ETV Bharat / bharat

ଆଜିଠୁ ଅମରନାଥ ଯାତ୍ରା; ହର ହର ମହାଦେବ ନାରାରେ କମ୍ପିଲା ଗଗନପବନ - Amarnath Yatra 2024 begins

author img

By ETV Bharat Odisha Team

Published : Jun 29, 2024, 12:21 PM IST

Amarnath Yatra 2024 begins: ଆରମ୍ଭ ହେଲା ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ୪ ହଜାର ୬୦୩ ତୀର୍ଥଯାତ୍ରୀ ଅମରନାଥଙ୍କ ଦର୍ଶନ ନିମନ୍ତେ ବାହାରି ଯାଇଛନ୍ତି । ହିମସ୍ୱରୂପ ଶିବଲିଙ୍ଗର ଦର୍ଶନ ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ଶ୍ରୀନଗର: ଆରମ୍ଭ ହେଲା ବହୁ ପ୍ରତିକ୍ଷୀତ ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ୨ଟି ମାର୍ଗରେ ୪ ହଜାର ୬୦୩ ତୀର୍ଥଯାତ୍ରୀ ଅମରନାଥଙ୍କ ଦର୍ଶନ ନିମନ୍ତେ ବାହାରି ଯାଇଛନ୍ତି । କଡା ସୁରକ୍ଷା ଓ ବ୍ୟାପକ ବ୍ୟବସ୍ଥା ମଧ୍ୟରେ ଯାତ୍ରୀମାନେ ପହଲଗାମ-ନୁନ୍ଓ୍ବାନ ଓ ବାଲଟାଲ ୨ଟି ମାର୍ଗରୁ ବାହାରିଛନ୍ତି । ହିମାଳୟରେ ଅବସ୍ଥିତ ମହାପ୍ରଭୁ ହିମସ୍ୱରୂପ ଶିବଲିଙ୍ଗ ରୂପର ଦର୍ଶନ ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ହର ହର ମହାଦେବ, ବମ ବମ ଭୋଲେ ଜୟ ଜୟକାର କରି ଭକ୍ତମାନେ ସେମାନଙ୍କର ଯାତ୍ରା ଆରମ୍ଭ କରିଛନ୍ତି । ୫୨ ଦିବସୀୟ ଏହି ଯାତ୍ରା ଅଗଷ୍ଟ ୧୯ ତାରିଖରେ ଶେଷ ହେବ ।

ଦକ୍ଷିଣ କାଶ୍ମୀର ହିମାଳୟ ପର୍ବତରେ ଅବସ୍ଥିତ ହିମସ୍ୱରୂପ ଶିବଲିଙ୍ଗ ଦର୍ଶନ ନିମନ୍ତେ ଭକ୍ତମାନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଆଜିଠୁ (ଶନିବାର) ଆରମ୍ଭ ହୋଇଯାଇଛି ଚଳିତ ବର୍ଷର ବାର୍ଷିକ ଅମରନାଥ ଯାତ୍ରା । ପ୍ରଥମ ବ୍ୟାଚରେ ୪ ହଜାର ୬୦୩ ତୀର୍ଥଯାତ୍ରୀ ୨ ମାର୍ଗରେ ସେମାନଙ୍କର ଯାତ୍ରା ଆରମ୍ଭ କରିଛନ୍ତି । ଯାତ୍ରାର ନୋଡାଲ ଅଧିକାରୀ, ଜିଲ୍ଲା ବିକାଶ ଆୟୁକ୍ତ, ପୋଲିସ ପ୍ରଶାସନ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ସବୁଜ ପତାକା ଦେଖାଇ ପହଲଗାମ- ନୁନ୍ଓ୍ବାନ ଓ ବାଲଟାଲ ମାର୍ଗରୁ ଯାତ୍ରା ଶୁଭାରମ୍ଭ କରିଥିଲେ । କଡା ସୁରକ୍ଷା ଓ ବ୍ୟାପକ ବ୍ୟବସ୍ଥା ମଧ୍ୟରେ ଯାତ୍ରୀମାନେ ଭଗବାନଙ୍କ ଦର୍ଶନ ପାଇଁ ବାହାରିଛନ୍ତି ।

ଏହାମଧ୍ୟ ପଢନ୍ତୁ.. 29ରୁ ଅମରନାଥ ଯାତ୍ରା, ଜାଣନ୍ତୁ କଣ କରିବେ କଣ କରିବେନି ? - Amarnath Yatra 2024

ଗତକାଲି (ଶୁକ୍ରବାର) ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଭଗବତୀ ନଗର ଶିବିରରେ ବାର୍ଷିକ ଅମରନାଥ ଯାତ୍ରା ନିମନ୍ତେ ତୀର୍ଥଯାତ୍ରୀମାନଙ୍କୁ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ୪ ହଜାର ୬୦୩ ଜଣ ଶ୍ରଦ୍ଧାଳୁ ୨ ମାର୍ଗରେ ଦକ୍ଷିଣ କାଶ୍ମୀର ହିମାଳୟରେ ଅବସ୍ଥିତ ଭଗବାନ ଶିବଙ୍କର ୩ ହଜାର ୮୮୦ ମିଟର ଉଚ୍ଚ ଗୁମ୍ଫା ମନ୍ଦିର ଦର୍ଶନ ନିମନ୍ତେ ବାହାରିଛନ୍ତି । ବର୍ଷକୁ ଥରେ ଭଗବାନଙ୍କ ଦର୍ଶନ ମିଳିଥାଏ । ହିମସ୍ୱରୂପ ଶିବଲିଙ୍ଗ ଦର୍ଶନ ନିମନ୍ତେ ଲକ୍ଷ ଲକ୍ଷ ଭକ୍ତ ପ୍ରତିବର୍ଷ ଅମରନାଥ ଯାତ୍ରା କରିଥାନ୍ତି ।

ବର୍ତ୍ତମାନ ସୁଦ୍ଧା ୩.୫ ଲକ୍ଷ ତୀର୍ଥଯାତ୍ରୀ ଅମରନାଥ ଯାତ୍ରା ନିମନ୍ତେ ପଞ୍ଜୀକରଣ କରାଇଛନ୍ତି । ଚଳିତ ବର୍ଷ ଅମରନାଥ ଯାତ୍ରା ୫୨ ଦିନ ପର୍ଯ୍ୟନ୍ତ ଚାଲିବ । ଆଜିଠୁ ଏହି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ ୧୯ ତାରିଖରେ ଏହା ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.