ETV Bharat / state

ପୋଲିସ ପରିବାର‌ଙ୍କ ପାଇଁ ବଡ ଖବର, ଅକାଳରେ ମୃତ୍ୟୁ ହେଲେ ମିଳିବ କ୍ଷତିପୂରଣ - Compensation For Police Family

author img

By ETV Bharat Odisha Team

Published : Jul 3, 2024, 11:03 PM IST

Compensation For Police Family: ଅକାଳରେ ମୃତ୍ୟୁ ବରଣ କରୁଥିବା ପୋଲିସ ଅଫିସରମାନଙ୍କ ପରିବାର ଲୋକଙ୍କୁ ମିଳିବ ଆର୍ଥିକ ସହାୟତା । ଏନେଇ ଖୁବଶୀଘ୍ର ପୋଲିସ ଓ ଜାତୀୟ ସ୍ତରର ବ୍ୟାଙ୍କ ସହ ଏମଓୟୁ ସ୍ବାକ୍ଷରିତ ହେବାକୁ ଯାଉଛି । ଅଧିକ ପଢ଼ନ୍ତୁ

Compensation For Police Family
Compensation For Police Family (ETV Bharat Odisha)

ଭୁବନେଶ୍ବର: କାର୍ଯ୍ୟରତ ପୋଲିସ କର୍ମଚାରୀମାନଙ୍କ ପାଇଁ ଖୁସି ଖବର । ଏଣିକି ଅକାଳରେ ମୃତ୍ୟୁ ବରଣ କରୁଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ଆର୍ଥିକ ସହାୟତା ମିଳିବ । ଏନେଇ ନିଆଯାଉଛି ଏକ ବଡ଼ ପଦକ୍ଷେପ । ଡ୍ୟୁଟିରେ ବା ଦୁର୍ଘଟଣାରେ ବା କୋୖଣସି ଆକସ୍ମିକ ମୃତ୍ୟୁ ହେଲେ ଯେପରି ପୋଲିସ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ରାଶି ମିଳିପାରିବ ସେନେଇ ଗୁରୁତ୍ବ ଦିଆଯାଇଛି । ଏନେଇ ପୋଲିସ ଓ ଜାତୀୟ ସ୍ତରର ବ୍ୟାଙ୍କ ସହ ଖୁବଶୀଘ୍ର ଏମଓୟୁ ସ୍ବାକ୍ଷରିତ ହେବାକୁ ଯାଉଛି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ବିଗତ କିଛି ଦିନ ହେବ କମିଶନରେଟ ପୋଲିସର ଅନେକ ପୋଲିସ କର୍ମଚାରୀ ଅକାଳରେ ମୃତ୍ୟୁବରଣ କରିଛନ୍ତି । ଲଗାତାର କେତେ ଜଣ ପୋଲିସ କର୍ମଚାରୀ ଦୁର୍ଘଟଣା ଜନିତ ମୃତ୍ୟୁ ହୋଇଛି । ପୋଲିସଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାର ଏକ ପ୍ରକାର ଦୁଃଖଦ ପରିସ୍ଥିତି ସାମ୍ନା କରୁଛନ୍ତି । ସମାଜରେ ପୋଲିସ ସେବାରେ ନିଜକୁ ନିମଗ୍ନ କରୁଥିବା ପୋଲିସଙ୍କ ଅକାଳ ବିୟୋଗ ପରେ ସେମାନଙ୍କ ରୋଜଗାରରେ ଭରଣ ପୋଷଣ ହେଉଥିବା ପରିବାରରେ ଯେପରି ସମସ୍ୟା ନଆସେ ଏବଂ ସେମାନଙ୍କୁ ଯେପରି କୌଣସି ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ ନାହିଁ ଏଥିପାଇଁ ଯୋଜନା କରାଯାଉଛି । ପୋଲିସଙ୍କ ଅକାଳ ବିୟୋଗରେ ଯେପରି ତାଙ୍କ ପରିବାର ହତୋତ୍ସାହିତ ନ ହେବେ ସେଥିପାଇଁ ସେମାନଙ୍କ ପରିବାରର ଆର୍ଥିକ ସହାୟତା ରାଶି ପ୍ରଦାନ କରିବା ପାଇଁ ‌ଏକ ପ୍ରକାର ବିଭାଗୀୟ ସ୍ତରରେ ପ୍ରୟାସ ଆରମ୍ଭ ହୋଇଛି ।

