ETV Bharat / bharat

29 ସପ୍ତାହର ଗର୍ଭ ନଷ୍ଟ କରିବା ଆଦେଶ ଫେରାଇ ନେଲେ ହାଇକୋର୍ଟ

author img

By ETV Bharat Odisha Team

Published : Jan 24, 2024, 7:45 AM IST

Delhi HC recalls order allowing woman to abort: ୨୯ ସପ୍ତାହର ଗର୍ଭ ନଷ୍ଟ କରିବା ଆଦେଶକୁ ଫେରାଇ ନେଲେ ଦିଲ୍ଲୀ ହାଇକୋର୍ଟ । ସ୍ବାମୀଙ୍କ ମୃତ୍ୟୁ ପରେ ମାନସିକ ସ୍ଥିତି ଠିକ୍ ନଥିବାରୁ ଗର୍ଭପାତ ପାଇଁ ଅନୁମତି ମାଗିଥିଲେ ଆବେଦନକାରୀ । ଅଧିକ ପଢନ୍ତୁ

Delhi HC recalls order allowing woman to abort
ଗର୍ଭପାତ ଆଦେଶ ଫେରାଇ ନେଲେ ହାଇକୋର୍ଟ

ନୂଆଦିଲ୍ଲୀ: 29 ସପ୍ତାହ ଗର୍ଭଧାରଣ ପରେ ଗର୍ଭପାତ ପାଇଁ ଅନୁମତି ସଂକ୍ରାନ୍ତ ନିର୍ଦ୍ଦେଶକୁ ପ୍ରତ୍ୟାହୃତ କଲେ ଦିଲ୍ଲୀ ହାଇକୋର୍ଟ । ସ୍ବାମୀଙ୍କ ମୃତ୍ୟୁ ପରେ ଜନୈକା ବିଧବା ମହିଳାଙ୍କ ମାନସିକ ଅବସ୍ଥା ଭଲ ନଥିବାରୁ ଗର୍ଭପାତ ପାଇଁ ଅନୁମତି ମାଗି ହାଇକୋର୍ଟରେ ପିଟିସନ ଦାଖଲ ହୋଇଥିଲା । ଜାନୁୟାରୀ ୪ରେ କୋର୍ଟ ତାଙ୍କୁ 29 ସପ୍ତାହର ଗର୍ଭ ନଷ୍ଟ ପାଇଁ ଅନୁମତି ଦେଇଥିଲେ । କିନ୍ତୁ ଏବେ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ଖଣ୍ଡପୀଠ ଗର୍ଭପାତ ସଂକ୍ରାନ୍ତ ଆଦେଶ ଫେରାଇ ନେଇଛନ୍ତି । ମହିଳାଙ୍କ ଗର୍ଭରେ ବଢୁଥିବା ଶିଶୁ ଜୀବତ ଥିବାର ପୁରା ସମ୍ଭାବନା ରହିଛି ଏବଂ ତା'ର ବଞ୍ଚିବାର ଅଧିକାର ଅଛି ବୋଲି କେନ୍ଦ୍ର ସରକାରଙ୍କ ଆବେଦନରେ କୁହାଯାଇଥିଲା ।

ଏମ୍ସ ହସ୍ପିଟାଲ ମଧ୍ୟ ନିଜ ଜବାବରେ କହିଥିଲା ଯେ, ଯଦି ଭୃଣକୁ ୩୪ ସପ୍ତାହ କିମ୍ବା ଏହାଠୁ ଅଧିକ ଦିନ ପର୍ଯ୍ୟନ୍ତ ରଖାଯାଉଛି, ତେବେ କିଛି ସମସ୍ୟା ନାହିଁ । ଭୃଣକୁ ଆହୁରି ଦୁଇ ସପ୍ତାହ ରଖାଯାଇପାରିବ । ଏପରି କରିବା ଦ୍ବାରା ଉଭୟ ମହିଳା ଓ ଗର୍ଭସ୍ଥ ଶିଶୁର ସ୍ବାସ୍ଥ୍ୟ ଭଲ ରହିବ । ଏହାକୁ ବିଚାରକରି ଖଣ୍ଡପୀଠ ଜାନୁୟାରୀ ୪ରେ ଦେଇଥିବା ନିଜ ଆଦେଶକୁ ଫେରାଇ ନେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଗର୍ଭସ୍ଥ ଶିଶୁର ମଧ୍ୟ ଅଧିକାର ଅଛି: ମହିଳାଙ୍କୁ ଗର୍ଭପାତ ଅନୁମତି ଦେଲେନି ସର୍ବୋଚ୍ଚ କୋର୍ଟ

