ETV Bharat / health

ବର୍ଷାରେ ଭିଜିବାକୁ ଭଲ ଲାଗେ କି ? ଜାଣନ୍ତୁ କ'ଣ ମିଳିବ ଫାଇଦା - Benefits Of Bathing In Rain

author img

By ETV Bharat Odisha Team

Published : Jun 30, 2024, 5:42 PM IST

Benefits Of Bathing In Rain: କେବଳ ପିଲାମାନେ ନୁହଁନ୍ତି, ବୟସ୍କମାନେ ମଧ୍ୟ ବର୍ଷାରେ ଭିଜିବାକୁ ପସନ୍ଦ କରନ୍ତି ଏବଂ ଅନେକ ଥଣ୍ଡା, କାଶ ଭଳି ସଂକ୍ରମଣ ପାଇଁ ଅମଙ୍ଗ ମଧ୍ୟ ହୋଇଥାନ୍ତି । ହେଲେ ଆପଣ ଜାଣନ୍ତି କି, ବର୍ଷାରେ ଭିଜିବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଶରୀରକୁ କ'ଣ ଲାଭ ମିଳିଥାଏ ? ଜାଣନ୍ତୁ, ଏହି ଆର୍ଟିକିଲରେ

ବର୍ଷାରେ ଭିଜିବାକୁ ଭଲ ଲାଗେ କି? ଜାଣନ୍ତୁ କ'ଣ ମିଳିବ ଫାଇଦା
ବର୍ଷାରେ ଭିଜିବାକୁ ଭଲ ଲାଗେ କି? ଜାଣନ୍ତୁ କ'ଣ ମିଳିବ ଫାଇଦା (Getty)

ହାଇଦ୍ରାବାଦ: ବର୍ତ୍ତମାନ ଦେଶରେ ମୌସୁମୀ ଛୁଇଁଥିବା ବେଳେ ଏହାର ପ୍ରଭାବରେ ଅନେକ ରାଜ୍ୟରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଏପରି ସମୟରେ ଛୋଟରୁ ବଡ଼ ସମସ୍ତେ ବର୍ଷା ଋତୁର ମଜା ନେବାକୁ ପସନ୍ଦ କରିଥାନ୍ତି । ଛୋଟ ଶିଶୁ ମାନେ ବର୍ଷାରେ କାଗଜ ଡଙ୍ଗା ପ୍ରସ୍ତୁତ କରି ପାଣିରେ ଭସାଇ ମଜା ନେଇଥାନ୍ତି । ସେହିପରି ବଡ଼ମାନେ କିଏ ଗରମ ଚା' ସହ ଗରମ ଗରମ ପକୁଡି ଖାଇବାର ମଜା ନେଇଥାନ୍ତି ତ ଆଉ କେହି ବର୍ଷାରେ ଭିଜିବାର ମଜା ଉଠାଇଥାନ୍ତି । ହେଲେ ଆଉ କେତେ ଜଣ ବର୍ଷା ଦିନେ ଥଣ୍ଡା, କାଶ ଭଳି ସଂକ୍ରମଣ ପାଇଁ ଘର ବାହାରକୁ ଯିବାକୁ ଅମଙ୍ଗ ହେଉଛନ୍ତି । ତେବେ ଆପଣ ଜାଣନ୍ତି କି ? ବର୍ଷାରେ ଭିଜିବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ବର୍ଷାରେ ଭିଜିବା ଦ୍ୱାରା ସ୍ୱାସ୍ଥ୍ୟ ଏବଂ ଚର୍ମ ପାଇଁ ଅନେକ ଉପକାର କରିଥାଏ । ତେଣୁ, ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ବର୍ଷାରେ ଓଦା ହେବେ ଭୟଭୀତ ହେବେ ନାହିଁ ବରଂ ଏହାକୁ ଭରପୁର ଉପଭୋଗ କରିବେ । ତେବେ ତାହା ପୂର୍ବରୁ ବର୍ଷାରେ ଭିଜିବାର ଉପକାରିତା ଏବଂ ସତର୍କତା ବିଷୟରେ ଜାଣି ରଖନ୍ତୁ,

ବର୍ଷାରେ ଗାଧୋଇବାର ଲାଭ:-

  • ଭିଟାମିନ୍ b12 ମିଳେ ଏବଂ କେଶ ପାଇଁ ଲାଭଦାୟକ

ଯଦି ଆପଣ 10 ରୁ 15 ମିନିଟ୍ ପର୍ଯ୍ୟନ୍ତ ବର୍ଷା ପାଣିରେ ଭିଜନ୍ତି, ତେବେ ଆପଣଙ୍କ ଶରୀର ଭିଟାମିନ୍ B12 ପାଇପାରେ । ବର୍ଷା ପାଣି କେଶକୁ ମଧ୍ୟ ସୁସ୍ଥ ରଖେ । ବର୍ଷା ପାଣି ଆପଣଙ୍କ କେଶକୁ ପ୍ରାକୃତିକ ଭାବରେ ସଫା କରିବାରେ ସାହାଯ୍ୟ କରେ ।

