ETV Bharat / bharat

ନିଶା ଖାଇ ଚଲାଉଥିଲେ ସ୍କୁଲ ବସ୍, ୧୬ ଡ୍ରାଇଭରଙ୍କ ବିରୋଧରେ ମାମଲା

author img

By ETV Bharat Odisha Team

Published : Jan 23, 2024, 10:15 PM IST

16 School bus drivers booked: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଟ୍ରାଫିକ ପୋଲିସ ତରଫରୁ ଆଜି ବାହନ ଚାଳକ ମାନଙ୍କ ଯାଞ୍ଚ ଅଭିଯାନ ଚାଲିଥିଲା । ଅଭିଯୁକ୍ତ ୧୬ ଜଣ ସ୍କୁଲ ବସ ଡ୍ରାଇଭରଙ୍କ ଲାଇସେନସ ଜବତ ସହିତ ଅପରାଧିକ ମାମଲା ମଧ୍ୟ ରୁଜୁ । ଅଧିକ ପଢନ୍ତୁ

ନିଶାଗ୍ରସ୍ତ ହୋଇ ଚଲାଉଥିଲେ ସ୍କୁଲ ବସ୍ , ୧୬ ଡ୍ରାଇଭରଙ୍କ ଉପରେ ଅପରାଧିକ ମାମଲା ରୁଜୁ

ବେଙ୍ଗାଲୁରୁ: ସଡକ ସୁରକ୍ଷା ଜୀବନ ରକ୍ଷା । ଏ କଥାକୁ ବ୍ୟତିକ୍ରମ କଲା ଭଳି ଘଟଣା ଘଟିଛି କର୍ଣ୍ଣାଟକରେ । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଟ୍ରାଫିକ ପୋଲିସ ତରଫରୁ ଆଜି ବାହନ ଚାଳକ ମାନଙ୍କ ଯାଞ୍ଚ ଅଭିଯାନ ଚାଲିଥିଲା । ତେବେ ଏହି ଯାଞ୍ଚରୁ ୧୬ ଜଣ ସ୍କୁଲ ବସ୍ ଡ୍ରାଭରକଙ୍କୁ ପୋଲିସ ମଦ ପିଇ ଗାଡି ଚଲାଉଥିବା ଅଭିଯୋଗରେ ଗିରଫ କରିଛି ଓ ସେମାନଙ୍କ ବିରୁଦ୍ଧରେ ଅପରାଧିକ ଦଫା ମଧ୍ୟ ଲଗାଯାଇଛି ।

ବେଙ୍ଗାଲୁରୁ ପୋଲିସ ବିଭାଗର ଜଏଣ୍ଟ ପୋଲିସ କମିଶନର ଏମ.ଏନ ଅନୁଚେଥ ସୂଚନା ଦେଇଛନ୍ତି ଯେ ପୋଲିସ ଆଜି ସକାଳ ୭ ଟା ରୁ ଆରମ୍ଭ କରି ସାଢେ ୯ ଟା ଯାଏଁ ଏହି ଅଭିଯାନ ଚଳାଇଥିଲା । ମୋଟ ୩୪୧୪ ସ୍କୁଲ ବାହନ ର ଚାଳକ ମାନଙ୍କ ଯାଞ୍ଚ ହୋଇଥିଲା । ସକାଳୁ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭର ମାନଙ୍କ ଯାଞ୍ଚ କରିବା ସମୟ ରେ ୧୬ ଜଣ ଡ୍ରାଇଭର ନିଶାଗ୍ରସ୍ତ ଥିବା ଜଣା ପଡିଥିଲା । ସେମାନଙ୍କ ଡ୍ରାଇଭିଙ୍ଗ ଲାଇସେନସ ଜବତ କରାଯାଇଛି ଓ ନିଲମ୍ବନ ପାଇଁ ପରିବହନ ବିଭାଗ ନିକଟକୁ ପଠାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ବେଙ୍ଗାଲୁରୁରେ ପ୍ରଶ୍ନପତ୍ର ଲିକ୍ ନେଇ ତାତି, ୨୩ରେ ହେବ ପିଏସଆଇ ପରୀକ୍ଷା

ଜଏଣ୍ଟ କମିଶନର କହିଛନ୍ତି ଯେ ଏନେଇ ଆମେ ପରିବହନ ନିୟମର ଉଲ୍ଲଂଘନ ଜନିତ ମାମଲା ଦର୍ଜ କରିବା ସହିତ ଅପରାଧିକ ମାମଲା ମଧ୍ୟ ରୁଜୁ କରିଛୁ । ଆମେ ଏ ବିଷୟ ରେ ଗମ୍ଭୀରତା ପୂର୍ବକ ବିଚାର କରି ଏହି ଡ୍ରାଇଭର ମାନଙ୍କୁ କାମ ରେ ନିୟୋଜିତ କରିଥିବା ସ୍କୁଲ ମ୍ୟାନେଜମେଣ୍ଟ ବୋର୍ଡକୁ ବି ନୋଟିସ ପଠାଇବୁ ଓ ସେମାନଙ୍କ ଠାରୁ ସ୍ପଷ୍ଟୀକରଣ ମଧ୍ୟ ମାଗିବୁ କି ଉକ୍ତ ଡ୍ରାଇଭର ମାନଙ୍କୁ କେବେ ଠାରୁ ଗାଡି ଚଳାଇବା କାମରେ ରଖାଯାଇଥିଲା । ଆଗାମୀ ଦିନ ମାନଙ୍କରେ ମଧ୍ୟ ଏଭଳି ଅଭିଯାନ ଜାରି ରହିବ ।

ଏତଦ୍ ବ୍ୟତୀତ ସେ କହିଛନ୍ତି ଯେ ଆଡମିଶନ ମାମଲାରେ ସୁପ୍ରିମ କୋର୍ଟଙ୍କ ନିର୍ଦେଶକୁ ଠିକ ଭାବେ ପାଳନ କରାଯାଇଛି କି ନାହିଁ , ଏ ସମ୍ପର୍କରେ ମଧ୍ୟ ଆମେ ଯାଞ୍ଚ କରିବୁ । ସୂଚନା ମିଳିଛି ଯେ ଏହି ମାମଲାରେ ସମସ୍ତ ସ୍କୁଲ ଘରୋଇ ବାହନକୁ ବ୍ୟବହାର କରିଛନ୍ତି । ମୁଁ ପରିବହନ ବିଭାଗର ଅଧିକାରୀ ମାନଙ୍କ ସହ ମିଶି ଏହି ଅଭିଯାନ ଚଳାଇଛି । ଯଦି କୌଣସି ନିୟମ ଉଲ୍ଲଂଘନ ର ଘଟଣା ସାମନାକୁ ଆସେ ତେବେ ଏ ସମ୍ପର୍କରେ ଉକ୍ତ ବିଭାଗର ଅଧିକାରୀ ମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.