ETV Bharat / state

ପାଠ ପଢ଼ାରେ ଡୋରୀ ବାନ୍ଧିଥିଲା ଅର୍ଥାଭାବ; ବି.କମ ଚା' ବାଲାଙ୍କ ଦୋକାନରେ ଭିଡ଼ - BCom Chaiwala in Khordha - BCOM CHAIWALA IN KHORDHA

BCom Chaiwala in Khordha: ଅର୍ଥାଭାବରୁ ପାଠ ପଢ଼ାରେ ବନ୍ଧା ହୋଇଥିଲା ଡୋରୀ । ଏବେ ଚା' ଦୋକାନ କରି ହୋଇଛନ୍ତି ଆତ୍ମନିର୍ଭର । ଜାଣନ୍ତୁ ଖୋର୍ଦ୍ଧାର ଚର୍ଚ୍ଚିତ ବି.କମ୍‌ ଚା' ବାଲାଙ୍କ ଦୋକାନ ନାମକରଣ ପଛରେ ଥିବା ରହସ୍ୟ । ଅଧିକ ପଢ଼ନ୍ତୁ

BCom Chaiwala in Khordha
BCom Chaiwala in Khordha (ETV Bharat Odisha)
author img

By ETV Bharat Odisha Team

Published : Jul 3, 2024, 11:10 PM IST

ଖୋର୍ଦ୍ଧା: ଶିକ୍ଷାଗତ ଯୋଗ୍ୟତା 'ବି.କମ୍‌' । ବି.କମ୍‌ ଆକାଉଣ୍ଟିଂ ସହ ଅନର୍ସ ଡିଷ୍ଟିଂକ୍ସନରେ ଫାଷ୍ଟକ୍ଲାସ ଫାଷ୍ଟ୍‌ । କିନ୍ତୁ କରିଛନ୍ତି ଚା' ଦୋକାନ । 'ବି.କମ୍‌ ଚା ବାଲା' ନାମ ତାଙ୍କୁ ଦେଇଛି ନୂଆ ପରିଚୟ । ଖାଲି ବିକମ ଚା' ବାଲା ନାମ ଯେମିତି, ତାଙ୍କ ଚା'ରେ ମଧ୍ୟ ସ୍ବାଦ ସେମିତି । ସେଥିପାଇଁ ତାଙ୍କ ୟୁନିକ୍‌ ନାମ 'ବିକମ ଚା ବାଲା' ଦୋକାନରେ ଲାଗୁଛି ଭିଡ । ରାସ୍ତାରେ ଯାଉଥିବା ଯେ କେହି ପଥିକ ତାଙ୍କ ସାଇନବୋର୍ଡ଼ ଦେଖି ଅଟକି ଯାଉଛନ୍ତି ଏବଂ ତାଙ୍କ ଏହି ନିଆରା ଚା' ଦୋକାନରେ ଚା' ପିଇବା ସହ ତାଙ୍କ ଦୋକାନ ନାମକରଣ ପଛରେ ଥିବା ରହସ୍ୟ କଥା ପଚାରି ବୁଝୁଛନ୍ତି ।

BCom Chaiwala in Khordha (ETV Bharat Odisha)