ଏନେଇ କମିସନରେଟ ପୋଲିସର ଏକ ଉଚ୍ଚସ୍ତରୀୟ ବୋର୍ଡ କମିଟିର ଏକ ବୈଠକ ହୋଇଛି । ଖୁବଶୀଘ୍ର ଏକ ବ୍ୟାଙ୍କ ସହ ଏମଓୟୁ ସ୍ବାକ୍ଷରିତ ହେବ । ଯେଉଁଠି ସେମାନଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ତାଙ୍କ ପରିବାରକୁ ଦୁର୍ଘଟଣା ଜନିତ ସହାୟତା ରାଶି ବା ସେମାନଙ୍କର ଆକସ୍ମିକ ସ୍ବଭାବିକ ମୃତ୍ୟୁ ପାଇଁ ଜୀବନବୀମା ରାଶି ଯୋଗାଇ ହେବ ସେନେଇ ପଦକ୍ଷେପ ନିଆଯାଉଛି‌ । ଏନେଇ କିଛି ବ୍ୟାଙ୍କ ସେମାନଙ୍କର ପ୍ରସ୍ତାବ ଦେଇଛନ୍ତି । ଏଥିପାଇଁ ସେମାନଙ୍କର ସହାୟତା ରାଶି ଓ ଅନ୍ୟାନ୍ୟ ସୁବିଧା ଉପରେ ବିଚାର ବିମର୍ଶ ହେଉଛି । ଫଳରେ ବିଭାଗ ତଳ ସ୍ତରର କର୍ମଚାରୀ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀ ପର୍ଯ୍ୟନ୍ତ ସମସ୍ତ ପୋଲିସ କର୍ମଚାରୀ ଯେପରି ଏହି ସୁବିଧାର ଲାଭ ଉଠାଇ ପାରିବେ ସେନେଇ ପଦକ୍ଷେପ ନେବାକୁ ପ୍ରସ୍ତୁତି କରାଯାଉଛି ।

ଏଥିରେ ବିଶେଷ କରି ତଳ ସ୍ତରର ପୋଲିସ କର୍ମଚାରୀଙ୍କୁ ଗୁରୁତ୍ବ ଦିଆଯାଇଛି । ଅର୍ଥାତ୍ C ଓ D ଗ୍ରୁପର ପ୍ରାୟ ୮୫ ପ୍ରତିଶତ କର୍ମାଚାରୀଙ୍କୁ କିପରି ଏହି ସୁବିଧାରେ ପ୍ରାଧାନ୍ୟ ଦେଇ ହେବ ସେନେଇ ଆଲୋଚନା ହୋଇଛି । ବିଶେଷକ କରି କନଷ୍ଟେବଳ ଓ ଏସପିଓମାନଙ୍କୁ ନଜର ରଖାଯାଇଛି । ଏଥି ସହ ହୋମଗାର୍ଡ, ଯେଉଁମାନେ ଦିନିକିଆ ଡ୍ୟୁଟି ହିସାବରେ ଦରମା ପାଆନ୍ତି ସେମାନଙ୍କ କିଛି ସମସ୍ୟା ହେଲେ ଯେପରି ସେମାନଙ୍କର ପରିବାର ଉପରେ ବିଶେଷ ବୋଝ ନ ହେବ ତାକୁ ଦୃଷ୍ଟିରେ ରଖି ଏଭଳି‌ ପଦକ୍ଷେପ ନିଆଯାଉଛି ।

