ETV Bharat / health

ଜଣ୍ଡିସ ତ ଜଣ୍ଡିସ, ପୁଣି କ୍ୟାନ୍ସର ଜଣ୍ଡିସ କଣ ? ଜାଣି ରଖନ୍ତୁ ଲକ୍ଷଣ - What is Cancer Jaundice

What is Cancer Jaundice: ସାଧାରଣତଃ ଜଣ୍ଡିସ ବା କାମଳ ରୋଗ କଣ ଲୋକେ ଜାଣିଥିବେ । ହେଲେ କ୍ୟାନ୍ସର ଜଣ୍ଡିସ କଣ ? ଡାକ୍ତରଙ୍କ କହିବାନୁସାରେ କ୍ୟାନ୍ସର ଜଣ୍ଡିସ ରୋଗୀଙ୍କ ପାଇଁ ଭାରି ବିପଦ । ଜାଣି ରଖନ୍ତୁ କଣ ହୋଇଥାଏ ଏହାର ଲକ୍ଷଣ ।

author img

By ETV Bharat Odisha Team

Published : Jul 8, 2024, 7:09 PM IST

What is Cancer Jaundice
What is Cancer Jaundice (ETV Bharat Odisha)

ଭୁବନେଶ୍ବର: କ୍ୟାନ୍ସର ପରେ ହୋଇପାରେ ଜଣ୍ଡିସ । ଯଦି ଆପଣ କ୍ୟାନ୍ସର ରୋଗକୁ ଚିହ୍ନିପାରିନାହାନ୍ତି ବା ଆପଣଙ୍କୁ କ୍ୟାନ୍ସର ହୋଇଛି ବୋଲି ଜାଣିନାହାନ୍ତି, ତେବେ ଜଣ୍ଡିସ ଏହାକୁ ଜଣାଇଦେବ । ଜଣ୍ଡିସ ହେଲେ ଏହାକୁ ସାଧାରଣ ଭାବନ୍ତୁ ନାହିଁ । ଏହା କ୍ୟାନ୍ସର ରୋଗର ଲକ୍ଷଣ ହୋଇପାରେ । ଏହାର ଶୀଘ୍ର ଚିକିତ୍ସା ନ କଲେ ହୋଇପାରେ ସାଙ୍ଘାତିକ ସ୍ଥିତି । ଏମିତି ସାଧାରଣ ଭାବରେ ଜଣ୍ଡିସ ସମସ୍ତଙ୍କୁ ହୋଇଥାଏ। କିନ୍ତୁ କ୍ୟାନସର ହୋଇଥିଲେ ଜଣ୍ଡିସ ହେବାର ସମ୍ଭାବନା ଅଧିକ ରହିଛି । ଯାହାକୁ ନେଇ କଣ କଣ ପଦକ୍ଷେପ ନେବାକୁ ପଡିବ ? କଣ ଲକ୍ଷଣ ଦେଖାଯିବା ସହ କିଭଳି ଏହାର ପ୍ରତିକାର କରାଯିବ ? ସେନେଇ ସ୍ବାସ୍ଥ୍ୟ ବିଶେଷଜ୍ଞ କଣ କହୁଛନ୍ତି ଜାଣିନେବା ।

ଜଣ୍ଡିସ ତ ଜଣ୍ଡିସ, ପୁଣି କ୍ୟାନ୍ସର ଜଣ୍ଡିସ କଣ ? ଜାଣି ରଖନ୍ତୁ ଲକ୍ଷଣ (ETV Bharat Odisha)

ଜଣ୍ଡିସ କେତେ ପ୍ରକାର ?