  • କାନ ଯନ୍ତ୍ରଣା ଠିକ କରାଏ

ବର୍ଷାରେ ଭିଜିବା ଆପଣଙ୍କ ହରମୋନ୍ ସନ୍ତୁଳନ କରିବାର ଏକ ଭଲ ଉପାୟ । ହରମୋନ୍ ନିୟନ୍ତ୍ରଣ କରିବା ବ୍ୟତୀତ, କାନ ସମସ୍ୟା ପାଇଁ ବର୍ଷା ପାଣି ମଧ୍ୟ ପ୍ରଭାବଶାଳୀ । ଏହା ଯେକୌଣସି ପ୍ରକାରର କାନ ସଂକ୍ରମଣର ଚିକିତ୍ସା କରେ ଏବଂ କାନ ଯନ୍ତ୍ରଣା ଦୂର କରେ ।

  • ଚର୍ମ ପାଇଁ ଲାଭଦାୟକ

ବର୍ଷାରେ ଭିଜିବା କେବଳ ଆପଣଙ୍କ ଶରୀରକୁ ଥଣ୍ଡା କରେ ନାହିଁ ବରଂ ଚର୍ମ ପାଇଁ ମଧ୍ୟ ଲାଭଦାୟକ । ଏହା ଚର୍ମରେ ହୋଇଥିବା ଦାଗକୁ ମଧ୍ୟ ଭଲ କରିଥାଏ । ବର୍ଷା ପାଣି ଆପଣଙ୍କ ଚର୍ମର ତାପମାତ୍ରାକୁ ସନ୍ତୁଳିତ ରଖେ ଏବଂ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପ୍ରଦାନ କରେ ।

  • ଖୁସି ହରମୋନ୍ ମୁକ୍ତ କରାଏ

ଏଥି ସହ ବର୍ଷାରେ ଗାଧୋଇବା ଦ୍ୱାରା ଖୁସି ହରମୋନ୍ ମୁକ୍ତ ହୁଏ । ଏହା ଆପଣଙ୍କ ଚାପରୁ ମୁକ୍ତି ଦେଇଥାଏ ଏବଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ।

ଏହା ମଧ୍ୟ ପଢନ୍ତୁ: ଆପଣଙ୍କ ପିଲା ଅତ୍ୟଧିକ ମୋବାଇଲ ବ୍ୟବହାର କରୁଛନ୍ତି କି ? ହୋଇପାରେ ଏଭଳି ସମସ୍ୟା

ବର୍ଷାରେ ଭିଜିବା ପୂର୍ବରୁ କେଉଁ ସତର୍କତା ଅବଲମ୍ବନ କରାଯିବା ଉଚିତ୍?

  • ବର୍ଷାରେ ଅଧିକ ସମୟ ଭିଜନ୍ତୁ ନାହିଁ, କାରଣ ଏହା ଆପଣଙ୍କୁ ଅସୁସ୍ଥ କରିପାରେ ।
  • ବର୍ଷାରେ 10-15 ମିନିଟ୍ ବିତାଇବା ଉଚିତ୍ ଏବଂ ତା’ପରେ ତୁରନ୍ତ ଉଷୁମ ପାଣିରେ ଗାଧୋଇବା ଉଚିତ୍ ।
  • ଏହା ବ୍ୟତୀତ, ଦୀର୍ଘ ସମୟ ଧରି ବର୍ଷା ପାଣିରେ ଭିଜାଇବା ଦ୍ୱାରା UTI ସଂକ୍ରମଣ ମଧ୍ୟ ହୋଇପାରେ ।
  • ବିଶେଷଜ୍ଞଙ୍କ ଅନୁଯାୟୀ, ପ୍ରଥମ ବର୍ଷା ଜଳରେ ଓଦା ହେବା ଠାରୁ ଦୂରେଇ ରହିବା ଉଚିତ କାରଣ ପ୍ରଥମ ବର୍ଷା ବ୍ୟାକ୍ଟେରିଆରେ ପରିପୂର୍ଣ୍ଣ ହୋଇଥାଏ । ଯାହା ଆପଣଙ୍କୁ ଅସୁସ୍ଥ କରିପାରେ ।

(ବିଦ୍ର: ଏହା ଇଟିଭି ଭାରତର ନିଜସ୍ବ ମତ ନୁହେଁ । ଏକା ଏକ ରିପୋର୍ଟ ଆଧାରିତ ଖବର ଅଟେ । ଯଦି କୌଣସି ଆଶଙ୍କା ରହିଛି ତା'ହେଲେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଆବଶ୍ୟକ)

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.