ETV Bharat / technology

ଆଜିଠୁ ସିମ କାର୍ଡ ପରିବର୍ତ୍ତନରେ ନୂଆ ନିୟମ; ଆଉ ସହଜ ହେବନି ପୋର୍ଟେବିଲିଟି, ଲାଗିବ 7 ଦିନ - NEW SIM CARD RULE

author img

By ETV Bharat Odisha Team

Published : Jul 1, 2024, 12:27 PM IST

Mobile Number Portability Rule: ମୋବାଇଲ୍ ନମ୍ବର ପୋର୍ଟେବିଲିଟି ନିୟମରେ କରାଯାଇଥିବା ନୂତନ ପରିବର୍ତ୍ତନ ଜୁଲାଇ 1 ଅର୍ଥାତ୍ ଆଜି ଠାରୁ ଦେଶରେ ଲାଗୁ । ବଢୁଥିବା ମୋବାଇଲ ଫୋନ ଠକେଇର ମୁକାବିଲା ପାଇଁ ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ (TRAI ) ସିମ ସ୍ୱାପ୍ ଏବଂ ରିପ୍ଲେସମେଣ୍ଟ ନିୟମରେ ସଂଶୋଧନ କରିଛି, ଯାହା ଆଜି( ଜୁଲାଇ 1)ରୁ ଲାଗୁ ହେବ । ତାହା କ'ଣ? ଜାଣନ୍ତୁ,

ଆଜିଠାରୁ ସିମ କାର୍ଡ ପରିବର୍ତ୍ତନରେ ନୂଆ ନିୟମ ଲାଗୁ, ସହଜରେ କରିପାରିବେନି ପୋର୍ଟେବିଲିଟି
ଆଜିଠାରୁ ସିମ କାର୍ଡ ପରିବର୍ତ୍ତନରେ ନୂଆ ନିୟମ ଲାଗୁ, ସହଜରେ କରିପାରିବେନି ପୋର୍ଟେବିଲିଟି (ETV Bharat Odisha)

ହାଇଦ୍ରାବାଦ: ଭାରତରେ ସିମ୍ କାର୍ଡ ନେଇ ନୂତନ ନିୟମ ଆଜି ଅର୍ଥାତ୍ ଜୁଲାଇ 1, 2024 ରୁ କାର୍ଯ୍ୟକାରୀ ହେଉଛି, ଯାହା ବ୍ୟବହାରକାରୀଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ଜାଲ ସିମ୍ ବ୍ୟବହାର ରୋକିବା ପାଇଁ ନୂତନ ନିୟମ ଲାଗୁ କରି ସାଇବର ଅପରାଧ ବିରୋଧରେ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଏହି ପ୍ରଯୁଜ୍ୟ ନିୟମର ଉଦ୍ଦେଶ୍ୟ ହେଉଛି ମୋବାଇଲ୍ ବ୍ୟବହାରକାରୀଙ୍କୁ ସାଇବର ଅପରାଧୀଙ୍କ ଶିକାର ହେବାକୁ ରକ୍ଷା କରିବା । ଟେଲିକମ୍ ମୋବାଇଲ୍ ନମ୍ବର ପୋର୍ଟେବିଲିଟି TRAI (ନବମ ସଂଶୋଧନ) ନିୟମାବଳୀ ଅଧୀନରେ ଏକ ପ୍ରମୁଖ ପରିବର୍ତ୍ତନ କରୁଛି । TRAI ମୋବାଇଲ୍ ନମ୍ବର ପୋର୍ଟେବିଲିଟିର ନିୟମକୁ ପୂର୍ବ ଅପେକ୍ଷା ଅଧିକ କଠୋର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ, ୟୁଜର୍ସ ମାନେ ନିଜ ମୋବାଇଲ୍ ନମ୍ବରକୁ ଅନ୍ୟ କମ୍ପାନୀକୁ ସହଜରେ ପୋର୍ଟେବିଲିଟି କରିପାରୁଥିଲେ, କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ନୁହେଁ ।