Jaundice
Jaundice (X)

ଜଣ୍ଡିସ ମୁଖ୍ୟତଃ ଦୁଇଟି କାରଣରୁ ହୋଇଥାଏ । ଗୋଟିଏ ମେଡିକାଲ ଜଣ୍ଡିସ ଅନ୍ୟଟି ହେଉଛି ସର୍ଜିକାଲ ଜଣ୍ଡିସ । ଯେଉଁ ଜଣ୍ଡିସକୁ ମେଡିସିନ ମାଧ୍ୟମରେ ଭଲ କରାଯାଏ ତାହାକୁ ମେଡିକାଲ ଜଣ୍ଡିସ କୁହାଯାଏ । ଯେଉଁ ଜଣ୍ଡିସକୁ ଅପରେସନ ଆବଶ୍ୟକ ପଡେ ତାହାକୁ ସର୍ଜିକାଲ୍ ଜଣ୍ଡିସ କୁହାଯାଏ । ମେଡିକାଲ ଜଣ୍ଡିସ ହେଉଛି ଇନଫେକ୍ସନରୁ ହୋଇଥାଏ । ମଦ ପିଇ ଲିଭର ବା ଯକୃତ ଖରାପ ହେବା ଆଦି ମେଡିସିନ ଦ୍ଵାରା ଚିକିତ୍ସା କରାଯାଏ । ଅନ୍ୟପଟେ ସର୍ଜିକାଲ ଜଣ୍ଡିସ ହେଉଛି ଦୁଇ ପ୍ରକାରର । ଯଥା ପ୍ରଥମଟି ହେଉଛି କ୍ୟାନ୍ସର ପାଇଁ ହୋଇଥାଏ, ଅନ୍ୟଟି ବିନା କ୍ୟାନ୍ସରରେ ହୋଇଥାଏ ।

କ୍ୟାନ୍ସର ଜଣ୍ଡିସ କଣ ?

ସର୍ଜିକାଲ ଜଣ୍ଡିସ
ସର୍ଜିକାଲ ଜଣ୍ଡିସ (File Photo)

ଯେଉଁ ଯେଉଁ କ୍ୟାନ୍ସରରେ ଜଣ୍ଡିସ ହୋଇପାରେ ତାହାକୁ କ୍ୟାନ୍ସର ସର୍ଜିକାଲ ଜଣ୍ଡିସ କୁହାଯାଏ । ଶରୀରରେ ୪ଟି ସ୍ଥାନରେ କ୍ୟାନ୍ସର ହେଲେ ଜଣ୍ଡିସ ହୋଇଥାଏ । ସେଗୁଡିକ ହେଲା ପିତ୍ତ ନଳୀ, ଲିଭର୍, ପାନକ୍ରିୟାଜ୍ (ଅଗ୍ନାଶୟ) ଏବଂ ଖାଦ୍ୟ ନଳୀ । ଏହି ୪ଟି ସ୍ଥାନରେ କ୍ୟାନ୍ସର ହେଲେ ଜଣ୍ଡିସ ହୋଇଥାଏ । ଏହାକୁ କେବଳ ଅପରେସନ ଦ୍ଵାରା ଠିକ କରାଯାଇଥାଏ।

Cancer Jaundice
Cancer Jaundice (X)

କ୍ୟାନ୍ସର ଜଣ୍ଡିସ ଲକ୍ଷଣ କଣ ?

  • ପ୍ରଥମେ ରୋଗୀର ଆଖି ହଳଦିଆ ହେବା
  • ପରିସ୍ରା ହଳଦିଆ ହେବା
  • ଦେହ ହାତ କୁଣ୍ଡେଇ ହେବା
  • ଜ୍ଵର ହେବା ସହ ପେଟ ବଥା ହେବା

ଜଣେ ରୋଗୀ କିଭଳି ଜାଣିବ ଏହା କେଉଁ ଜଣ୍ଡିସ ?

ଜଣେ ଲୋକ ହସ୍ପିଟାଲରେ ଦୁଇଟି ଟେଷ୍ଟ କରିବ । ପ୍ରଥମଟି ହେଲା ରକ୍ତ ପରୀକ୍ଷା ( ଲିଭର୍ ଫଂକ୍ସନ୍ ଟେଷ୍ଟ), ଅନ୍ୟପଟେ ପେଟର ଅଲଟ୍ରା ସାଉଣ୍ଡ ଟେଷ୍ଟ କରିବା ଆବଶ୍ୟକ । ଜଣ୍ଡିସ ହେଲେ ପ୍ରଥମେ ନିକଟସ୍ଥ ହସ୍ପିଟାଲ ଯାଇ ବିଭିନ୍ନ ଟେଷ୍ଟ କରିବା ଆବଶ୍ୟକ ।

କେଉଁ ବୟସରେ ଏଭଳି ଦେଖାଯାଇଥାଏ ?

