ETV Bharat / bharat

ଜନ୍ମ ତାରିଖ କହିବ ଆପଣଙ୍କ ଲକି ନମ୍ବର, ଜାଣିପାରିବେ ଯେକୌଣସି ବ୍ୟକ୍ତିର ବ୍ୟକ୍ତିତ୍ବ - Numerology

author img

By ETV Bharat Odisha Team

Published : Jul 1, 2024, 4:43 PM IST

Numerology Date Of Birth: ଜନ୍ମ ତାରିଖରୁ ଜାଣନ୍ତୁ ବ୍ୟକ୍ତିଙ୍କ ବ୍ୟକ୍ତିତ୍ବ । ଆପଣଙ୍କ ଲକି ନମ୍ବର କେତେ ଜାଣିବା ପାଇଁ ପଢ଼ନ୍ତୁ ।

Numerology
Numerology (ETV Bharat Odisha)

ହାଇଦ୍ରାବାଦ: ଜ୍ୟୋତିଷ ଶାସ୍ତ୍ର ଭଳି ଅଙ୍କ ଜ୍ୟୋତିଷ ମଧ୍ୟ ରହିଛି । ଯାହାଦ୍ବାରା ଆପଣ କୌଣସି ବ୍ୟକ୍ତିର ଆଚରଣ ଓ ସେ କିଭଳି ବ୍ୟକ୍ତିତ୍ବ ସେ ବିଷୟରେ ଜାଣିପାରିବେ । ଅଙ୍କ ଶାସ୍ତ୍ରରେ ବ୍ୟକ୍ତିଙ୍କ ଜନ୍ମ ତାରିଖକୁ ନେଇ ସେମାନଙ୍କ ବିଷୟରେ ଗଣନା କରାଯାଇଥାଏ । କେଉଁ ଲୋକମାନେ ଆପଣଙ୍କ ଭଲ ବନ୍ଧୁ ହେବେ ଏବଂ କେଉଁ ସଂଖ୍ୟା ଆପଣଙ୍କର ପାଇଁ ଭାଗ୍ୟବାନ ତାହା ଆପଣ ଜାଣିପାରିବେ । ଏଥିପାଇଁ ଆପଣଙ୍କୁ ଆପଣଙ୍କର ଜନ୍ମ ତାରିଖର ମୂଳାଙ୍କ ବାହାର କରିବାକୁ ପଡ଼ିବ । ତେବେ ଆପଣଙ୍କ ଜନ୍ମ ତାରିଖ ଅନୁଯାୟୀ କେଉଁ ସଂଖ୍ୟା ଆପଣଙ୍କର ଲକି ନମ୍ବର ଜାଣନ୍ତୁ....

Numerology
Numerology (RKC)

ମୂଳାଙ୍କ -1

ଯଦି ଆପଣଙ୍କର ଜନ୍ମ ତାରିଖ ମାସର 1, 10, 19 କିମ୍ବା 28 ତାରିଖରେ ପଡେ ତେବେ ଆପଣଙ୍କ ଲକି ନମ୍ବର 1 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ସୂର୍ଯ୍ୟ । ଏମାନଙ୍କ ପାଇଁ ଶୁଭ ସଂଖ୍ୟା ହେଉଛି 1, 2, 3 ଏବଂ 9 । ତେଣୁ, ଯଦି କୌଣସି ବ୍ୟକ୍ତିର ଜନ୍ମ ତାରିଖ ଏହି ସଂଖ୍ୟାଗୁଡ଼ିକ ମଧ୍ୟରୁ କୌଣସି ସଂଖ୍ୟା ହୋଇଥାଏ ତେବେ ସେମାନେ ଆପଣଙ୍କର ଭଲ ବନ୍ଧୁ ହୋଇପାରେ । ସେମାନଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ଏହି ମୂଳାଙ୍କ ଥିବା ବ୍ୟାକ୍ତିମାନେ ମୁଖ୍ୟତଃ ସ୍ପଷ୍ଟବାଦୀ । ପ୍ରତ୍ୟେକ କାର୍ଯ୍ୟକୁ ନିର୍ଭୟର ସହ ସମ୍ପାଦନ କରିଥାନ୍ତି । ଲୋକମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତି ।

