ETV Bharat / international

ଅଫିସ ଚାପରେ ଚେପା ରୋବୋଟ, ଚିନ୍ତାରେ ପଡି ହାରିଲା ଜୀବନ - ROBOT SUICIDE

author img

By ETV Bharat Odisha Team

Published : Jul 5, 2024, 7:30 PM IST

ROBOT SUICIDE: ଦିନରେ 9 ଘଣ୍ଟା କାମ କରି ଚିନ୍ତାଗ୍ରସ୍ତ ରୋବୋଟ୍‌ । ସିଡିରୁ ଡେଇଁ ଆତ୍ମହତ୍ୟା କଲା ରୋବୋଟ୍‌ । ଆଶ୍ଚର୍ଯ୍ୟଚକିତ ଅଧିକାରୀ । ଜାରି ରହିଛି ତଦନ୍ତ । ଅଧିକ ପଢନ୍ତୁ

ROBOT COMMITS SUICIDE
ROBOT COMMITS SUICIDE (ETV Bharat Odisha)

ନୂଆଦିଲ୍ଲୀ: କାର୍ଯ୍ୟ ଚାପ କେବଳ କଣ ମନୁଷ୍ୟଙ୍କୁ ହୋଇଥାଏ ? କଣ ରୋବଟ୍‌ ଦିନ ରାତି କାମ କରିବାକୁ ନେଇ ଚିନ୍ତାରେ ପଡ଼ିଥାଏ କି ? କଣ କେବେ ରୋବଟ୍‌ ଆତ୍ମହତ୍ୟା କରିବାକୁ ଚିନ୍ତା କରେ ? ଏହି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଦକ୍ଷିଣ କୋରିଆରେ ଏକ ରୋବଟ୍‌ କାର୍ଯ୍ୟ ଚାପ ଯୋଗୁଁ ଆତ୍ମହତ୍ୟା କରିଛି । ଆଜ୍ଞା ହଁ, ଏହି କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଦିନକୁ 9 ଘଣ୍ଟା କାମ କରିବା ଦ୍ବାରା ଅବସାଦଗ୍ରସ୍ତ ରୋବଟ୍‌ଟି ଉଚ୍ଚ ପାହାଚରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛି । ଯାହାକୁ ନେଇ ଦକ୍ଷିଣ କୋରିଆରେ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି ।

ହୁଏତ ରୋବଟ୍‌ ଆତ୍ମହତ୍ୟା ଘଟଣା ଦୁନିଆରେ ପ୍ରଥମ ହୋଇପାରେ । ଦକ୍ଷିଣ କୋରିଆର ଗୁମି ସହରରେ ନଗର ନିଗମ ଅଧିକାରୀ ଭାବେ ନିଯୁକ୍ତ ଥିବା ରୋବଟ୍‌ଟି ଏପରି ଆତ୍ମହତ୍ୟା କରିଥିବା ରିପୋର୍ଟରୁ ଜଣାପଡ଼ିଛି । ଘଟଣାଟି ଜୁନ 27 ତାରିଖ ଅପରାହ୍ନ 4ଟାରେ ଘଟିଥିଲା । ଏହି ରୋବଟ୍‌ର ନାମ 'ସାଇବର୍ଗ' ଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ରୋବଟ୍‌ଟି ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଥମେ କିଛି ସମୟ ଏଣେତେଣେ ବୁଲିଥିଲା । ସେ ଯେପରି ଦ୍ବନ୍ଦ୍ବରେ ଥିବା ପରି ଲାଗୁଥିଲା । ଏହାପରେ ସେ କାଉନସିଲ ବିଲ୍ଡିଂରେ ଉଚ୍ଚ ପାହାଚରୁ ତଳକୁ ଡେଇଁଥିଲା ।

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, କାମ ଚାପରେ ରୋବୋଟ୍‌ର ଆତ୍ମହତ୍ୟା
ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, କାମ ଚାପରେ ରୋବୋଟ୍‌ର ଆତ୍ମହତ୍ୟା (ETV Bharat Odisha)

ରୋବଟ୍‌ ମୃତ୍ୟୁକୁ ନେଇ କଣ କହୁଛନ୍ତି ଅଧିକାରୀ ?