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ୩୦-୪୦ ବର୍ଷ ବୟସ୍କ ଲୋକଙ୍କୁ ଯେଉଁ ଜଣ୍ଡିସ ହୋଇଥାଏ ତାହା ବିଶେଷ ଭାବରେ ମେଡିସିନ ବା ମେଡିକାଲ ଜଣ୍ଡିସ । ୩୦ରୁ ୪୦ ବର୍ଷ ବୟସରେ ଯେଉଁ ଜଣ୍ଡିସ ହେଉଛି ତାହା ଅଧିକ ମାରାତ୍ମକ ଅଟେ । ପ୍ରଥମେ ଏହାକୁ ଦେଖାଯିବ କି ଏହା କ୍ୟାନ୍ସର ପାଇଁ ଜଣ୍ଡିସ ହେଉନି ତ। ଯଦି କ୍ୟାନସର ପାଇଁ ହୋଇଥାଏ ତେବେ ରୋଗୀ ଜଲଦି ଚିକିତ୍ସା କଲେ ହୁଏ ତ ରୋଗୀ ଜଣଙ୍କ ଠିକ ହୋଇପାରନ୍ତି । ନହେଲେ ଅଧିକରୁ ଅଧିକ ଗୁରୁତର ହେବାରେ ଲାଗିବ ରୋଗୀ । ଯାହା ପରବର୍ତ୍ତୀ ସମୟରେ ରୋଗୀ ଜଣଙ୍କ ବଞ୍ଚିବା କଷ୍ଟକର ହୋଇପଡିବ ।

Jaundice
Jaundice (X)

୩୦-୪୦ ବୟସର ଲୋକଙ୍କୁ କାହିଁକି କ୍ୟାନ୍ସର ଜଣ୍ଡିସ ହୁଏ ?

୩୦ରୁ ୪୦ ବର୍ଷ ବୟସର ଲୋକଙ୍କୁ କ୍ୟାନସର ଜଣ୍ଡିସ ହେବାର ମୂଳ କାରଣ ହେଉଛି ପେଟରେ ଷ୍ଟୋନ ହେଉଛି, ଜେନେଟିକ ମିୟୁଟେସନ୍ ପରିବର୍ତ୍ତନ, ଖରାପ ଅଭ୍ୟାସ ଯାହା ମଦ ପିଇବା ବିଡି ସିଗାରେଟ ଭଳି ସେବନ ଦ୍ଵାରା ହିଁ ହୋଇଥାଏ । ଯାହା ଫଳରେ କ୍ୟାନସରରୁ ଜଣ୍ଡିସ ଦେଖାଯାଇଥାଏ ।

ସାଧାରଣ ଜଣ୍ଡିସ ଏବଂ କ୍ୟାନ୍ସର ଜଣ୍ଡିସ ମଧ୍ୟରେ ପ୍ରଭେଦ:-

ସାଧାରଣ ଭାବରେ ଅନେକ ଲୋକଙ୍କୁ ଜଣ୍ଡିସ ଦେଖାଯାଉଛି । ହେଲେ କ୍ୟାନସର ଜଣ୍ଡିସରେ ସାଧାରଣ ଭାବରେ ଯାହାକୁ ଜଣ୍ଡିସ ହୋଇଥିବ ରୋଗୀର ଦେହ ହାତ କୁଣ୍ଡେଇ ହେବ । ଜ୍ଵର ମଧ୍ୟ ଅଧିକ ସମୟ ଧରି ରହିବ । ପେଟ ବ୍ୟଥା ହେବ (ବିଶେଷ ଭାବରେ ପେଟର ଡାହାଣ ପାଖ ଯେଉଁ ସ୍ଥାନରେ ଲିଭର, ପିତ କୋଷ ରହିଥାଏ) । ମଳର ରଙ୍ଗ ପରିବର୍ତ୍ତନ ହେବ। ଯାହା ହଳଦିଆ ମଳ ନହୋଇ ପାଉଁଶିଆ ମଳ ହେବା ସହ କଳା ରଙ୍ଗର ମଳ । ଏହି ଲକ୍ଷଣ ଆଦି ଦେଖାଦେଲେ ବିଶେଷ ଭାବରେ ଜଣାପଡେ କ୍ୟାନ୍ସର ପାଇଁ ଜଣ୍ଡିସ ହୋଇଥାଇପାରେ ।

କ୍ୟାନ୍ସର ଜଣ୍ଡିସରୁ କିଭଳି ରହିବେ ସତର୍କ ?