ସିମ କାର୍ଡକୁ ଶୀଘ୍ର କରିପାରିବେନି ପୋର୍ଟେବିଲିଟି

ଏହାପୂର୍ବରୁ, ଯଦି ଜଣେ ୟୁଜର ନିଜର ସିମ୍ କାର୍ଡ ହଜାଇ ଦିଅନ୍ତି କିମ୍ବା ସେମାନଙ୍କ ସିମ ନଷ୍ଟ ହୋଇଯାଏ, ସେ ତୁରନ୍ତ ତାଙ୍କ ନମ୍ବରକୁ ଅନ୍ୟ ସିମ୍ କାର୍ଡକୁ ପୋର୍ଟେବିଲିଟି କରିପାରୁଥିଲେ । କିନ୍ତୁ ବର୍ତ୍ତମାନ ନୂତନ ନିୟମ ଅନୁଯାୟୀ, ବର୍ତ୍ତମାନ ଯଦି ଜଣେ ୟୁଜର୍ସଙ୍କ ସିମ୍ କାର୍ଡ ଚୋରି ହୁଏ କିମ୍ବା ହଜିଯାଏ, ତେବେ ତାଙ୍କୁ ଏକ ନୂତନ ସିମ୍ କାର୍ଡ ପାଇବା ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ । ଏଭଳି କରିବାର ଉଦ୍ଦେଶ୍ୟ ହେଉଛି ସିମ ସ୍ୱାପ୍ ଫ୍ରଡ୍ ରୋକିବା ଏବଂ ୟୁଜର୍ସଙ୍କ ସୁରକ୍ଷାକୁ ମଜବୁତ କରିବା ।

ପୂର୍ବରୁ, ଯଦି ସିମ୍ କାର୍ଡ ଚୋରି ହେଉଥିଲା ତେବେ ୟୁଜର ତାଙ୍କ ନମ୍ବରକୁ ଅନ୍ୟ ସିମ୍ କାର୍ଡରେ ପୋର୍ଟେବିଲିଟି କରିଦେଉଥିଲେ । କିମ୍ୱା FIRର କପି ଦେବା ପରେ ବିନା ବିଳମ୍ବରେ ତୁରନ୍ତ ଏକ ନୂତନ ସିମ୍ କାର୍ଡ ପାଇପାରୁଥିଲେ । ଯାହା ପରେ ଏପରି ଅନେକ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା ​​ଯେଉଁଥିରେ ଦେଖାଯାଇଥିଲା ଯେ ସିମ୍ କାର୍ଡ ଚୋରି ହେବା ପରେ ସମାନ ନମ୍ବର ଅନ୍ୟ କିଛି ସିମ୍ କାର୍ଡରେ ସକ୍ରିୟ ହୋଇଥିଲା । ଏହା ପରେ ଠକେଇ ଭଳି ଅନେକ ଘଟଣା ସାମ୍ନାକୁ ଆସିଲା । ଏଭଳି ଘଟଣାକୁ ନିୟନ୍ତ୍ରଣ କରିବା ପାଇଁ ଏହି ନୂତନ ନିୟମ ଲାଗୁ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ: Jio ଓ Airtel ୟୁଜର୍ସଙ୍କୁ ଝଟକା, ଏତିକି ଟଙ୍କା ମହଙ୍ଗା ହେଲା ମୋବାଇଲ ରିଚାର୍ଜ

ନୂଆ ସିମ ପାଇଁ ୭ ଦିନ ଅପେକ୍ଷା କରିବାକୁ ପଡିବ

ବର୍ତ୍ତମାନ ଆଜି ଠାରୁ ଯଦି ଏହା କୌଣସି ବ୍ୟକ୍ତିଙ୍କ ସିମ ହଜିୟାଏ କିମ୍ୱା ନଷ୍ଟ ହୋଇଯାଏ । ତେବେ ସେମାନଙ୍କୁ ଏକ ନୂତନ ସିମ୍ ମଧ୍ୟ ଅପେକ୍ଷା କରିବାକୁ ପଡିବ। ଏହି ପରିପ୍ରେକ୍ଷୀରେ, ବର୍ତ୍ତମାନ ସାତ ଦିନର ଅବଧି ରହିବ, ଅର୍ଥାତ୍ ନୂତନ ସିମ୍ ପାଇଁ ଆପଣଙ୍କୁ ୭ ଦିନ ଯାଏଁ ଅପେକ୍ଷା କରିବାକୁ ପଡିବ । ସିମ୍ କାର୍ଡ ସୁରକ୍ଷାକୁ ମଜବୁତ କରିବା ସହ ଏହି ନୂତନ ନିୟମ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ସାହାଯ୍ୟ କରିବ । ଏହାପୂର୍ବରୁ, ସିମ୍ ସ୍ୱାପ ପରେ ୧୦ ଦିନର ଅପେକ୍ଷା ସମୟ ଲାଗୁ ହୋଇଥିଲା, କିନ୍ତୁ ଟେଲିକମ୍ ମୋବାଇଲ୍ ନମ୍ବର ପୋର୍ଟେବିଲିଟି (ନବମ ସଂଶୋଧନ) ନିୟମାବଳୀ, 2024 ର ନୂତନ ସଂଶୋଧନରେ TRAI ଏହାକୁ ସାତ ଦିନକୁ ହ୍ରାସ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.