ETV Bharat / state

୬ ହଜାର କୋଟିର ୨୬ ପ୍ରକଳ୍ପକୁ ମୋହର, ରାଜ୍ୟରେ୧୯ ହଜାର ନିଯୁକ୍ତି ସୁଯୋଗ - Mohan cabinet approve 26 projects

Government approved 26 projects: ରାଜ୍ୟରେ 26 ପ୍ରକଳ୍ପକୁ SLSWCର ଅନୁମୋଦନ । ୫୯୯୨.୯୨ କୋଟି ଟଙ୍କା । ମିଳିବ ପ୍ରାୟ 19 ହଜାର ନିଯୁକ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 11, 2024, 7:38 AM IST

୬ ହଜାର କୋଟିର ୨୬ ପ୍ରକଳ୍ପକୁ ମୋହର, ୧୯ ହଜାର ନିଯୁକ୍ତି ସୁଯୋଗ
୬ ହଜାର କୋଟିର ୨୬ ପ୍ରକଳ୍ପକୁ ମୋହର, ୧୯ ହଜାର ନିଯୁକ୍ତି ସୁଯୋଗ (ETV Bharat Odisha)

ଭୁବନେଶ୍ବର: ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବା ‘SLSWC’ ବୈଠକ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ୫୯୯୨.୯୨ କୋଟି ଟଙ୍କା ମୂଲ୍ୟର ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏହାଦ୍ୱାରା ୧୯,୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି ।

ଏହି ବୈଠକରେ ୨୬ଟି ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଇସ୍ପାତ, ରାସାୟନିକ ପଦାର୍ଥ, ଅକ୍ଷୟ ଶକ୍ତି, ବୟନ ଶିଳ୍ପ, ଉତ୍ପାଦନ, ପ୍ୟାକେଜିଂ, ଖାଦ୍ୟ ପ୍ରକ୍ରିୟାକରଣ, ଆଇଟି, ଭିତ୍ତିଭୂମି ଏବଂ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି । ମୟୂରଭଞ୍ଜ, ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ଝାରସୁଗୁଡ଼ା, ବୌଦ୍ଧ, କୋରାପୁଟ, ବାଲେଶ୍ୱର, କଟକ, ଭଦ୍ରକ ଓ ପୁରୀ ଭଳି ୧୪ଟି ଜିଲ୍ଲାରେ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ମୋଟ ନିବେଶ ପରିମାଣ ୫,୯୯୨.୯୨ କୋଟି ଟଙ୍କା ରହିଥିବାବେଳେ ୧୯,୩୬୪ ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ମୟୂରଭଞ୍ଜରେ ଜିଏମ ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ଲିମିଟେଡ ୭୪୫ କୋଟି ବିନିଯୋଗରେ ୦.୨୩ ଏମପିଟିଏ ସମନ୍ୱିତ ଇସ୍ପାତ କାରଖାନା ସହ ଡାଉନଷ୍ଟ୍ରିମ ଏବଂ ଅପ ଷ୍ଟ୍ରିମ ସୁବିଧା ଏବଂ ୪୫ ମେଗାୱାଟର ସିପିପି ପ୍ରତିଷ୍ଠା କରିବ । ସୁନ୍ଦରଗଡରେ ଶ୍ରୀଗଣେଶ ମେଟାଲିକ୍ସ ଲିମିଟେଡ ଏହାର ସମନ୍ୱିତ ଇସ୍ପାତ କାରଖାନାର ସମ୍ପ୍ରସାରଣ କରିବ । ଯେଉଁଥିରେ ଏସଏମଏସ, ଏମଏସ ପାଇପ, ସ୍ପଞ୍ଜ ଆଇରନ, ସିପିପି ଏବଂ କୋଲ ୱାସେରି ସୁବିଧା ରହିଛି । ଏଥିପାଇଁ ୬୦୪.୯୯ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସୁନ୍ଦରଗଡ଼ରେ ୪୩୨.୫୦ କୋଟି ଟଙ୍କା ବିନିଯୋଗ କରିବ ଟାଇମ୍ସ ଷ୍ଟିଲ୍ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡ । ବେନିଫିସିଏସନ, ପେଲେଟ, ଫେରୋ ଆଲଏଜ, ବିଲେଟ, ରୋଲିଂ ମିଲ ସୁବିଧା ଏବଂ ସିପିପିକୁ ମିଶାଇ ଏହାର ବର୍ତ୍ତମାନର କାରଖାନାର ସମ୍ପ୍ରସାରଣ କରିବାକୁ ସଂସ୍ଥା ଯୋଜନା କରିଛି ।