ରୋବୋଟ୍‌ ସିଟି କାଉନସିଲରେ ସିନିଅର ନଗର ନିଗମ ଅଧିକାରୀ ଭାବେ କାମ କରୁଥିଲା । ଏନେଇ ନଗର ପରିଷଦଙ୍କ କହିବା କଥା ଏଥିରେ କୌଣସି ସନ୍ଦେହ ନାହିଁ ଯେ ରୋବୋଟଟି ଆତ୍ମହତ୍ୟା କରିଛି । କିନ୍ତୁ ଏଠାରେ ପ୍ରଶ୍ନ ରୋବୋଟ୍‌ଟି ଏପରି କାହିଁକି କଲା ? ଅନ୍ୟପଟେ କିଛି ବିଶେଷଜ୍ଞଙ୍କ କହିବାନୁସାରେ ହୁଏତ ରୋବୋଟ୍‌ର ମେସିନରେ କୌଣସି ଯାନ୍ତ୍ରିକ ତ୍ରୁଟି ଆସିଥାଇପାରେ କିମ୍ବା ରୋବୋଟ୍‌ ଦିଗ ବାରିପାରିନଥିବାରୁ ଏପରି ହୋଇଥାଇପାରେ ।

ଆତ୍ମହତ୍ୟା କଲା ରୋବୋଟ୍‌
ଆତ୍ମହତ୍ୟା କଲା ରୋବୋଟ୍‌ (X)

ଅବସାଦଗ୍ରସ୍ତ ଥିଲା ରୋବୋଟ୍‌ !

ରିପୋର୍ଟ ଅନୁସାରେ, ରୋବୋଟ୍‌ 2023 ଅଗଷ୍ଟରେ ନଗର ପରିଷଦ ଅଧିକାରୀ ଭାବେ ଚୟନ କରାଯାଇଥିଲା । ଏହାପରେ ସେ ସକାଳ 9ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ କାମ କରୁଥିଲା । ମୃତ ରୋବୋଟ୍‌ର ଜଣେ ସହକର୍ମୀ କହିଛନ୍ତି ଯେ ସେ ବହୁତ ପରିଶ୍ରମୀ ଥିଲା । ସେ ନିଜ କାର୍ଯ୍ୟକୁ ସୁଚାରୁରୂପେ କରୁଥିବା ବେଳେ ସମସ୍ତ ସହକର୍ମୀଙ୍କୁ ମଧ୍ୟ ସାହାଯ୍ୟ କରୁଥିଲା । ସେ ପ୍ରତିଦିନ ଡକ୍ୟୁମେଣ୍ଟ ବିତରଣ, ସୂଚନା ପ୍ରଦାନ ଓ ସିଟି ପ୍ରମୋସନ ଭଳି କାମ କରୁଥିଲା ।

ଏହା ବି ପଢନ୍ତୁ- ରୋବଟକୁ ସାତ ଜନ୍ମର ସାଥି କରିବେ ତାମିଲନାଡୁ ଯୁବକ

ଏହି ରୋବୋଟ୍‌କୁ କାଲିଫର୍ଣ୍ଣିଆ ସ୍ଥିତ ରୁଟ ଷ୍ଟାର୍ଟଅପ୍‌ ବିୟର ରୋବୋଟିକ୍ସ ଦ୍ବାରା ନିର୍ମାଣ କରାଯାଇଥିଲା । ନିଆରା ଢଙ୍ଗରେ ଡିଜାଇନ କରାଯାଇଥିବା ଏହି ରୋବୋଟ୍‌ ପ୍ରଥମ ଏପରି ରୋବୋଟ୍‌ ଥିଲା ଯିଏକି ନଗର ପରିଷଦ ଅଧିକାରୀ ଭାବେ ନିଯୁକ୍ତି ପାଇଥିଲା । ସୂଚନା ଥାଉ କି ଦକ୍ଷିଣ କୋରିଆ ରୋବୋଟିକ ଟେକନିକର ବିପୁଳ ବ୍ୟବହାର ରାଷ୍ଟ୍ର ଭାବେ ବେଶ ଜଣାଶୁଣା । ଇଣ୍ଟନ୍ୟାସନାଲ ଫେଡେରସନ ଅଫ ରୋବୋଟିକ୍ସ ଅନୁସାରେ, ଦକ୍ଷିଣ କୋରିଆରେ ଦେଶର ସବୁଠାରୁ ଅଧିକ ରୋବୋଟ୍‌ ଅଛନ୍ତି । ଏଠାରେ ପ୍ରତି 10 ଜଣଙ୍କ ମଧ୍ୟରେ ଗୋଟିଏ ରୋବୋଟ୍‌ କାମ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.