Numerology
Numerology (RKC)

ମୂଳାଙ୍କ -2

ସେହିପରି ଯଦି ଆପଣଙ୍କ ଜନ୍ମ ତାରିଖ 2, 11, 20 କିମ୍ବା 29 ତାରିଖରେ ପଡ଼ୁଛି ତେବେ ଆପଣଙ୍କର ମୂଳାଙ୍କ ସଂଖ୍ୟା 2 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ଚନ୍ଦ୍ର । 1, 2, 4 ଏବଂ 7 ମୂଳାଙ୍କ ଥିବା ସଂଖ୍ୟା ଆପଣଙ୍କ ପାଇଁ ଶୁଭ । ଏହି ସଂଖ୍ୟାଗୁଡ଼ିକ ଆପଣଙ୍କର ଲକି ନମ୍ବର । ଏହି ମୂଳାଙ୍କ ଥିବା ବ୍ୟକ୍ତିମାନେ କର୍ମନିଷ୍ଠ । ସରଳ ବିଶ୍ବାସୀ ସ୍ବଭାବର ହୋଇଥାନ୍ତି । ଇଷ୍ଟ ଗ୍ରହ ଚନ୍ଦ୍ର ହୋଇଥିବାରୁ ଏମାନଙ୍କ ମନ ନିର୍ମଳ ଓ ଶାନ୍ତ ସ୍ବଭାବର ।

Numerology
Numerology (RKC)

ମୂଳାଙ୍କ-3

3, 12, 21 ଓ 30 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ ହେଉଛି 3 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ବୃହସ୍ପତ୍ତି । 3, 6 ଓ 9 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତି ଆପଣଙ୍କର ଭଲ ବନ୍ଧୁ ହୋଇପାରିବେ । ଏହାସହ ଏହି ତାରିଖ ମଧ୍ୟ ଆପଣଙ୍କ ପାଇଁ ଶୁଭ । 3 ମୂଳାଙ୍କ ଥିବା ବ୍ୟକ୍ତି ଅତି ସୌଭାଗ୍ୟବାନ । ଉଚ୍ଚାଭିଳାଷୀ ସ୍ବଭାବର ହୋଇଥାନ୍ତି । ଖୋଲା ମନୋଭାବ ପୋଷଣ କରନ୍ତି । ସମ୍ପର୍କ ଗଢ଼ିବା ଉପରେ ଧ୍ୟାନ ଦିଅନ୍ତି ।

Numerology
Numerology (RKC)

ମୂଳାଙ୍କ-4

4, 13, 22, ଓ 31 ତାରିଖରେ ଜନ୍ମ ହୋଇଥିବା ଲୋକଙ୍କ ମୂଳାଙ୍କ ହେଉଛି 4 । ଏହା ରାହୁ ଗ୍ରହଙ୍କ ଅଙ୍କ ମନାଯାଏ । ଆପଣଙ୍କ ପାଇଁ 4, 13, 22 ଓ 31 ତାରିଖ ଶୁଭ । 4 ମୂଳାଙ୍କ ଥିବା ବ୍ୟକ୍ତି ବିଶେଷମାନେ ରୋକଠୋକ କହିବାରେ ବିଶ୍ବାସ କରନ୍ତି । ଅନ୍ୟମାନଙ୍କୁ ସହଜରେ ବିଶ୍ବାସ କରନ୍ତି ନାହିଁ । ପରିସ୍ଥିତି ଦେଖି ନିଷ୍ପତ୍ତି ନେଇଥାନ୍ତି ।

Numerology
Numerology (RKC)

ମୂଳାଙ୍କ-5

5,14 ଓ 23 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ 5 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ବୁଧ । ଏହି ବ୍ୟକ୍ତିମାନେ ମୁଖ୍ୟତଃ ଶାନ୍ତ ସରଳ ସ୍ବଭାବର । ପ୍ରତ୍ୟେକ କାର୍ଯ୍ୟକୁ ଧ୍ୟାନ ସହକାରେ କରନ୍ତି । ଏହି ମୂଳାଙ୍କ ଥିବା ଅଧିକାଂଶ ବ୍ୟକ୍ତି ପ୍ରେମ ବିବାହ କରିଥାନ୍ତି । ଠିକ ସମୟରେ ଏବଂ ବୃତ୍ତିଗତ ଢଙ୍ଗରେ ସେମାନଙ୍କର ଲକ୍ଷ୍ୟ ହାସଲ କରିଥାନ୍ତି ।

