ETV Bharat / bharat

ହଠାତ ବନ୍ଧୁକରୁ ଫୁଟିଲା ଗୁଳି, ବଲିଉଡ ଅଭିନେତା ଗୋବିନ୍ଦା ଆହତ - Govinda Sustains Bullet Injury

Govinda Shot By His Own Gun: ଅଜାଣତରେ ନିଜ ବନ୍ଧୁକରୁ ଫୁଟିଲା ଗୁଳି । ଆହତ ହୋଇ ହସପିଟାଲରେ ଭର୍ତ୍ତି ହେଲେ ବଲିଉଡ ଅଭିନେତା ତଥା ରାଜନେତା ଗୋବିନ୍ଦା । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)
author img

By ETV Bharat Odisha Team

Published : Oct 1, 2024, 9:50 AM IST

Updated : Oct 1, 2024, 10:19 AM IST

ମୁମ୍ବାଇ: ଗୁଳି ଫୁଟି ଆହତ ହେଲେ ବଲିଉଡ ଅଭିନେତା ତଥା ରାଜନେତା ଗୋବିନ୍ଦା । ନିଜ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ ଭୁଲବଶତଃ ଗୁଳି ଫୁଟିଥିବା ସୂଚନା । ଚିକିତ୍ସା ନିମନ୍ତେ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ମୁମ୍ବାଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଡାକ୍ତର ଗୁଳିଟିକୁ ତାଙ୍କ ଗୋଡରୁ ବାହାର କରି ଦେଇଛନ୍ତି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଥିବା ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା ସୂଚନା ଦେଇଛନ୍ତି ।

ସକାଳ ୫ଟାରେ ଫୁଟିଥିଲା ଗୁଳି:

ମୁମ୍ବାଇ ପୋଲିସର କହିବା ଅନୁଯାୟୀ, ଆଜି ସକାଳ ୫ଟା ସମୟରେ ଗୋବିନ୍ଦା କୋଲକାତା ଯିବା ପାଇଁ ବାହାରୁଥିଲେ । ଏହି ସମୟରେ ସେ ଲାଇସେନ୍ସପ୍ରାପ୍ତ ବନ୍ଧୁକ ସଫା କରୁଥିବା ସମୟରେ ଭୁଲବଶତଃ ହାତ ବାଜି ଗୁଳି ଫୁଟିଯାଇଥିଲା । ଫଳରେ ତାଙ୍କ ଗୋଡରେ ଗୁଳି ବାଜିଥିଲା । ଏହି ଘଟଣା ପରେ ଅଭିନେତା ଗୋବିନ୍ଦାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

ହାତରୁ ବନ୍ଧୁକ ପଡିଯିବାରୁ ଗୁଳି ଫୁଟିଥିଲା:

ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନା କହିଛନ୍ତି, ''ଅଭିନେତା ତଥା ଶିବସେନା ନେତା ଗୋବିନ୍ଦା ଆଜି ସକାଳେ କୋଲକାତା ଯିବାକୁ ବାହାରୁଥିଲେ । ଏହି ସମୟରେ ସେ ସେ ବନ୍ଧୁକ ଧରିଥିବା ବେଳେ ଏହା ହାତରୁ ଖସି ପଡିବାରୁ ଗୁଳି ଫୁଟିଥିଲା । ତାଙ୍କ ଗୋଡରେ ଗୁଳି ବାଜିବାରୁ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ଗୁଳିଟିକୁ ଗୋଡରୁ ବାହର କରି ଦେଇଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେ ବର୍ତ୍ତମାନ ଡାକ୍ତରଖାନାରେ ଅଛନ୍ତି ।''

ନବେ ଦଶକର ଚର୍ଚ୍ଚିତ ବଲିଉଡ ଚେହେରା ଗୋବିନ୍ଦା:

ଏକାଧାରାରେ ଗୋବିନ୍ଦା ଜଣେ ଅଭିନେତା, ହାସ୍ୟକାର, ଡ୍ୟାନ୍ସର, ଗୀତିକାର ଓ ରାଜନେତା ମଧ୍ୟ । 165ଟି ହିନ୍ଦୀ ଫିଲ୍ମରେ ସେ ବର୍ତ୍ତମାନ ସୁଦ୍ଧା କରିସାରିଛନ୍ତି । ଗୋବିନ୍ଦା 1980 ମସିହାରେ ବଲିଉଡ ଦୁନିଆରେ ପାଦ ରଖିଥିଲେ । 1986 ଚଳଚ୍ଚିତ୍ର 'ଲଭ୍‌ 86'ରେ ସେ ବଲିଉଡରେ ଡେବ୍ୟୁ କରିଥିଲେ । ତାଙ୍କ ଦ୍ବାରା ଅଭିନିତ ପ୍ରମୁଖ ହିନ୍ଦୀ ଫିଲ୍ନଗୁଡ଼ିକ ମଧ୍ୟରେ ରହିଛି- କୁଲି ନମ୍ବର 1, ଅନାଡି ନମ୍ବର 1, ବଡେ ମିଆଁ ଛୋଟେ ମିଆଁ, ହଦ କର ଦି ଆପନେ ଏବଂ ପାର୍ଟନର ।

ଏହା ମଧ୍ୟ ପଢ଼ନ୍ଚୁ: ରାଜନୀତିରେ ଗୋବିନ୍ଦାଙ୍କ କମ୍‌ବ୍ୟାକ୍‌, ଶିବସେନାରେ ହେଲେ ସାମିଲ - Actor Govinda joins Shiv Sena

ଏହା ମଧ୍ୟ ପଢ଼ନ୍ଚୁ: ହସ୍ପିଟାଲରେ ଭର୍ତ୍ତି ହେଲେ ରଜନୀକାନ୍ତ, ସ୍ବାସ୍ଥ୍ୟାବସ୍ଥା ସ୍ଥିର - Rajinikanth hospitalised

ରାଜନୀତିରେ ଗୋବିନ୍ଦା:

ବଲିଉଡରେ ଖୁବ ଲୋକପ୍ରିୟତା ହାସଲ କରିବା ପରେ ଗତ 2004ରେ ରାଜନୀତିରେ ପାଦ ରଖିଥିଲେ । କଂଗ୍ରେସ ଟିକେଟରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ହେଲେ ଦୀର୍ଘ 14 ବର୍ଷର ବନବାସ ପରେ ପୁଣି ସେ ରାଜନୀତି ମଇଦାନକୁ ଫେରି ଶିବସେନା ( ସିନ୍ଦେ ଗୋଷ୍ଠୀ)ରେ ଯୋଗଦାନ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 1, 2024, 10:19 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.