ETV Bharat / health

ପ୍ରତିଦିନ ଖାଆନ୍ତୁ ଡ୍ରାଗନ୍ ଫ୍ରୁଟ, ତ୍ୱଚା ଗ୍ଲୋ ସହ ଏହି ଗମ୍ଭୀର ରୋଗ ହେବ ଦୂର - DRAGON FRUIT BENEFITS

Dragon Fruit Benefits: ଡ୍ରାଗନ୍ ଫ୍ରୁଟ କେବଳ ଦେଖିବାକୁ ସୁନ୍ଦର ନୁହେଁ, ଏହା ସ୍ୱାଦିଷ୍ଟ ମଧ୍ୟ । କେବଳ ଏତିକି ନୁହେଁ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭ ଦେଇଥାଏ ? ଯଦି ଆପଣ ଏହାକୁ ଖାଆନ୍ତି ତେବେ ଶରୀରରେ କ’ଣ ଲାଭ ହୁଏ? ଜାଣନ୍ତୁ ଏହି ଆର୍ଟିକିଲରେ,

author img

By ETV Bharat Odisha Team

Published : Jul 8, 2024, 11:49 AM IST

ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା
ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା (Getty)

ହାଇଦ୍ରାବାଦ: ଶରୀରକୁ ସୁସ୍ଥ ରଖିବାରେ ଫଳର ଭୂମିକା ଅତ୍ୟନ୍ତ ସ୍ୱତନ୍ତ୍ର । ପ୍ରକୃତି ଦ୍ୱାରା ପ୍ରଦତ୍ତ ଏହି ଫଳଗୁଡିକ ଖାଇବାକୁ ଡାକ୍ତରମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଆପଣ ପ୍ରତିଦିନ ଅତି କମରେ 400 ଗ୍ରାମ ଫଳ ଖାଇବା ଉଚିତ୍। ପୋଷକ ତତ୍ତ୍ୱରେ ଭରପୁର ଏହି ଫଳ ଗୁଡିକ ଆମକୁ ଅନେକ ରୋଗରୁ ରକ୍ଷା କରିଥାଏ । ଏହି ସମୟରେ କେଉଁ ଫଳ ଆମ ସ୍ୱାସ୍ଥ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ତାହା ସମସ୍ତେ ଜାଣନ୍ତି ନାହିଁ । ଏହାରି ମଧ୍ୟରେ ବଜାରରେ ବିକ୍ରି ହେଉଥିବା ଡ୍ରାଗନ୍ ଫ୍ରୁଟ ଅନ୍ୟତମ । ଯାହାର ନାମ ସାଧାରଣତଃ ଆମର ଗ୍ରୋସରୀ ତାଲିକାରେ ନଥାଏ, କିନ୍ତୁ ଏହି ଫଳ ଦେଖିବାକୁ ଯେପରି ସୁନ୍ଦର ଖାଇବାରେ ବି ଅତ୍ୟନ୍ତ ସ୍ୱାଦିଷ୍ଟ । କେବଳ ଏତିକି ନୁହେଁ ଏଥିରେ ଅନେକ ଗୁଣ ଅଛି ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଡ୍ରାଗନ୍ ଫ୍ରୁଟରୁ କ'ଣ ଲାଭ ମିଳେ ଜାଣନ୍ତୁ,

ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା
ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା (Getty)

ଡ୍ରାଗନ୍ ଫ୍ରୁଟ ଖାଇବାର ଲାଭ:

ଡ୍ରାଗନ୍ ଫ୍ରୁଟର ବାହ୍ୟ ସ୍ତର ଲାଲ ଏବଂ ଭିତର ଡାଲି ଧଳା କିମ୍ବା ଗୋଲାପୀ । ଏଥିରେ ଭିଟାମିନ୍, ମିନେରାଲ୍ସ, ପ୍ରୋଟିନ୍, ଫାଇବର, କାରୋଟିନ୍, ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୁର ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ ଶରୀରର ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିଥାଏ । ଏଗୁଡିକ ବ୍ୟତୀତ, ଏହି ଫଳରେ ଭିଟାମିନ୍ C ଏବଂ E ପରି ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ଥାଏ । ଏଥିରେ ବହୁତ କମ୍ ଚର୍ବି ଏବଂ ଅଧିକ ଫାଇବର ଥାଏ, ଯାହା ଓଜନ ହ୍ରାସ କରୁଥିବା ଲୋକଙ୍କ ପାଇଁ ବହୁତ ଲାଭଦାୟକ । ମଧୁମେହରେ ପୀଡିତ ଲୋକଙ୍କ ପାଇଁ ଡ୍ରାଗନ୍ ଫଳ ଖାଇବା ମଧ୍ୟ ଲାଭଦାୟକ ଅଟେ । ତଥାପି, ଏହି ଫଳ ଯେକୌଣସି ସମୟରେ ଖାଇ ପାରିବେ । କିନ୍ତୁ ଯଦି ସକାଳେ ଖାଲି ପେଟରେ ଡ୍ରାଗନ୍ ଫଳ ଖିଆଯାଏ, ଶରୀର ସହଜରେ ଏହାର ପୁଷ୍ଟିକର ଖାଦ୍ୟ ଗ୍ରହଣ କରିଥାଏ । ଯାହା ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ ବୋଲି ବିବେଚନା କରାଯାଏ ।

ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା
ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା (Getty)

1. ମୁକ୍ତ ରେଡିକାଲ୍ ଠାରୁ ସୁରକ୍ଷା

ଡ୍ରାଗନ୍ ଫ୍ରୁଟରେ ବହୁ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଥାଏ । ଏପରି ପରିସ୍ଥିତିରେ, ଯଦି ଆପଣ ପ୍ରତିଦିନ ଡ୍ରାଗନ୍ ଫଳ ଖାଆନ୍ତି, ତେବେ ଏହା ଆପଣଙ୍କ ଶରୀର ଏବଂ ଚର୍ମକୁ ମୁକ୍ତ ରେଡିକାଲ୍ ଦ୍ୱାରା ହୋଇଥିବା କ୍ଷତିରୁ ରକ୍ଷା କରିବ । ଡ୍ରାଗନ୍ ଫଳ କର୍କଟ ଏବଂ ହୃଦରୋଗର ଆଶଙ୍କା ହ୍ରାସ କରିବାରେ ସାହାଯ୍ୟ କରେ । ଫ୍ଲାଭୋନାଏଡ୍, ଫେନୋଲିକ୍ ଏସିଡ୍ ଏବଂ ବେଟାସିୟାନିନ ପରି ଆଣ୍ଟିଅକ୍ସିଡାଣ୍ଟ ଡ୍ରାଗନ୍ ଫଳରେ ମିଳିଥାଏ, ଯାହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା
ଡ୍ରାଗନ୍ ଫ୍ରୁଟ ଖାଇବାର ଫାଇଦା (Getty)

2. କର୍କଟ ରୋଗରୁ ରକ୍ଷା କରିଥାଏ

ଡ୍ରାଗନ୍ ଫ୍ରୁଟରେ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯେପରିକି ଫ୍ଲାଭୋନାଏଡ୍, ଫେନୋଲିକ୍ସ ଇତ୍ୟାଦି । ଏହି ପ୍ରାକୃତିକ ପଦାର୍ଥଗୁଡିକ ଆମ କୋଷଗୁଡ଼ିକୁ ମୁକ୍ତ ରେଡିକାଲରୁ ରକ୍ଷା କରିଥାଏ । ଯାହା କର୍କଟ ଏବଂ ଅନ୍ୟାନ୍ୟ ସମସ୍ୟାରୁ ରକ୍ଷା କରିଥାଏ ।

3. ମଧୁମେହ ରୋଗରୁ ରକ୍ଷା କରିଥାଏ

ରକ୍ତରେ ଶର୍କରା ସ୍ତରକୁ କମ୍ ରଖିବାରେ ଏହି ଫଳ ଉପକାରୀ ବୋଲି ବିବେଚନା କରାଯାଏ । ସୂଚନା ଥାଉ କି, ହେଲେ ମଧୁମେହ ରୋଗୀ କେତେ ପରିମାଣରେ ଏହାକୁ ସେବନ କରିବା ଦରକାର ତାହାର ସୂଚନା ଦିଆଯାଇନାହିଁ ।

4. ପେଟ ପାଇଁ ଲାଭଦାୟକ

ଯଦି ଆପଣ ପ୍ରତିଦିନ ସକାଳେ ଖାଲି ପେଟରେ ଡ୍ରାଗନ୍ ଫ୍ରୁଟ ଖାଆନ୍ତି, ତେବେ ଏହା ଆପଣଙ୍କ ହଜମ ପ୍ରକ୍ରିୟାକୁ ଦୃଢ କରିବ । ଡ୍ରାଗନ୍ ଫ୍ରୁଟ ଏକ ବହୁତ ଭଲ ସ୍ନାକ୍ସ । ଯଦି ଆପଣ ଏହାକୁ ପ୍ରତିଦିନ ଖାଆନ୍ତି, ତେବେ ଆପଣଙ୍କ ପେଟ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ରହିବ । ଡ୍ରାଗନ୍ ଫ୍ରୁଟରେ ଫାଇବରରେ ଅଧିକ, ଯାହା ଓଜନକୁ ମଧ୍ୟ ନିୟନ୍ତ୍ରଣରେ ରଖେ । ତେଣୁ, ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହାଁନ୍ତି, ତେବେ ଆପଣ ଖାଲି ପେଟରେ ପ୍ରତିଦିନ ଡ୍ରାଗନ୍ ଫ୍ରୁଟ ଖାଇପାରିବେ ।