  • ଯୁବାବସ୍ଥାରୁ ସତର୍କ ରହିବା
  • ବିଭିନ୍ନ ନିଶାଦ୍ରବ୍ୟ ବ୍ୟବହାର ନକରିବା
  • ଖାଇବା ପିଇବା ସଠିକ ଭାବରେ କରିବା
  • ଭଲ ଖାଦ୍ୟ ଖାଇବା ସହ ଠିକ ସମୟରେ ଖାଇବା ଆବଶ୍ୟକ
  • ବାହାରେ ତେଲମସଲା ଜାତୀୟ ଖାଦ୍ୟ ଅଧିକ ନଖାଇବା
  • ଘର ଖାଦ୍ୟକୁ ଅଧିକ ମାତ୍ରାରେ ପ୍ରାଧାନ୍ୟ ଦେବା
  • ଫଳ ଖାଇବା
  • ସବୁଜ ପନିପରିବା ଖାଇବା
  • ଅଧିକ ମାତ୍ରାରେ ପାଣି ପିଇବା
  • ବ୍ୟାୟାମ ବା ଏକ୍ସରସାଇଜ କରିବା

ଜଣେ ସୁସ୍ଥ ଲୋକକୁ କ୍ୟାନ୍ସର ଜଣ୍ଡିସ ହୋଇପାରେ କି ?

ଜଣେ ସୁସ୍ଥ ଲୋକକୁ କ୍ୟାନସର ଜଣ୍ଡିସ ହୋଇପାରେ । କାରଣ ଜଣେ ଲୋକ ନିଶାଦ୍ରବ୍ୟ ସେବନ କରୁନି କିନ୍ତୁ ଜେନେଟିକ ମ୍ୟୁଟେସନ୍ ମାଧ୍ୟମରେ ହୋଇପାରେ । କିନ୍ତୁ ଏହା ବହୁ ମାତ୍ରାରେ କାମ ଦେଖାଯାଇଥାଏ । କିଛି ମାସ ବ୍ୟବଧାନରେ ଡାକ୍ତରଙ୍କ ପରାମର୍ଶ ନେଇ ଶରୀର ଚେକଅପ୍‌ କରିବା ଆବଶ୍ୟକ । କ୍ୟାନସରରୁ ଯେଉଁ ଜଣ୍ଡିସ ହୁଏ ଲକ୍ଷଣ ଦେଖାଦେବାର ୨-୩ ମାସ ମଧ୍ୟରେ ଦେଖାଯାଇଥାଏ । ଯଦି ଏହାକୁ ନେଇ ଠିକ ଭାବରେ ଚିକିତ୍ସା କରାଯାଉଛି ତେବେ ରୋଗୀଙ୍କୁ ସମ୍ପୂର୍ଣ୍ଣ ଭାବରେ ଚିକିତ୍ସା କରାଯାଇପାରିବ । ଯଦି ୩-୪ ମାସ ପରେ ଯେଉଁ ରୋଗୀମାନେ ଆସୁଛନ୍ତି କ୍ୟାନ୍ସରରୁ ଯେଉଁ ମାନଙ୍କୁ ଜଣ୍ଡିସ ହେଉଛି ସେମାନେ ବିଶେଷ ଭାବରେ ଅପରେସନ ଷ୍ଟେଜ କ୍ରସ କରିଦେଇଥାନ୍ତି । ଯାହା ଫଳରେ କ୍ୟାନ୍ସର ଶରୀରର ଅନ୍ୟ ଆଡ଼କୁ ମାଡ଼ି ଯାଇଥାଏ । ତେବେ ଏହି ସମୟରେ ଆଉ ବିଶେଷ ଭାବରେ ଚିକିତ୍ସା ହୋଇପାରେ ନାହିଁ । ତେଣୁ ରୋଗୀ ବିଶେଷ ଦିନ ବଞ୍ଚିବା କଷ୍ଟକର ହୋଇପଡ଼ିଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.