Numerology
Numerology (RKC)

ମୂଳାଙ୍କ-6

6, 15, 24 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କ ମୂଳାଙ୍କ 6 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ଶୁକ୍ର । ଏହି ମୂଳାଙ୍କ ଥିବା ବ୍ୟକ୍ତିମାନେ ମୁଖ୍ୟତଃ ମେଳାପି ସ୍ବଭାବର । 6 ମୂଳାଙ୍କ ବ୍ୟକ୍ତିମାନେ ସହଜରେ ନିଜ ମନର କଥା ଅନ୍ୟ କାହା ଆଗରେ ପରିପ୍ରକାଶ କରନ୍ତି ନାହିଁ । କ୍ରିଏଟିଭ କାର୍ଯ୍ୟରେ ଅଧିକ ଆଗ୍ରହ ପ୍ରକାଶ କରିଥାନ୍ତି । ଏହି ଲୋକମାନେ ଖୁସି ମିଜାଜର ଏବଂ ଏହି ଗୁଣ ପାଇଁ ସେମାନେ ନିଜ ଜୀବନରେ କିଛି ଚମତ୍କାର ହାସଲ କରିବାରେ ସକ୍ଷମ ହୁଅନ୍ତି ।

ମୂଳାଙ୍କ-7

Numerology
Numerology (RKC)

7, 16 ଓ 25 ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ହେଉଛି 7 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି କେତୁ । ସରଳ ଓ ସଙ୍କୁଚିତ ମନୋଭାବ ବ୍ୟକ୍ତିମାନେ ନିଜ ହିସାବରେ ତାଙ୍କ ଜୀବନ ଅତିବାହିତ କରିଥାନ୍ତି । ଏହା ବ୍ୟତୀତ ସେମାନେ ତାଙ୍କ ଜୀବନରେ ଯାହା ଚାହାଁନ୍ତି ତାହା ହାସଲ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । ଈଶ୍ବରଙ୍କ ଉପରେ ବିଶ୍ୱାସ ରଖିଥାନ୍ତି ।

ମୂଳାଙ୍କ-8

Numerology
Numerology (RKC)

8,17 ଓ 26 ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ହେଉଛି 8 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ଶନି । ଏହି ମୂଳାଙ୍କ ଥିବା ବ୍ୟକ୍ତି ଅତ୍ୟନ୍ତ ଧର୍ଯ୍ୟଶୀଳ ଓ ଯତ୍ନବାନ । ଏହାସହ ସାମାନ୍ୟ ରାଗି ସ୍ବଭାବର । ମାତ୍ର ଏମାନଙ୍କ ମନ ନିର୍ମଳ । ଏହି ମୂଳାଙ୍କ ବ୍ୟକ୍ତିମାନେ ଜୀବନରେ ସୁଖ ସମୃଦ୍ଧି ସହ ମାନ ସମ୍ମାନ ପାଇଥାନ୍ତି । ଏମାନେ ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ।

ମୂଳାଙ୍କ-9

Numerology
Numerology (RKC)

9, 18 ଓ27 ତାରିଖରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମୂଳାଙ୍କ ହେଉଛି 9 । ଏହି ମୂଳାଙ୍କ ସଂଖ୍ୟା ଥିବା ଲୋକଙ୍କ ଇଷ୍ଟ ଗ୍ରହ ହେଉଛନ୍ତି ମଙ୍ଗଳ । ଏହି ମୂଳାଙ୍କ ଥିବା ବ୍ୟକ୍ତିମାନେ ଭାଗ୍ୟବାନ ହୋଇଥାନ୍ତି । ବଡ ବଡ଼ କାର୍ଯ୍ୟ ଗୁଡ଼ିକୁ ମଧ୍ୟ ସହଜରେ କରିବାକୁ ସକ୍ଷମ ହୁଅନ୍ତି । ଏହାସହ ଏମାନେ ସାହସୀ ସ୍ବଭାବର ଅଟନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.