ସୂଚନାଯୋଗ୍ୟ, ସ୍ବାମୀଙ୍କ ମୃତ୍ୟୁ ପରେ ଗର୍ଭପାତ କରିବାକୁ ଅନୁମତି ମାଗି ଦିଲ୍ଲୀ ହାଇକୋର୍ଟରେ ଜଣେ ମହିଳାଙ୍କ ପକ୍ଷରୁ ଆବେଦନ ଦାୟର ହୋଇଥିଲା । ସେ ଗମ୍ଭୀର ଭାବେ ଡିପ୍ରେସନର ଶିକାର ଥିବା ଆବେଦନରେ କୁହାଯାଇଥିଲା । ଆବେଦନକାରୀଙ୍କ ଓକିଲ ଅମିତ ମିଶ୍ରା କହିଥିଲେ ଯେ, ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ହେଲେ ଡାକ୍ତର ତାଙ୍କୁ ଗର୍ଭ ଜାରି ରଖିବାକୁ କହିଥିଲେ । ତେବେ ତାଙ୍କର ଅନିଚ୍ଛାରେ ଗର୍ଭଧାରଣ କରିବା ମହିଳାଙ୍କ ବ୍ୟକ୍ତିଗତ ଅଧିକାରର ଉଲ୍ଲଘଂନ ବୋଲି ଆବେଦନରେ ଦର୍ଶାଯାଇଥିଲା ।

ଏହାପରେ ଦିଲ୍ଲୀ ହାଇକୋର୍ଟ ଜାନୁୟାରୀ ୪ରେ ଜନୈକା ବିଧବା ମହିଳାଙ୍କୁ (ଆବେଦନକାରୀ) ୨୯ ସପ୍ତାହର ଭ୍ରୁଣ ନଷ୍ଟ କରିବାକୁ ଅନୁମତି ଦେଇଥିଲେ । ସ୍ବାମୀଙ୍କ ମୃତ୍ୟୁ ପରେ ମହିଳା ବିଷାଦଗ୍ରସ୍ତ ଥିବାରୁ ତାଙ୍କର ମାନସିକ ସ୍ଥିତିକୁ ଦୃଷ୍ଟିରେ ରଖି କୋର୍ଟ ଏହି ଆଦେଶ ଦେଇଥିଲେ । କୋର୍ଟ କହିଥିଲେ ଯେ, ମହିଳାଙ୍କ ମାନସିକ ଅବସ୍ଥା ଭଲ ନାହିଁ । ଏପରି ସ୍ଥିତିରେ ସେ ଗର୍ଭସ୍ଥ ଭୃଣର ଯତ୍ନ ନେଇପାରିବେ ନାହିଁ ।

ହାଇକୋର୍ଟ ଶୁଣାଣି ସମୟରେ ଆହୁରି କହିଥିଲେ ଯେ, ସୁପ୍ରିମକୋର୍ଟ ମଧ୍ୟ ଏଭଳି ପରିସ୍ଥିତିରେ ଗର୍ଭପାତ ପାଇଁ ଅନୁମତି ଦେଇଛନ୍ତି । ଆବେଦନକାରୀଙ୍କ ମାନସିକ ଅବସ୍ଥା ପରିସ୍ଥିତି ପରିବର୍ତ୍ତନ କରିଛି । ତେବେ ଗର୍ଭପାତ ଆଦେଶ ପୂର୍ବରୁ ୨୦୨୩ ଡିସେମ୍ବର ୩୦ରେ ହାଇକୋର୍ଟ ଖଣ୍ଡପୀଠ ଏମ୍ସର ମାନସିକ ଆରୋଗ୍ୟ ବିଭାଗକୁ ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଚେକ୍ ଅପ୍ ପରେ ଏମ୍ସ କୋର୍ଟଙ୍କୁ କହିଥିଲା, ମହିଳା ଗୁରୁତର ଡିପ୍ରେସନ ଦେଇ ଗତି କରୁଛନ୍ତି ଏବଂ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇପାରନ୍ତି । ଏପରି ସ୍ଥିତିରେ ଗର୍ଭଧାରଣ କରିବା ତାଙ୍କ ପାଇଁ ବିପଦଜ୍ଜନକ ହେବ । କହିରଖୁଛୁ କି, ମେଡିକାଲ ଟର୍ମିନେସନ ଅଫ୍ ପ୍ରେଗନେନ୍ସି(ଏମଟିପି) ଆଇନର ସଂଶୋଧନ ପରେ, ଗର୍ଭଧାରଣର ୨୪ ସପ୍ତାହ ଭିତରେ ଗର୍ଭପାତ କରିବାର ଅନୁମତି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.