5. ଅନ୍ତନଳୀ ପାଇଁ ଲାଭଦାୟକ

ଅନ୍ତନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ପାଇଁ, ଆପଣ ପ୍ରତିଦିନ ଖାଲି ପେଟରେ ଡ୍ରାଗନ୍ ଫ୍ରୁଟ ଖାଇପାରିବେ । ଏଥିରେ ପ୍ରୋବାୟୋଟିକ୍ସ ଥାଏ, ଯାହା ଅନ୍ତନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ । ପ୍ରୋବୋଟିକ୍ସ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏହା ଅନ୍ତନଳୀ ସମ୍ବନ୍ଧୀୟ ସମସ୍ୟା ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରେ ।

6. ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରାଏ

ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ, ଆପଣ ପ୍ରତିଦିନ ସକାଳେ ଡ୍ରାଗନ୍ ଫ୍ରୁଟ ଖାଇପାରିବେ । ଏଥିରେ ଭିଟାମିନ୍ C ଥାଏ, ତେଣୁ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଜଳଖିଆ ପାଇଁ ଡ୍ରାଗନ୍ ଫ୍ରୁଟ ଖାଇବା ଆପଣଙ୍କୁ ଋତୁ ସମ୍ୱନ୍ଧୀୟ ରୋଗରୁ ରକ୍ଷା କରିବ । ଏହାର ଅର୍ଥ ଥଣ୍ଡା ଏବଂ କାଶ ଭଳି ସମସ୍ୟା ଦୂର କରିବ ।

7. ରକ୍ତର ଅଭାବ ଦୂର କରେ

ଡ୍ରାଗନ୍ ଫ୍ରୁଟରେ ଆଇରନ ପରିମାଣ ଅଧିକ । ଯଦି ଆପଣ ପ୍ରତିଦିନ ଖାଲି ପେଟରେ ଡ୍ରାଗନ୍ ଫ୍ରୁଟ ଖାଆନ୍ତି, ତେବେ ଆପଣଙ୍କୁ ପର୍ଯ୍ୟାପ୍ତ ପରିମାଣର ଆଇରନ ମିଳିବ । ଏହା ବ୍ୟତୀତ ଶରୀରରେ ରକ୍ତ ଅଭାବ ମଧ୍ୟ ଦୂର ହେବ । ଡ୍ରାଗନ୍ ଫ୍ରୁଟ ମଧ୍ୟ ରକ୍ତହୀନତାର ଲକ୍ଷଣ ହ୍ରାସ କରିବାରେ ସାହାଯ୍ୟ କରେ । ପ୍ରତିଦିନ ଡ୍ରାଗନ୍ ଫ୍ରୁଟ ଖାଇବା ଦ୍ୱାରା ହେମୋଗ୍ଲୋବିନ୍ ସ୍ତର ମଧ୍ୟ ବୃଦ୍ଧି ପାଇଥାଏ । ଯାହା ଫଳରେ ଆପଣ ସୁସ୍ଥ ଅନୁଭବ କରିବେ ।

ଏହା ମଧ୍ୟ ପଢନ୍ତୁ: ପିଆଜ ଖାଉନଥିଲେ ଆଜିଠୁ ଆରମ୍ଭ କରନ୍ତୁ ଖାଇବା ? ନଚେତ୍ ଭୋଗିପାରନ୍ତି ସମସ୍ୟା

8. ତ୍ୱଚା ପାଇଁ ମଧ୍ୟ ଲାଭଦାୟକ

ଡ୍ରାଗନ୍ ଫେରୁଟରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି ଯାହା ଚର୍ମକୁ ଶାନ୍ତ କରିଥାଏ । ଡ୍ରାଗନ୍ ଫ୍ରୁଟର ଅଧିକ ଜଳୀୟ ଅଂଶ ଚର୍ମକୁ ହାଇଡ୍ରେଟ୍ କରିବାରେ ସାହାଯ୍ୟ କରିଥାଏ, ଯାହା ଫଳରେ ଚର୍ମ ନରମ ଏବଂ ସୁସ୍ଥ ଦେଖାଯାଏ । ଏଥିସହ ଏଥିରେ ଭିଟାମିନ୍ E ସମେତ ଅନେକ ଭିଟାମିନ୍ ଏବଂ ମିନେରାଲ୍ସ ଥାଏ, ଯାହା ଚର୍ମକୁ ପୁଷ୍ଟିକର କରିଥାଏ ଏବଂ ଏହାର ସାମଗ୍ରିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିଥାଏ । ଫଳରେ ତ୍ୱଚା ଗ୍ଲୋ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.