ଆର୍ଯ୍ୟନ ଇସ୍ପାତ ଆଣ୍ଡ ପାୱାର ପ୍ରାଇଭେଟ ଲିମିଟେଡରେ ୩୨୩ କୋଟି ଟଙ୍କା ବ୍ୟୟ ହେବ ସମ୍ବଲପୁରରେ ଏସଏମଏସ, ସିପିପି, ରୋଲିଂ ମିଲ ଏବଂ ଏମଏସ ପାଇପ ଉତ୍ପାଦନ ୟୁନିଟ ସ୍ଥାପନ କରି ନିଜର ବର୍ତ୍ତମାନର ପ୍ରକଳ୍ପକୁ ବୃଦ୍ଧି କରିବ । ଏହାଦ୍ୱାରା ୧୫୦୦ ନିଯୁକ୍ତି ସୃଷ୍ଟି କରିବ । ଏସଏସଏବି ଏନର୍ଜି ଆଣ୍ଡ ମିନେରାଲ୍ସ ଲିମିଟେଡ କେନ୍ଦୁଝରରେ ୨୧୨ କୋଟି ଟଙ୍କା ବିନିଯୋଗ କରିବ । ପେଲେଟ ପ୍ଲାଣ୍ଟ, ଏସଏମଏସ, ରୋଲିଂ ମିଲ ଏବଂ ସିପିପି ସ୍ଥାପନ କରି ୧୧୦୭ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସେହିପରି ଭାସ୍କର ଷ୍ଟିଲ ଓ ଫେରୋ ଆଲୟ ପ୍ରାଇଭେଟ ଲିମିଟେଡ ସୁନ୍ଦରଗଡ଼ରେ ୫୩୦ କୋଟି ଟଙ୍କା ବିନିଯୋଗ କରି ୮୮୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଇସ୍ପାତ କ୍ଷେତ୍ରରେ ଶ୍ୟାମଶକ୍ତି ମେଟାଲ୍ସ ପ୍ରାଇଭେଟ ଲିମିଟେଡ ସମ୍ବଲପୁରର ରେଙ୍ଗାଲିରେ ୬୫୦ କୋଟି ଟଙ୍କା ବିନିଯୋଗରେ ୫୫୨ ନିଯୁକ୍ତି ସୃଷ୍ଟି କରିବ । ୧୬୦କୋଟି ବ୍ୟୟରେ ସୁନ୍ଦରଗଡ଼ରେ ଆଲୁମିନିୟମ କଣ୍ଡକ୍ଟର, ତାର ରଡ ଏବଂ କେବୁଲ ପାଇଁ ଏକ ଉତ୍ପାଦନ ୟୁନିଟ ସ୍ଥାପନ କରି ୧୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ କାବକନ ଇଣ୍ଡିଆ ଲିମିଟେଡ । ଶ୍ରେୟସ ଆଲୁମିନିୟମ ଆଣ୍ଡ ଆଲଏଜ ପ୍ରାଇଭେଟ୍ ଲିମିଟେଡ ଝାରସୁଗୁଡ଼ାରେ ୫୨ କୋଟି ବିନିଯୋଗ ହେବ ।

