ETV Bharat / state

ଆଜି ହେରାପଞ୍ଚମୀ; କାହିଁକି ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗନ୍ତି ଲକ୍ଷ୍ମୀ ଠାକୁରାଣୀ ? - PURI RATH YATRA HERA PANCHAMI

author img

By ETV Bharat Odisha Team

Published : Jul 11, 2024, 9:18 AM IST

Updated : Jul 11, 2024, 3:02 PM IST

Puri Rath Yatra Hera Panchami: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି । ରାଗ ଜର୍ଜରିତ ହୋଇ ନନ୍ଦିଘୋଷ ରଥ ଭାଙ୍ଗିବେ ମା' ମହାଲକ୍ଷ୍ମୀ । ଅଧିକ ପଢନ୍ତୁ

Ratha Yatra 2024
Ratha Yatra 2024 (ETV BHARAT ODISHA)

ପୁରୀ: ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରତ୍ନବେଦୀ ଛାଡି ଭାଇ-ଭଉଣୀଙ୍କୁ ସାଙ୍ଗରେ ନେଇ ଜନ୍ମବେଦୀଙ୍କୁ ଯାଇଛନ୍ତି ମହାପ୍ରଭୁ । ଏଥିପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ଉପରେ ଅଭିମାନ କରିଛନ୍ତି ଲକ୍ଷ୍ମୀ ଠାକୁରାଣୀ । ରାଗ ଜର୍ଜରିତ ହୋଇ ମା' ଲକ୍ଷ୍ମୀ ଆଜି ଗୋପନରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଉଭା ହୋଇ ନନ୍ଦିଘୋଷ ରଥ ଭାଙ୍ଗିବେ । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ହେରାପଞ୍ଚମୀ ନୀତି ।

Ratha Yatra 2024 (ETV Bharat Odisha)

ହେରାପଞ୍ଚମୀରେ କ'ଣ ହୁଏ ?

ଗତକାଲି ଯଜ୍ଞ ମଣ୍ତପରେ ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାର ଗୁପ୍ତ ନୀତି ସଂପନ୍ନ ହେବା ପରେ ଆଜି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ହେରାପଞ୍ଚମୀ ନୀତି ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ପାଳିଆ ମହାଜନ ମା' ମହାଲକ୍ଷ୍ମୀଙ୍କୁ ମାଜଣା କରିବା ସହ ପାଟଶାଢ଼ୀ, ଅଳଙ୍କାର ବେଶ କରାଇ ସାରିବା ପରେ ପୂଜାପଣ୍ତା ସେବକ ପନ୍ତି ଭୋଗ କରିବେ । ଘଣ୍ଟ, ଛତା, ପଟୁଆରରେ ମହାଲକ୍ଷ୍ମୀ ଶ୍ରୀମନ୍ଦିରରୁ ବାହାରି ବଡ଼ଦାଣ୍ତ ଦେଇ ଗୁଣ୍ତିଚା ମନ୍ଦିର ସମ୍ମୁଖରେ ପହଞ୍ଚିବେ । ଏହାପରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ରଥ ଭାଙ୍ଗିବେ । ପରେ ମନ୍ଦିର ଭିତରକୁ ଯାଇ ପ୍ରଭୁଙ୍କୁ ସାକ୍ଷାତ କରିବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ମହାପ୍ରଭୁଙ୍କର ଏହି ମାନବୀୟ ଲୀଳାରେ ସାମିଲ ହେବା ପାଇଁ ପ୍ରତିଟି ଭକ୍ତ ଚାହିଁ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ବଡଠାକୁର ପଡିଯିବା ପ୍ରସଙ୍ଗ: ପ୍ରଭୁଙ୍କର ଛୋଟିଆ ଲୀଳା କହି ଅଘଟଣକୁ ସାମାନ୍ୟ କହିଲେ ଆଇନ ମନ୍ତ୍ରୀ - lord bhalabhadra slips in charamala

Hera Panchami
Hera Panchami (ETV BHARAT ODISHA)

କାହିଁକି ରାଗିଛନ୍ତି ମହାଲକ୍ଷ୍ମୀ ?

ଗତ ରୁକ୍ମିଣୀ ଏକାଦଶୀ ଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ମହାଲକ୍ଷ୍ମୀଙ୍କ ବିବାହ ଅନୁଷ୍ଠିତ ହୋଇଥିଲା । ଗଇଁଠାଳ ଫିଟି ନଥିବାବେଳେ ମହାପ୍ରଭୁ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ ବଡଭାଇ ଓ ଭଉଣୀଙ୍କ ସାଙ୍ଗରେ ନେଇ ଜନ୍ମବେଦୀକୁ ଯାତ୍ରା କରିଥିଲେ । ଦୀର୍ଘଦିନ ଧରି ମହାପ୍ରଭୁଙ୍କ ସହ ମହାଲକ୍ଷ୍ମୀଙ୍କ ସାକ୍ଷାତ ହୋଇନାହିଁ । ଏଥିପାଇଁ ମହାଲକ୍ଷ୍ମୀ ବ୍ୟସ୍ତ ବିବ୍ରତ ହୋଇ ପଡିଛନ୍ତି । ସେହି କ୍ରମରେ ପରମ୍ପରା ଅନୁଯାୟୀ ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ ମା’ ଲକ୍ଷ୍ମୀ ।

Hera Panchami
Hera Panchami (ETV BHARAT ODISHA)

ଶ୍ରୀମନ୍ଦିର ପ୍ରଶାସନର ନୀତି ନିର୍ଘଣ୍ଟ ଅନୁଯାୟୀ, ମହାପ୍ରଭୁଙ୍କ ମଙ୍ଗଳ ଆଳତି ନୀତି ପରେ ଅନ୍ୟାନ୍ୟ ନୀତିକାନ୍ତି ହେବ । ସକାଳ 10 ଟାରୁ 11ଟା 30 ମଧ୍ୟରେ ସକାଳ ଧୂପ, ଭୋଗ ମଣ୍ଡପ ଦିନ 11ଟାରୁ 12ଟା 30, ମଧ୍ୟାହ୍ନ ଧୂପ 3ଟା ରୁ 4ଟା 30ରେ ଅନୁଷ୍ଠିତ ହୋଇଛି । ସେହିପରି ସନ୍ଧ୍ୟା ଆଳତୀ 6ଟା 30 ଓ ସନ୍ଧ୍ୟାଧୂପ ପୂଜା ରାତି 9ଟାରେ ହେବ । ରଥ ତଳ ନୀତି ସାରି ମହାଲକ୍ଷ୍ମୀ ଜଗମୋହନକୁ 9ଟା 30ରେ ବିଜେ କରିବେ । 9ଟା 35ରେ ମହାଲକ୍ଷ୍ମୀଙ୍କ ଆଜ୍ଞାମାଳ ଲାଗି ହେବ । 9ଟା 50ରେ ସନ୍ଧ୍ୟା ଧୂପ ଶେଷ ହେବ । ରାତି 11ଟା 30ରେ ଚନ୍ଦନ ଲାଗି ଓ ରାତ୍ର 12ଟାରେ ବଡ଼ସିଂହାର ବେଶ ହୋଇ ରାତି 1ଟାରେ ରାତ୍ର ପହୁଡ଼ ଅନୁଷ୍ଠିତ ହେବ ।

ଇଟିଭି ଭାରତ, ପୁରୀ

Last Updated : Jul 11, 2024, 3:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.