ପାଇଁ ବ୍ୟବହାର କରନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 4, 2024, 1:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.