ETV Bharat / state

ମୁଖ୍ୟମନ୍ତ୍ରୀ ମୋହନଙ୍କ ବଡ଼ ନିଷ୍ପତ୍ତି; ପାୱାର କରିଡରରୁ ବିଦା ହେଲେ ନବୀନ ସରକାରର ୩ ବଡ଼ବାବୁ - IAS Reshuffle in Odisha

IAS Reshuffle: ଆଇଏଏସ ସ୍ତରରେ ବଡଧରଣର ଅଦଳବଦଳ । ଲୋକସେବା ଭବନରେ ବର୍ଷ ବର୍ଷ ଧରି ଗାଦି ମାଡି ବସିଥିବା ତିନି ଆଇଏଏସ ଅଫିସରଙ୍କୁ ମୋହନ ସରକାରରେ ଝଟକା । ଆଇଏଏସ ଜି.ମାଥିଭାଥାନନ, ବିଶାଳ ଦେବ ଓ ଆର.ଭିନିଲ କ୍ରିଷ୍ଣାଙ୍କ ବଦଳି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 11, 2024, 7:57 AM IST

Updated : Jul 11, 2024, 10:21 AM IST

IAS RESHUFFLE IN ODISHA
IAS RESHUFFLE IN ODISHA (ETV BHARAT ODISHA)

ଭୁବନେଶ୍ୱର: କ୍ଷମତାକୁ ଆସିବା ପରେ ମୋହନ ସରକାର ପ୍ରଥମ ଆଇଏଏସ ସ୍ତରରେ ଅଦଳବଦଳ କରିଛନ୍ତି । ବିଜେଡି ସରକାରରେ ବର୍ଷ ବର୍ଷ ଧରି ଗାଦିମାଡି ବସିଥିବା ପାଓ୍ବାଲଫୁଲ ବାବୁଙ୍କୁ ବିଜେପି ସରକାରରେ ବାଜିଛି ଛାଟ । ନବୀନ ସରକାରରେ ଗେହ୍ଲା ପୁଅ ସାଜିଥିବା କିଛି ଅଫିସର ମୋହନ ସରକାରରେ ଲୋକସେବା ଭବନରୁ ବିଦା ହୋଇଛନ୍ତି । ନବୀନ ସରକାରରେ ପାୱାର କରିଡରର ନିକଟତର ଥିବା 3 ବରିଷ୍ଠ ଅଧିକାରୀ ଆଇଏଏସ ଜି.ମାଥିଭାଥାନନ, ବିଶାଳ ଦେବ ଓ ଆର.ଭିନିଲକ୍ରିଷ୍ଣାଙ୍କୁ ବଦଳି କରାଯାଇଛି । ପୂର୍ବରୁ କୋଣଠେସା ହୋଇଥିବା ଦକ୍ଷ ଆଇଏଏସ ଅଫିସରଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

କାହାକୁ ମିଳିଲା କେଉଁ ଦାୟିତ୍ବ ?

ବିଜ୍ଞପ୍ତି ଅନୁସାରେ 1993 ବ୍ୟାଚର ବରିଷ୍ଠ ଆଇଏଏସ ନିକୁଞ୍ଜ ବିହାରୀ ଧଳଙ୍କୁ ଇଡକୋ ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ନିକୁଞ୍ଜ ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ଆଇଏଏସ ହେମନ୍ତ ଶର୍ମା ଏବେ ଇଡକୋ ଅଧ୍ୟକ୍ଷ ଅଛନ୍ତି । ସେହି ବ୍ୟାଚର ଆଇଏଏସ ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି । ସୁରେନ୍ଦ୍ର ଏବେ ସାଧାରଣ ପ୍ରଶାସନ ବିଭାଗ ଓ ପର୍ଯ୍ୟଟନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । 2021 ଜୁଲାଇ ମାସରୁ ସେ ଏହି ଦୁଇଟି ବିଭାଗ ଦାୟିତ୍ୱରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-କେମିତି ମ୍ୟାନେଜ୍‌ କରିବେ ମନୋଜ ? ରଥଯାତ୍ରାରୁ ରତ୍ନଭଣ୍ଡାର, ରାଜ୍ୟ-କେନ୍ଦ୍ର ସମନ୍ବୟ, ରହିଛି ଅନେକ ଚ୍ୟାଲେଞ୍ଜ - New challenges for cs Manoj Ahuja

ସେହିପରି 1995 ବ୍ୟାଚର ଆଇଏଏସ ତଥା ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମାଙ୍କୁ ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସେ ଶିଳ୍ପ ଓ ଏମଏସଏମଇ ବିଭାଗର ସହ ଇପିକଲ ଅଧ୍ୟକ୍ଷ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । 1996 ବ୍ୟାଚର ଆଇଏଏସ ତଥା ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ରଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି । ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି । ସେ ଓଡ଼ିଶା ସବଅର୍ଡିନେଟ ଷ୍ଟାଫ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି ସେହି ବ୍ୟାଚର ଆଇଏଏସ ଉଷା ପାଢ଼ୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ହୋଇଛନ୍ତି । ସେ ପୂର୍ବ ପରି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଦାୟିତ୍ୱ ତୁଲାଇବେ ।

