ETV Bharat / technology

ମହଙ୍ଗା ରିଚାର୍ଜ ପ୍ଲାନକୁ ନେଇ ଚିନ୍ତିତ କି ? ସଞ୍ଚୟ କରିବା ପାଇଁ ଆପଣାନ୍ତୁ ଏହି ଟ୍ରିକ୍ - Save Money On Recharge

Save Money On Airtel Recharge: ମହଙ୍ଗା ଯୁଗରେ ଲାଭ ପାଇବାକୁ ଚାହୁଛନ୍ତି କି ? ରିଚାର୍ଜ କଲା ବେଳେ କେଉଁ ଉପାୟ ଆପଣାଇଲେ ଆପଣ ପାଇପାରିବେ କ୍ୟାସବ୍ୟାକ୍? ଜାଣନ୍ତୁ

author img

By ETV Bharat Odisha Team

Published : Jul 8, 2024, 7:29 PM IST

Save Money On Recharge
Save Money On Recharge (ETV Bharat Odisha)

ହାଇଦ୍ରାବାଦ: ଟେଲିକମ କମ୍ପାନୀ ଏୟାରଟେଲ ନିଜର ରିଚାର୍ଜ ପ୍ଲାନ ବଢାଇ ଦେଇଛି । ୩ ଜୁଲାଇରୁ ଲାଗୁ ହୋଇଛି ନୂଆ ପ୍ଲାନ । ଫଳରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ଯଦି ଆପଣ ବି ଏୟାରଟେଲ ସିମ୍ ବ୍ୟବହାର କରୁଛନ୍ତି, ତେବେ ଆପଣ ଚାହିଁଲେ କିଛି ଟ୍ରିକ୍ ଆପଣାଇ ପ୍ରତି ମାସରେ କ୍ୟାସବ୍ୟାକ୍ ପାଇପାରିବେ ।

ଏୟାରଟେଲ ରିଚାର୍ଜରେ ୨୫% କ୍ୟାସବ୍ୟାକ୍:

ଡିଜିଟାଲ ପେମେଣ୍ଟର ସୁବିଧା ପ୍ରଦାନ କରୁଥିବା ଏୟାରଟେଲର ଏକ ସ୍ବତନ୍ତ୍ର ଆପ୍ ରହିଛି । ଯାହାର ନାମ ହେଉଛି ଏୟାରଟେଲ ଥ୍ୟାଙ୍କସ ଆପ୍(Airtel Thanks App) । ଆମେ ଆପଣଙ୍କୁ ଏମିତି ନୂଆ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହା ଅବଲମ୍ବନ କରିବା ଦ୍ବାରା ଆପଣ ପ୍ରତି ମାସରେ ୨୫ ପ୍ରତିଶତ କ୍ୟାସବ୍ୟାକ ଫେରିପାଇପାରିବେ ।

ଏହି କ୍ୟାସବ୍ୟାକ୍ ପାଇବାକୁ ହେଲେ ଗ୍ରାହକଙ୍କ ନିକଟରେ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ ରହିବା ଆବଶ୍ୟକ । ଏୟାରଟେଲ ଥ୍ୟାଙ୍କସ ଆପରେ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସାହାଯ୍ୟରେ ପେମେଣ୍ଟ କରିବା ଦ୍ବାରା ଆପଣଙ୍କୁ ଏହି କ୍ୟାସବ୍ୟାକ୍ ପାଇବାର ସୁବିଧା ମିଳିବ । ଏୟାରଟେଲ ମୋବାଇଲ/ଡିଟିଏଚ ରିଚାର୍ଜ, ବ୍ରଡବ୍ୟାଣ୍ଡ ଏବଂ ୱାଇଫାଇ ପେମେଣ୍ଟ ପାଇଁ ଏହି ସୁବିଧା ଉପଲବ୍ଧ । ଦେଖିବାକୁ ଗଲେ ଆପଣ ରିଚାର୍ଚ କରୁଥିବା ଟଙ୍କାର ୨୫ ପ୍ରତିଶତ( ୨୫୦ ଟଙ୍କା ପର୍ଯ୍ୟନ୍ତ) କ୍ୟାସବ୍ୟାକ୍ ମିଳିବାର ସମ୍ଭାବନା ରହିଛି ।

ବିଦ୍ୟୁତ୍ ବିଲ ପୈଠ କଲେ କ୍ୟାସବ୍ୟାକ୍:

ଏୟାରଟେଲ ଥ୍ୟାଙ୍କସ ଆପରେ ଯଦି ଆପଣ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍ କାର୍ଡ ସାହାଯ୍ୟରେ ବିଜୁଳି ବିଲ୍ ବୈଠ କରୁଛନ୍ତି ତେବେ ୧୦ ପ୍ରତିଶତ କ୍ୟାସବ୍ୟାକ୍ ମିଳିପାରେ । ଏହିପରି ଉପାୟ ଅବଲମ୍ବନ କରି ଗ୍ରାହକ କମ୍ପାନୀ ତରଫରୁ ମିଳୁଥିବା ଅଫର୍ ଗୁଡିକର ଲାଭ ଉଠାଇପାରିବେ । କହିରଖୁଛୁ, ଏୟାରଟେଲ ବ୍ୟତୀତ ଜିଓ ଏବଂ VI ମଧ୍ୟ ମୋବାଇଲ ତାରିଫ୍ ପ୍ଲାନ ବୃଦ୍ଧି କରିଛନ୍ତି । ଫଳରେ ରିଚାର୍ଜ କରାଇବାକୁ ହେଲେ ୟୁଜର୍ସଙ୍କ ପକେଟ୍ ଖାଲି ହୋଇଯିବା ଭଳି ସ୍ଥିତି ଉପୁଜୁଛି । ନିଜର ସିମ ଆକ୍ଟିଭ ରଖିବାକୁ ଯାଇ ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି ।

ଏହା ବି ପଢନ୍ତୁ...ମୋବାଇଲ ଗ୍ରାହକଙ୍କୁ ରିଚାର୍ଜ ମାଡ: ଆଜିଠୁ ମହଙ୍ଗା ହେଲା ପ୍ଲାନ, ଜାଣନ୍ତୁ କେତେ ଟଙ୍କା ଗଣିବେ ? - Jio Airtel recharge plan hike

ଏହା ବି ପଢନ୍ତୁ...ଆଜିଠୁ ସିମ କାର୍ଡ ପରିବର୍ତ୍ତନରେ ନୂଆ ନିୟମ; ଆଉ ସହଜ ହେବନି ପୋର୍ଟେବିଲିଟି, ଲାଗିବ 7 ଦିନ - NEW SIM CARD RULE

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.