ତାଙ୍କ ଦୋକାନରେ ଭଳିକି ଭଳି ଚା' ମିଳୁଛି, ରାଜସ୍ଥାନର ପ୍ରସିଦ୍ଧ ରାଜୱାଡି ମସାଲା ଚା', ଲେମନ ଚା', ବ୍ଲାକ ଟି, ହରବାଲ ଚା', କ୍ଷୀର ଚା' ,ତନ୍ଦୁରି ଚା' ଓ କଫି ଭଳି ନାନା ପ୍ରକାରର ଚା । ଥରେ ଯିଏ ତାଙ୍କ ଚା' ପିଇଛି, ସେ ବାରମ୍ବାର ଆସୁଥିବା କହିଛନ୍ତି 'ବି.କମ୍‌ ଚା ବାଲା' ଅଶୋକ । ତାଙ୍କ ଚା' ଯେମିତି ଟେଷ୍ଟି, ତାଙ୍କ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ସେମିତି । ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟରୁ ବି.କମ୍‌ରେ ଫାଷ୍ଟକ୍ଲାସ ପାଇବା ପରେ ଭୁବନେଶ୍ବର ନୟାପଲ୍ଲୀ ଠାରେ ଥିବା କଷ୍ଟମ ଆଣ୍ଡ ମ୍ୟାନେଜମେଣ୍ଟ ଆକାଉଣ୍ଟିଂ ଇନଷ୍ଟିଚ୍ୟୁଟରେ କଷ୍ଟିଂ ପାଠ ପଢିଥିଲେ । କିନ୍ତୁ ଅର୍ଥ ଅଭାବ ତାଙ୍କ ପାଠ ପଢାରେ ଡୋରୀ ବାନ୍ଧି ଦେଇଥିଲା । ମୋଟ 4ଟି ସେମିଷ୍ଟରରୁ ଦୁଇଟି ସେମିଷ୍ଟର କ୍ଲିୟର କରି ଅନ୍ୟ ଦୁଇଟି ସେମିଷ୍ଟର ଅର୍ଥ ଅଭାବ ଯୋଗୁଁ ପଢି ପାରିନଥିଲେ ଅଶୋକ ।

ଏହା ମଧ୍ୟ ପଢ଼ନ୍ତୁ...ଜୀବନ ଯୁଦ୍ଧରେ ହାରି ନାହାନ୍ତି ଜଗନ୍ନାଥ, ହାତ ନଥାଇ ପାଲଟିଛନ୍ତି ରୋଜଗାରିଆ - physically challenged Man Jagannath

ଖୋର୍ଦ୍ଧା ଜିଲ୍ଲା ସାରୁଅ ଗ୍ରାମର ଏହି ବି.କମ୍‌ ଚା' ବାଲା ଅଶୋକ କୁମାର ବେହେରା । ଦିନେ ପାଠପଢି ବଡ ମଣିଷ ହେବାର ସ୍ବପ୍ନ ଦେଖିଥିବା ଅଶୋକ ବହୁ କଷ୍ଟରେ ବି.କମ ପାସ କରି କଷ୍ଟିଂ ପାଠ ପଢୁଥିଲେ । କିନ୍ତୁ ଭାଗ୍ୟର ବିଡ଼ବନା ସହ ଅର୍ଥ ଅଭାବ ଯୋଗୁଁ ପାଠ ଅଧାରୁ ଛାଡି ମଧ୍ୟ ଅନ୍ୟ ପାଖରେ ମୁଣ୍ଡ ନବିକି, ଚାକିରି ପଛରେ ନଦୌଡି ଗାଁ ଛକରେ ଦୋକାନ ଘର ଭଡା ନେଇ ଆରମ୍ଭ କରିଛନ୍ତି ଏହି ନିଆରା ବି.କମ ଚା' ବାଲା ଦୋକାନ । ଆଉ ବେପାର ମଧ୍ୟ ଭଲ ହେଉଥିବା କହିଛନ୍ତି ଅଶୋକ । ତା'ସହ ଅନ୍ୟ କାହା ପାଖରେ କାମ ନକରି ନିଜେ ନିଜର ମାଲିକ ହୋଇ ନିଜ ସ୍ବାଧିନତାରେ ବଞ୍ଚିବା ପାଇଁ ଯୁବପୀଢ଼ିଙ୍କୁ ବାର୍ତ୍ତା ଦେଇଛନ୍ତି ସେ । ଅହମ୍ମଦାବାଦର ପ୍ରସିଦ୍ଧ ଏମ୍‌ବିଏ ଚା' ବାଲା ଠାରୁ ପ୍ରେରଣା ପାଇ ଏହିପରି ବି.କମ୍‌ ଚା' ବାଲା ନାମ ଉଦ୍ଭାବନ କରିଥିବା ସେ କହିଛନ୍ତି । ତେବେ ତାଙ୍କ ଚା' ଦୋକାନରେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବେଶ ଭିଡ ଜମୁଥିବା ବେଳେ ତାଙ୍କ ଚା'ର ନିଆରା ସ୍ବାଦ ମତୁଆଲା କରୁଛି ଚା' ପ୍ରେମୀଙ୍କୁ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.