ଏନେଇ ପୋଲିସ କମିସନର ସଞ୍ଜୀବ ପଣ୍ଡା କହିଛନ୍ତି, "ଆମ ପାଇଁ ଆମ ବିଭାଗର ପୋଲିସ କର୍ମଚାରୀଙ୍କ ସୁବିଧା ଅସୁବିଧା ଦେଖିବା କଥା ।ଏଥିରେ ଆମର ପ୍ରାୟ ୭ ହଜାର ପୋଲିସ କର୍ମଚାରୀଙ୍କ ସହ ପାଖାପାଖି ୨ ହଜାର‌ ହୋମଗାର୍ଡଙ୍କ ଭବିଷ୍ୟତକୁ ଦେଖି ଏଭଳି ନିଷ୍ପତି ନିଆଯାଉଛି‌ । କିପରି ସେମାନଙ୍କର କୌଣସି ଅପ୍ରୀତିକର ପରିସ୍ଥିତି ସମୟରେ ଏକ ପ୍ରକାର ଆର୍ଥିକ ସହଯୋଗରେ ସୁବିଧା ମିଳିପାରିବ ସେନେଇ ଏକ ପଦକ୍ଷେପ ନେବାକୁ ଯାଉଛୁ । ଏହା ଦ୍ବାରା‌ କମିସନରେଟ ପୋଲିସର ଅଧିନରେ ରହୁଥିବା କଟକ ଓ ଭୁବନେଶ୍ଵର କାମ କରୁଥିବା ସମସ୍ତ ପୋଲିସ କର୍ମଚାରୀଙ୍କ ସହ ଟ୍ରାଫିକ ପୋଲିସ, ବାଟାଲିୟନ ଓ‌ ରିଜର୍ଭରେ‌ କାମ କରୁଥିବା କର୍ମଚାରୀଙ୍କ ସହ ହୋମଗାର୍ଡ SPO (ଏସପିଓ)ମାନେ ମଧ୍ୟ ଅନ୍ତର୍ଭୁକ୍ତ ରହିବେ‌ ।"

ଏହା ମଧ୍ୟ ପଢ଼ନ୍ତୁ...ଡ୍ୟୁଟିରୁ ଫେରିବା ବାଟରେ ଛକିଥିଲା ଯମ ! ଦୁର୍ଘଟଣାରେ ପ୍ରାଣ ହରାଇଲେ ଟ୍ରାଫିକ କନେଷ୍ଟବଳ - Police Constable Death

ତେବେ ଗତ ୨୯ ତାରିଖ ରାତିରେ ଡ୍ୟୁଟିରେ ଫେରିବା ବେଳେ କ୍ରାଉନ ହୋଟେଲ ସାମ୍ନାରେ ଟ୍ରାଫିକ କନଷ୍ଟେବଳ ମଧୁସୁଦନ କିଶାନି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାର ଶିକାର ହୋଇଥିଲେ । ଫଳରେ ତାଙ୍କ ଉପରେ ନିର୍ଭର ଥିବା ତାଙ୍କ ପରିବାର ଏକ ପ୍ରକାର ଦୁଃଖଦ ପରିସ୍ଥିତି ସାମ୍ନା କରୁଛନ୍ତି । ଏହି ସୁବିଧା ଦ୍ବାରା ସେମାନଙ୍କ ପରିବାରକୁ ଏକ ବଡ଼ ପରିମାଣର କିଛି ଆର୍ଥିକ ସହାୟତା ସହଯୋଗ ମିଳିପାରିବ । ସେହିପରି ଗତ ୧୪ ତାରିଖରେ କଟକ ସଦର ଥାନା ଅଞ୍ଚଳରେ ବାଣ ନିଷ୍କ୍ରିୟ ବେଳେ ଜଣେ ପୋଲିସ ହାବିଲଦାର ପ୍ରଦୀପ କୁମାର ମଲ୍ଲିକଙ୍କର ଅକାଳରେ ମୃତ୍ୟୁ ହୋଇଥିଲା । ଫଳରେ ତାଙ୍କ ପରିବାର ଏକ ଦୁଃଖଦ ସ୍ଥିତି ସାମ୍ନା କରିଥିଲେ । ସେହିପରି ଭୁବନେଶ୍ବରରେ ମଧ୍ୟ ଜଣେ ପୋଲିସ କନଷ୍ଟେବଳ ଗାଡିରେ ଚଢୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରି ଅକାଳ ମୃତ୍ୟୁବରଣ କରିଥିଲେ । ଏଭଳି ସହାୟତା ରାଶି ସେମାନଙ୍କ ପରିବାରକୁ ଶକ୍ତି ସାମର୍ଥ ଓ ସାହାସ ଯୋଗାଇବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.