ETV Bharat / bharat

4 ଦିନିଆ ଉଜବେକିସ୍ତାନ ଗସ୍ତରେ ଭାରତୀୟ ସେନା ମୁଖ୍ୟ, ହାଇ-ଟେକ ଆଇଟି ଲାବୋରେଟୋରୀ କଲେ ଉଦଘାଟନ - High Tech IT Lab at Uzbek

IT Lab at Uzbek Academy: ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ 4 ଦିନିଆ ଉଜବେକିସ୍ତାନ ଗସ୍ତ କରିଛନ୍ତି । ଆଜି ସେଠାରେ ଏକ ଅତ୍ୟାଧୁନିକ ଟେକ୍ନୋଲୋଜି ସମ୍ପନ୍ନ ଲାବୋରେଟୋରୀର ଉଦଘାଟନ କରିଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 17, 2024, 5:47 PM IST

IT Lab at Uzbek Academy
IT Lab at Uzbek Academy

ନୂଆଦିଲ୍ଲୀ: ମଧ୍ୟ ଏସିଆ ଦେଶଗୁଡିକ ସହ ସୈନ୍ୟବଳ ଆହୁରୀ ସୁଦୃଢ କରିବା ପାଇଁ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ 4 ଦିନିଆ ଉଜବେକିସ୍ତାନରେ ଗସ୍ତ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ, ସ୍ଥଳ ସେନାଧ୍ୟକ୍ଷ ମନୋଜ ପାଣ୍ଡେ ଏପ୍ରିଲ 15ରୁ 18 ତାରିଖ ପର୍ଯ୍ୟନ୍ତ ଉଜବେକିସ୍ତାନରେ ରହିବେ । ସେନାଧ୍ୟକ୍ଷଙ୍କ ଏହି ଗସ୍ତ 2 ଦେଶ ମଧ୍ୟରେ ସାମରିକ ସମ୍ପର୍କ ଆହୁରୀ ମଜବୁତ କରିବ ବୋଲି ଆଶା ରହିଛି ।

IT Lab at Uzbek Academy
IT Lab at Uzbek Academy

ଆଜି (ବୁଧବାର) ଜେନେରାଲ ମନୋଜ ପାଣ୍ଡେ ଉଜବେକିସ୍ତାନରେ ଉଜବେକ ଏକାଡେମୀ ଅଫ ଆର୍ମ ଫୋର୍ସେସରେ ଏକ ହାଇ-ଟେକ ଆଇଟି ଲାବୋରେଟୋରୀର ଉଦଘାଟନ କରିଛନ୍ତି । ତେବେ ଏହି ନୂତନ ଆଇଟି ଲାବୋରେଟୋରୀ ଅତ୍ୟାଧୁନିକ ଟେକ୍‌ନିକ ଦ୍ୱାରା ସୁସଜ୍ଜିତ ଅଟେ । ଏହି ଲାବୋରେଟୋରୀରେ 9ଟି କୋଠରୀ ରହିଛି ଯେଉଁଥିରେ ଗୋଟିଏ ଅତ୍ୟାଧୁନିକ ସାଇବର ସୁରକ୍ଷା ଲ୍ୟାବ, ହାର୍ଡଓ୍ୱେୟାର ପ୍ରୋଗ୍ରାମିଙ୍ଗ୍ ଲ୍ୟାବ୍, ଗୋଟିଏ ଓ୍ବେବ୍ ପ୍ରୋଗ୍ରାମିଙ୍ଗ୍ ଲ୍ୟାବ୍, ଗୋଟିଏ ସର୍ଭର କକ୍ଷ, 2ଟି ଲେକ୍ଚର ହଲ୍, ଗୋଟିଏ ଅବଜେକ୍ଟ- ଓରିଏନଟେଡ୍ ପ୍ରୋଗ୍ରାମିଙ୍ଗ ଲ୍ୟାବ୍, ଗୋଟିଏ ମଲ୍ଟିମିଡିଆ ରୁମ୍ ଓ ଗୋଟିଏ ଭର୍ଚୁଆଲ ରିଆଲିଟି ରୁମ୍ ରହିଛି ।

IT Lab at Uzbek Academy
IT Lab at Uzbek Academy

ଭାରତ ଓ ଉଜବେକିସ୍ତାନ ସାଂଘାଇ କର୍ପୋରେସନ ସଂଗଠନ(SCO Organization)ର ସକ୍ରିୟ ସଦସ୍ୟ ଅଟନ୍ତି । ଏହି 2 ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ସମ୍ପର୍କ ସୁଦୃଢ କରିବା ପାଇଁ ସେପ୍ଟେମ୍ବର 2018ରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକରେ ଅନୁଷ୍ଠିତ ହୋଇଥିଲା । ଏହାପରେ ପ୍ରତିରକ୍ଷା କ୍ଷେତ୍ରରେ ଉଭୟ ଦେଶ ପରସ୍ପରକୁ ସହଯୋଗ କରିଆସୁଛନ୍ତି ।

ଏହାମଧ୍ୟ ପଢନ୍ତୁ.. ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ - Elon Musk To Visit India

ଏହି ଉଚ୍ଚ ସ୍ତରୀୟ ଆଲୋଚନା ସମୟରେ ଉଜବେକିସ୍ତାନରେ ଏକ ଆଇଟି ଲ୍ୟାବ୍ ପ୍ରତିଷ୍ଠା ପାଇଁ ଅନୁରୋଧ କରାଯାଇଥିଲା । ଏହାପରେ 2019ରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ଅନୁମୋଦନ ମିଳିଥିଲା । ଏହି ପ୍ରକଳ୍ପ ପାଇଁ 8.5କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ପାଖାପାଖି 6.5 କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି ।

2 ଦେଶର ଏହି ପଦକ୍ଷେପ ଦ୍ୱାରା ଉଜବେକିସ୍ତାନର ପ୍ରତିରକ୍ଷା ଏକାଡେମୀର ନୂତନ ଟେକ୍ନୋଲୋଜି ପାଇବା ସହ 2 ଦେଶର ସମ୍ପର୍କକୁ ଆହୁରୀ ଦୃଢ କରିବା ଦିଗରେ ସେତୁ ସଦୃଶ୍ୟ ଛିଡା ହୋଇଛି । ଅନ୍ୟପଟେ ଆସନ୍ତାକାଲି (ଗୁରୁବାର) ଟେରମେଜରେ ଉଭୟ ଦେଶର ମିଳିତ ବ୍ୟାୟାମ ଅଭ୍ୟାସ ହେବାକୁ ଥିବା ବେଳେ ସେଠାରେ ଉପସ୍ଥିତ ରହି ଏହାର ସମୀକ୍ଷା କରିବେ ଜେନେରାଲ ମନୋଜ ପାଣ୍ଡେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.