ETV Bharat / state

ଦେଶରେ ପ୍ରଥମ; ଜାପାନରେ ଗାଡି ଚଳାଇବେ ଓଡ଼ିଶା ଡ୍ରାଇଭର - Odisha Drivers To Drive In Japan

author img

By ETV Bharat Odisha Team

Published : Jul 11, 2024, 9:11 AM IST

Odisha Drivers To Drive In Japan: ଓଡ଼ିଶା ଡ୍ରାଇଭରଙ୍କୁ ବିଦେଶରେ ନିଯୁକ୍ତି ଅଫର୍ । ଜାପାନରୁ ଆସିଛି ଏହି ଖୁସି ଖବର । ଅଧିକ ପଢନ୍ତୁ

Odisha Drivers To Drive In Japan
Odisha Drivers To Drive In Japan (ETV Bharat Odisha)

ଭୁବନେଶ୍ବର: ନିଯୁକ୍ତି ଇତିହାସରେ ପ୍ରଥମ ଓ ବିରଳ ଘଟଣା । ଓଡ଼ିଶା ଡ୍ରାଇଭରଙ୍କୁ ବିଦେଶରେ ନିଯୁକ୍ତି ଅଫର୍ । ପରିବହନ ବିଭାଗ ଦ୍ବାରା ତାଲିମପ୍ରାପ୍ତ ଡ୍ରାଇଭରଙ୍କୁ ଜାପାନରେ ମିଳିବାକୁ ଯାଉଛି ଚାକିରି ସୁଯୋଗ । ଯାହାକୁ ନେଇ ମନୋନୀତ ହୋଇଥିବା ତାଲିମପ୍ରାପ୍ତ ଡ୍ରାଇଭରମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ଓଡ଼ିଶାର ଡ୍ରାଇଭରଙ୍କ ଦକ୍ଷତା ଓ କୌଶଳ ଦେଖି ଜାପାନ ଚାକିରି ସୁଯୋଗ ଦେଇଛି । ଫଳରେ ସେଠାରେ ମୋଟା ଅଙ୍କର ଦରମା ପାଇପାରିବେ ଡ୍ରାଇଭର । ଓଡ଼ିଶାର ବେକାର ଯୁବକ ଯୁବତୀଙ୍କ ପାଇଁ ରୋଜଗାରର ବାଟ ଫିଟିଛି ।

ସୂଚନା ଅନୁସାରେ, ୧୮୦ଜଣ ପିଲାଙ୍କ ମଧ୍ୟରୁ ୩୦ଜଣଙ୍କୁ ମନୋନୀତ କରାଯାଇଛି । ଯେଉଁମାନେ ଆଗାମୀ ଦିନରେ ଜାପାନ ଯିବା ପାଇଁ ଡ୍ରାଇଭର ଭାବେ ସିଲେକ୍ସନ ହୋଇଛନ୍ତି । ଜାପାନର ସଂସ୍ଥା ଆସି ଓଡ଼ିଶାରେ ଡ୍ରାଇଭିଂ ଟ୍ରେନିଂ ସେଣ୍ଟର‌‌ ବୁଲି ଏଠାକାର ପିଲାଙ୍କୁ ଚୟନ କରିଛନ୍ତି । ଉଚ୍ଚ ବେତନରେ ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେଇଛନ୍ତି । ମନୋନୀତ ହୋଇଥିବା ପିଲାଙ୍କ ପାଠ ଓ ସେମାନଙ୍କ ବିଦେଶର ବାତାବରଣରେ ଭାଷାଗତ ବୁଝିବାର ଶୈଳୀ ଆଦିକୁ ଦୃଷ୍ଟିରେ‌ ରଖି ଚୟନ କରାଯାଇଛି । ଏନେଇ 'ଏକନାଭିସ ଏଚଆର କମ୍ପାନୀ' ସହ ସରକାର ଓ ଏମଓୟୁ କରିଥିଲେ । ୧୮୦ ପିଲା ବିଦେଶ ଯିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେମାନଙ୍କ ଭିତରୁ ୩୦ ଜଣ ଚୟନ ହୋଇଛନ୍ତି । ଏଭଳି ନିଯୁକ୍ତି ଦେଶର ପ୍ରଥମ ହେବାକୁ ଯାଉଛି । ଆଗାମୀ ଦିନରେ ସାଢେ ତିନି ମାସ ବେଙ୍ଗାଲୁରୁରେ ସେମାନେ ଟ୍ରେନିଂ ନେବେ । ସେମାନଙ୍କ ଭିସା ଓ‌ ପାସପୋର୍ଟ ପରେ ସେଠାରେ‌ କାର୍ଯ୍ୟକ୍ଷେତ୍ରରେ ଯୋଗଦେବେ । ଏହା ନିଯୁକ୍ତି ଇତିହାସରେ ଏକ ଯୁଗାନ୍ତକାରୀ ପଦକ୍ଷେପ ।

ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ପରିବହନ ଏକ ଯୁଗାନ୍ତକାରୀ ପଦକ୍ଷେପ ନେଇଛି । ରାସ୍ତା ଦୁର୍ଘଟଣା ହ୍ରାସ କରିବାକୁ ଚାଳକମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ପକ୍ଷରୁ ଡ୍ରାଇଭିଂ ତାଲିମ ଦିଆଯାଉଛି । 'ସୁବାହକ ଯୋଜନା' ଦ୍ବାରା ରାଜ୍ୟର 4ଟି ସ୍ଥାନରେ ସରକାରୀ ଓ ଘରୋଇ ଭାଗିଦାରୀରେ ଭାରିଯାନ ପ୍ରଶିକ୍ଷଣ କେନ୍ଦ୍ର ଦ୍ବାରା ତାଲିମ ଦିଆଯାଉଛି । ସମ୍ପୂର୍ଣ୍ଣ ମାଗଣାରେ ରହିବା, ଖାଇବା ଓ ଶିକ୍ଷାର୍ଥୀଙ୍କ ନିମନ୍ତେ ଡ୍ରାଇଭିଂ ଲାଇସେନ୍ସ ଓ ତାଲିମର ବ୍ୟବସ୍ଥା ରହିଛି । ଏହାସହ 30 ଦିନର ସଫଳ ପ୍ରଶିକ୍ଷଣ ପରେ 3 ହଜାର ଟଙ୍କାର ଭତ୍ତା ବ୍ୟବସ୍ଥା ମଧ୍ୟ ରହିଛି । ଯେଉଁଠି ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା, ପ୍ରଶିକ୍ଷକ, ଡ୍ରାଇଭିଂ ଟ୍ରାକ୍, ଏସି ଶ୍ରେଣୀଗୃହ ହଷ୍ଟେଲ ଆଦି ରହିଛି । ଶିକ୍ଷା ଭାବେ ଗ୍ରହଣ କରି 1 ହଜାର 254 ଜଣଙ୍କୁ ପୂର୍ବରୁ ବିଭିନ୍ନ କମ୍ପାନୀରେ ଚାକିରିର ସୁଯୋଗ ମିଳିଥିବା ବେଳେ ଏଥରର ଜାପାନରୁ ଆସିଛି ଚାକିରି ଅଫର ।

ଏହା ବି ପଢନ୍ତୁ...ରାଜ୍ୟରେ ଶିଳ୍ପ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ - CM Mohan Majhi Review Meeting

2011 ମସିହାରେ ପ୍ରଥମେ ଯାଜପୁର ଜିଲ୍ଲାର ଛତିଆଠାରେ ଡ୍ରାଇଭିଂ ତାଲିମ କେନ୍ଦ୍ର ପ୍ରତିଷ୍ଠା ହୋଇଥିଲା । ପରେ ଗଞ୍ଜାମ ଜିଲ୍ଲାର ପାଲୁର, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ ହୋଇଛି । ଆଗକୁ କୋରାପୁଟ ଓ ବଲାଙ୍ଗୀର ପାଇଁ ପ୍ରସ୍ତାବ ରହିଛି । ଏପର୍ଯ୍ୟନ୍ତ ଏହି ଯୋଜନାରେ 4ହଜାର 488 ଜଣ ଚାଳକଙ୍କୁ ଭାରିଯାନ ପ୍ରଶିକ୍ଷଣ ଦିଆଯାଇଥିବାବେଳେ 21 ହଜାର 964 ଚାଳକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନବୀକରଣ ତାଲିମ ପ୍ରଦାନ ହୋଇସାରିଛି । କେବଳ ପୁରୁଷ ନୁହନ୍ତି, ମହିଳାମାନେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । "ବିଦେଶରେ ନିଯୁକ୍ତି ସୁଯୋଗ ନୂଆ ସଫଳତା ହାସଲ କରିଛି" ବୋଲି କହିଛନ୍ତି ମନ୍ତ୍ରୀ ବିଭୁତି ଭୁଷଣ ଜେନା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.