ଓଡିଶା

odisha

ତଳମୁହାଁ ହେଉଛି କୋରୋନା ଗ୍ରାଫ, ଶୂନ ପାଇଁ ଉଦ୍ୟମ ଜାରି

By

Published : Jun 13, 2021, 10:11 PM IST

ସୁବର୍ଣ୍ଣପୁର ଜିଲ୍ଲାରେ ଦିନକୁ ଦିନ କୋରୋନା ଗ୍ରାଫ ତଳମୁହାଁ ହେଉଛି। ମହାମାରୀର ଦ୍ବିତୀୟ ଲହରରେ 35 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ଏକ ସପ୍ତାହରୁ ହାରାହାରି 50 ଭିତରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଅଧିକ ପଢନ୍ତୁ...

ତଳମୁହାଁ ହେଉଛି କୋରୋନା ଗ୍ରାଫ, ଶୂନ ପାଇଁ ଉଦ୍ୟମ ଜାରି
ତଳମୁହାଁ ହେଉଛି କୋରୋନା ଗ୍ରାଫ, ଶୂନ ପାଇଁ ଉଦ୍ୟମ ଜାରି

ସୁବର୍ଣ୍ଣପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ଗ୍ରାଫ ତଳମୁହାଁ ହେଉଛି। ମହାମାରୀର ଦ୍ବିତୀୟ ଲହରରେ 35 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ ସପ୍ତାହେ ହେଲା ହାରାହାରି 50 ଭିତରେ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ 659 ଜଣ ସକ୍ରିୟ ରୋଗୀ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ସଂକ୍ରମଣ ଶୂନକୁ ଖସାଇବା ପାଇଁ ଏବେ ବି ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଉଦ୍ୟମ ଜାରି ରହିଛି ।

ତଳମୁହାଁ ହେଉଛି କୋରୋନା ଗ୍ରାଫ, ଶୂନ ପାଇଁ ଉଦ୍ୟମ ଜାରି

ମହାମାରୀ ନିରାକରଣ ପାଇଁ ଜନସାଧାରଣଙ୍କ ଭିତରେ ଟୀକାକରଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ରାଜନୈତିକ ଦଳ ଗୁଡିକ ପକ୍ଷରୁ ଗରିବ, ନିରାଶ୍ରୟ, ନୀରିହ ତଥା ଖଟିଖିଆ ଲୋକଙ୍କୁ ସହଯୋଗ କରାଯାଉଛି । ଜିଲ୍ଲା ବିଜୁ ଜନତା ଦଳ ଯୁବ ଓ ଛାତ୍ର ସଂଗଠନ ପକ୍ଷରୁ ସହରର ବିଭିନ୍ନ ପଡାରେ ପୁଣି ପ୍ରାୟ 7ରୁ 10 ଦିନ ପର୍ଯ୍ୟନ୍ତ ଚଳିବା ପାଇଁ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି ।

ଜିଲ୍ଲା ଯୁବ ସଭାପତି ଅଶୋକ ନନ୍ଦ, ବରିଷ୍ଠ ବିଜେଡି ନେତା ଅଭିମନ୍ୟୁ କୁଶଲ, ଛାତ୍ର ନେତା ଶାସ୍ବତ କୁମାର ମିଶ୍ର ପ୍ରମୁଖ ପ୍ରାୟ 20 କେଜିରୁ ଅଧିକ ଓଜନର ରାସନ ସାମଗ୍ରୀ ବଣ୍ଟନ କରିଛନ୍ତି । ଖାଇବା ତେଲ, ଚିନି, ଡାଲି, ଆଳୁ, ପିଆଜ, ବେସନ ଠାରୁ ଆରମ୍ଭ କରି ମହମବତୀ, ମାଚିସ, ସାବୁନ ଆଦି ବଣ୍ଟନ କରିଛନ୍ତି । ତେବେ ମହାମାରୀର ପ୍ରକୋପ ଧିରେ ଧିରେ କମି କମି ଯାଉଥିବା ବେଳେ ଲକଡାଉନ, ସଟଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ ବୋଲି ସାଧାରଣରେ ଆଲୋଚନା ହେଉଛି ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details