ରାସାୟନିକ କ୍ଷେତ୍ରରେ ଏଟର୍ନିସ ଫାଇନ କେମିକାଲ୍ସ ଲିମିଟେଡ ଗଞ୍ଜାମରେ ୩୦୦ କୋଟି ଟଙ୍କା ବିନିଯୋଗରେ ଏକ ପରଫ୍ୟୁମେରି ଉପାଦାନ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ୪୦୦ ନିଯୁକ୍ତି ସୃଷ୍ଟି କରିବ । ଓଡ଼ିଶା କେମ୍ଟେକ ପ୍ରାଇଭେଟ ଲିମିଟେଡ ଜଗତସିଂହପୁରରେ ଦୁଇଟି ପର୍ଯ୍ୟାୟରେ ଏକ ସ୍ୱତନ୍ତ୍ର ରାସାୟନିକ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଯେଉଁଥିରେ ମୋଟ ୧୪୯.୪୫ କୋଟି ଟଙ୍କା ବିନିଯୋଗ ହେବ । ୧୫୦ ନିଯୁକ୍ତି ସୃଷ୍ଟି ହେବ । ଭାରତୀୟ ଏକ୍ସପ୍ଲୋସିଭସ ପ୍ରାଇଭେଟ ଲିମିଟେଡ କେନ୍ଦୁଝରରେ ୫୪.୬୦ କୋଟି ଟଙ୍କା ବିନିଯୋଗରେ ଏକ ବାଣିଜ୍ୟିକ ବିସ୍ଫୋରକ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଯେଉଁଥିରେ ୧୨୬ ଜଣ ନିଯୁକ୍ତି ସୃଷ୍ଟି ହେବ । ଅକ୍ଷୟ ଶକ୍ତି କ୍ଷେତ୍ରରେ ଏନଭାଇରୋକେୟାର ଇନଫ୍ରାସଲୁସନ ପ୍ରାଇଭେଟ ଲିମିଟେଡ ବୌଦ୍ଧରେ ୩୫୧ କୋଟି ବିନିଯୋଗରେ ୧୦୦ ମେଗାଓ୍ଵାଟର ଗ୍ରାଉଣ୍ଡ ମାଉଣ୍ଟେଡ ସୋଲାର ଫଟୋଭୋଲ୍ଟାଇକ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସ୍ଥାପନ କରିବ । ଯେଉଁଥିରେ ୬୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିପରି ଖୋର୍ଦ୍ଧାରେ ସୋଲିସିସ ସୋଲାର ପ୍ରାଇଭେଟ ଲିମିଟେଡ ୫୯.୫୦ କୋଟି ବିନିଯୋଗରେ ସୋଲାର ମଡ୍ୟୁଲ ପାଇଁ ଏକ ଉତ୍ପାଦନ କାରଖାନା ସ୍ଥାପନ କରିବ । ୧୨୦ ନିଯୁକ୍ତି ସୃଷ୍ଟି କରିବ । ସୁନ୍ଦରଗଡରେ ବୟନ ଓ ପୋଷାକ କ୍ଷେତ୍ରରେ ଶ୍ରୀହରି ସ୍ପିନର୍ସ ପ୍ରାଇଭେଟ ଲିମିଟେଡ ୧୨୯.୬୮ କୋଟି ଟଙ୍କା ବିନିଯୋଗରେ ଏକ କପା ସୂତା ସ୍ପିନିଂ ମିଲ ୟୁନିଟ ସ୍ଥାପନ କରିବ । ୭୦୦ ନିଯୁକ୍ତି ସୃଷ୍ଟି କରିବ । ଖୋର୍ଦ୍ଧାରେ ୫୦.୫୫ କୋଟି ଟଙ୍କା ବିନିଯୋଗରେ ଏକ ପୋଷାକ ଉତ୍ପାଦନ କାରଖାନା ସ୍ଥାପନ କରି ୧୦୨୮ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଇଣ୍ଡିଆନ ଷ୍ଟିଚେସ ପ୍ରାଇଭେଟ ଲିମିଟେଡ । ଋଷିଲ ଡେକୋର ଲିମିଟେଡ କୋରାପୁଟରେ ୫୦୪ କୋଟି ଟଙ୍କା ବିନିଯୋଗରେ ଏକ ଏମଡିଏଫ ଏବଂ ପ୍ରି-ଲାମିନେଟେଡ ଏମଡିଏଫ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଯାହା ୨୮୫ ନିଯୁକ୍ତି ସୃଷ୍ଟି କରିବ । ବାଲେଶ୍ଵରରେ ପ୍ରତାପ ସିନ୍ଥେଟିକ୍ସ ଲିମିଟେଡ ୧୦୨.୫୦ କୋଟି ଟଙ୍କା ବିନିଯୋଗରେ ପିପି ବୁଣା ବ୍ୟାଗ, ଲାମିନେଟେଡ ବ୍ୟାଗ, ବ୍ଲକ ବଟମ ବ୍ୟାଗ ଏବଂ ଏଫ ଆଇବିସି ପାଇଁ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ । ୫୫୦ ନିଯୁକ୍ତି ସୃଷ୍ଟି ହେବ ।

