ସୁନ୍ଦରଗଡ : କିରେଇ କଲେଜର ଜଣେ ସିଭିଲ ଇଞ୍ଜିନିୟରିଂ (ଡିପ୍ଲୋମା) ଛାତ୍ରୀଙ୍କ ଠାରୁ ଲୁଟ ଅଭିଯୋଗ ହୋଇଛି । ଛାତ୍ରୀ ଜଣଙ୍କ ସୁନ୍ଦରଗଡ ଶଙ୍କରା ନିକଟରୁ ଟାଉନ ଅଭିମୁଖେ ଯାଉଥିବା ବେଳେ ତାଙ୍କ ପଛ ପଟୁ କ୍ଷୀପ୍ର ଗତିରେ ଆକ୍ରମଣ କରାଯାଇଥିଲା ।
ଛାତ୍ରୀଙ୍କ ମୋବାଇଲ ଫୋନ ଛଡାଇ ଦୁର୍ବୃତ୍ତ ଫେରାର - ସୁନ୍ଦରଗଡ ଛିନତାଇ ମାମଲା
ସୁନ୍ଦରଗଡ ଟାଉନ ଥାନାରେ ଆଉ ଏକ ଛିନତାଇ ମାମଲା ରୁଜ୍ଜୁ ହୋଇଛି । ଦିଲ୍ଲେଶ୍ୱରୀ ବାଗ ନାମକ ଜଣେ କଲେଜ ଛାତ୍ରୀଙ୍କ ଥାନାରେ ଲିଖିତ ଅଭିଯୋଗ । ଅଧିକ ପଢନ୍ତୁ...
କିରେଇ କଲେଜର ସିଭିଲ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୋବାଇଲ ଫୋନ ଛଡାଇ ଦୁର୍ବୃତ୍ତ ଫେରାର
କିରେଇ କଲେଜର ସିଭିଲ ଇଞ୍ଜିନିୟରିଂ ଛାତ୍ରୀଙ୍କ ମୋବାଇଲ ଫୋନ ଛଡାଇ ଦୁର୍ବୃତ୍ତ ଫେରାର
ଏକ ମୋଟର ସାଇକେଲ ଯୋଗେ ଆସି ଜଣେ ଅପରାଧୀ ତାଙ୍କ ମୋବାଇଲ ଫୋନ ଲୁଟି ଫେରାର ହୋଇଯାଇଥିବା ସେ ଅଭିଯୋଗ କରିଛନ୍ତି । ଟାଉନ ପୋଲିସ ଲିଖିତ ଅଭିଯୋଗ ପାଇବା ପରେ ସେହି ଅଞ୍ଚଳର କେତେକ ସିସିଟିବି (ଭିଡିଓ) ଫୁଟେଜକୁ ସ୍କାନିଂ କରୁଛି । ତେବେ ଛାତ୍ରୀ ଜଣଙ୍କ ତାଙ୍କ ମୋବାଇଲର କଭର ଓ କାଗଜ ସହ ଥାନାରେ ଜମା ଦେଇଛନ୍ତି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