ଆଇଏଏସ ଜି.ମାଥିଭାଥାନନଙ୍କୁ ବଡ଼ ଝଟକା: 1994 ବ୍ୟାଚ ଆଇଏଏସ ଜି.ମାଥିଭାଥାନନଙ୍କୁ ବଡ଼ ଝଟକା ଦେଇଛନ୍ତି ମୋହନ ସରକାର । ମାଥିଭାଥାନନଙ୍କୁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ ବଦଳି କରାଯାଇଛି । ନବୀନ ସରକାରରେ ଗେହ୍ଲା ପୁଅ ଥିବା ମାଥିଭାଥାନନ ପ୍ରାୟ 10 ବର୍ଷରୁ ଅଧିକ ସମୟ ଧରି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିଆସୁଛନ୍ତି । ଗୋଟିଏ ପଦରେ 3 ବର୍ଷ ରହିବାର ପ୍ରାବଧାନ ଥିବାବେଳେ ସେ ଗୋଟିଏ ବିଭାଗରେ ଦଶନ୍ଧି ଧରି କାର୍ଯ୍ୟ କରିବାକୁ ନେଇ ବିରୋଧୀ ଦଳରେ ଥିବାବେଳେ ବିଜେପି ବିଭିନ୍ନ ସମୟରେ ପ୍ରଶ୍ନ ଉଠାଉଥିଲା । ସରକାରକୁ ଆସିବା ପରେ ତାଙ୍କୁ ବଦଳି କରାଯାଇଛି । ସେ ସଂସଦୀୟ ବ୍ୟାପାର ବିଭାଗର ସଚିବ ମଧ୍ୟ ମଧ୍ୟ ଥିଲେ । ଏବେ ଉନ୍ନୟନ କମିଶନର ଅନୁ ଗର୍ଗ ଅତିରିକ୍ତ ଭାବେ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀର ଡିଜି ଭାବେ କାର୍ଯ୍ୟ କରୁଛନ୍ତି ।

ଅର୍ଥ ଓ ଶକ୍ତି ବିଭାଗରୁ ହଟିଲେ ଆଇଏଏସ ବିଶାଳ କୁମାର ଦେବ: ନବୀନ ସରକାରର ଆଉ ଜଣେ ଗେହ୍ଲା ପୁଅ 1996 ବ୍ୟାଚର ଆଇଏଏସ ବିଶାଳ କୁମାର ଦେବଙ୍କୁ ଅର୍ଥ ଓ ଶକ୍ତି ବିଭାଗରୁ ହଟାଇ ଦିଆଯାଇଛି । ସେ ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ । ପୂର୍ବରୁ ସେ ଏହି ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ । ସେହିପରି ସେ ଅତିରିକ୍ତ ଭାବେ ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ । 1999 ବ୍ୟାଚର ଆଇଏଏସ ଭାସ୍କର ଜ୍ୟୋତି ଶର୍ମାଙ୍କୁ ନୂଆ ଦାୟିତ୍ୱ ମିଳିଛି । ସେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ସେ ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ ।

ଆଇଏଏସ ଆର ଭିନିଲ କ୍ରିଷ୍ଣାଙ୍କୁ ବଦଳି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଥିବା 2005 ବ୍ୟାଚର ଆଇଏଏସ ଆର ଭିନିଲ କ୍ରିଷ୍ଣାଙ୍କୁ ମଧ୍ୟ ବଦଳି କରାଯାଇଛି । ସେ ପୂର୍ବରୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗରେ ଥିବାବେଳେ ଏଥିରୁ ହଟାଇ ତାଙ୍କୁ ଓଡ଼ିଶା ଜମି ରେକର୍ଡ ଓ ବନ୍ଦୋବସ୍ତ କମିଶନର ଭାବେ ଅବସ୍ଥାପିତ କରିଛନ୍ତି ମୋହନ ସରକାର । ଉକ୍ତ ପଦବୀକୁ ରାଜ୍ୟ ସରକାର ଓଡ଼ିଶା ଆଇଏଏସ କ୍ୟାଡ଼ରରେ ସଚିବ ପାହ୍ୟାର ସୁବିଧା ସୁଯୋଗ ଦେବାକୁ ଘୋଷଣା କରିଛନ୍ତି । ସେହିପରି ରାଜ୍ୟ ସରକାର ଖୁବଶୀଘ୍ର ଆଇଏଏସ ସ୍ତରରେ ଆଉ ଏକ ବଡ଼ଧରଣର ଅଦଳବଦଳ କରିବାକୁ ଯାଉଥିବା ଆଭାସ ମିିଳିଛି । ନବୀନ ସରକାରରେ ପାୱାର ଫୁଲ ଥିବା ଆଉ କିଛି ଅଫିସରଙ୍କୁ ମଧ୍ୟ ବଦଳି କରାଯିବ ।

ଇଚିଭି ଭାରତ, ଭୁବନେଶ୍ୱର

Last Updated : Jul 11, 2024, 10:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.