ଖୋର୍ଦ୍ଧାରେ ପ୍ଲାଷ୍ଟିକ ଓ ପ୍ୟାକେଜିଂ କ୍ଷେତ୍ରରେ ଏସଜିବିଏଲ ଇନଫୋସିଷ୍ଟମସ ପ୍ରାଇଭେଟ ଲିମିଟେଡ ୬୦.୦୩ କୋଟି ଟଙ୍କା ବିନିଯୋଗରେ ଫୁଡ ଗ୍ରେଡ ଆସେପ୍ଟିକ ପ୍ୟାକେଜିଂ ଉତ୍ପାଦନ ୟୁନିଟ ସ୍ଥାପନ କରି ୧୦୪ ନିଯୁକ୍ତି ସୃଷ୍ଟି କରିବ । ଖୋର୍ଦ୍ଧାରେ ଇଷ୍ଟ ଇଣ୍ଡିଆ ପ୍ୟାକେଜିଂ ପ୍ରାଇଭେଟ ଲିମିଟେଡ ୫୧ କୋଟି ଟଙ୍କା ବିନିଯୋଗରେ ଏକ କୋରୁଗେଟେଡ ଫ୍ଲୁଟେଡ କାର୍ଟନ ଉତ୍ପାଦନ ୟୁନିଟ ସ୍ଥାପନ କରି ୧୫୦ ନିଯୁକ୍ତି ସୃଷ୍ଟି କରିବ । କଟକରେ କେଏସଭି ପ୍ୟାକେଜିଂ ଇଣ୍ଡଷ୍ଟ୍ରିଜ ପ୍ରାଇଭେଟ ଲିମିଟେଡ ୫୩.୫୧ କୋଟି ଟଙ୍କା ବିନିଯୋଗରେ ଟେଟ୍ରାପାକ କଣ୍ଟେନର ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ନନ୍ଦରାଜ ଆଗ୍ରୋଟେକ ପ୍ରାଇଭେଟ ଲିମିଟେଡ ୯୨.୬୦ କୋଟି ଟଙ୍କା ବିନିଯୋଗ କରିବ । ଖୋର୍ଦ୍ଧାରେ ମସଲା ଓ ସ୍ନାକ୍ସ ପାଇଁ ଏକ ଉତ୍ପାଦନ ୟୁନିଟ ସ୍ଥାପନ କରି ୮୮୨ ନିଯୁକ୍ତି ସୃଷ୍ଟି କରିବ ।

ଏହା ମଧ୍ୟ ପଢନ୍ତୁ:- ମୋହନ କ୍ୟାବିନେଟରେ 5 ପ୍ରସ୍ତାବକୁ ମୋହର, ରାଜ୍ୟରେ ବଢିଲା ସର୍ବନିମ୍ନ ମଜୁରୀ - Odisha Cabinet Meeting

ଡିଏନ ସି ସେଲ ପ୍ରାଇଭେଟ ଲିମିଟେଡ ୫୦.୪୩ କୋଟି ଟଙ୍କା ବିନିଯୋଗରେ ଭଦ୍ରକରେ ଏକ ସ୍ୱୟଂଚାଳିତ ଆଧୁନିକ ରାଇସ ମିଲ ପ୍ରତିଷ୍ଠା କରିବ । ଯେଉଁଥିରେ ୯୮ ଜଣ ନିଯୁକ୍ତି ସୃଷ୍ଟି କରିବେ । ଆଇଟି ଓ ଭିତ୍ତିଭୂମି କ୍ଷେତ୍ରରେ ପଣ୍ଡା ଇଷ୍ଟେଟ ଖୋର୍ଦ୍ଧାରେ ୧୧୨.୮୦ କୋଟି ଟଙ୍କା ବିନିଯୋଗରେ ଆଇଟି ଭିତ୍ତିଭୂମିର ବିକାଶ କରି ୪୫୦୦ ନିଯୁକ୍ତି ସୃଷ୍ଟି କରିବ । ଶୈଳବାଳା ଇନଫ୍ରାଷ୍ଟ୍ରକଚର ପ୍ରାଇଭେଟ ଲିମିଟେଡ ୭୩.୨୦ କୋଟି ଟଙ୍କା ବିନିଯୋଗରେ ପୁରୀରେ ଏକ ରିସୋର୍ଟ ପ୍ରତିଷ୍ଠା କରିବ । ଯେଉଁଥିରେ ୧୬୫ ଜଣ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଗୋଦାବରୀ କମୋଡିଟିଜ ଲିମିଟେଡ ୮୮.୫୮ କୋଟି ଟଙ୍କା ବିନିଯୋଗରେ ସୁନ୍ଦରଗଡ଼ରେ ୩ ଏମ୍‌ଟିପିଏ କୋଇଲା ଓ୍ୱାସେରୀ ପ୍ରକଳ୍ପ ସ୍ଥାପନ କରିବ । ଯେଉଁଥିରେ ୧୩୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.