ETV Bharat / state

ମୈଦାନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD - BJD PROTEST

୨୫ ବର୍ଷ ପରେ ଆନ୍ଦୋଳନକୁ ଓହ୍ଲାଇଲେ ନବୀନ । କହିଲେ ଚାଷୀ ମହିଳା କାନ୍ଦୁଛନ୍ତି, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।

ମୈଦନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD
ମୈଦନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD (ETV Bharat Odisha)
author img

By ETV Bharat Odisha Team

Published : Jan 6, 2025, 6:22 PM IST

ଭୁବନେଶ୍ବର: ଦୀର୍ଘ ୨୪ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ସମ୍ଭାଳିଥିବା ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ବିକ୍ଷୋଭକୁ ଓହ୍ଲାଇଛନ୍ତି । ଦରଦାମ ବୃଦ୍ଧି ବିରୋଧରେ ଆଜି ଲୋୟର-ପିଏମଜିରେ ନବୀନଙ୍କ ନେତୃତ୍ବରେ ମୋହନ ସରକାର ବିରୋଧରେ ଗର୍ଜିଛି ବିଜେଡି । ନବୀନ କହିଛନ୍ତି, ବିଜେପି ସରକାର ମହଙ୍ଗା ମାଡର ସରକାର । ଦଳର ସମସ୍ତ ବିଧାୟକ,ରାଜ୍ୟ ଓ ଜିଲ୍ଲାର ତୁଙ୍ଗନେତାମାନେ ଆଜି ନବୀନଙ୍କ ନେତୃତ୍ବରେ ଶକ୍ତି ପ୍ରଦର୍ଶନ କରିଛନ୍ତି ।

  • କ୍ଷମତା ଯିବା ପରେ ପ୍ରଥମ ବିକ୍ଷୋଭ

ସରକାରରୁ ଯିବାର 7 ମାସ ପରେ ଦରଦାମ ବୃଦ୍ଧି ପ୍ରସଙ୍ଗରେ ବଡ଼ ଆନ୍ଦୋଳନର ଡାକରା ଦେଇଛି ବିଜେଡି । ଭୁବନେଶ୍ୱରର ଗାନ୍ଧୀ ମାର୍ଗରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ଦଳ ସଭାପତି ନବୀନ ପଟ୍ଟନାୟକ ଆନ୍ଦୋଳନର ନେତୃତ୍ବ ନେଇଥିବା ବେଳେ ସାମିଲ ହୋଇଛନ୍ତି ଦଳର ବରିଷ୍ଠ ନେତା, ସାଂସଦ, ବିଧାୟକ ଓ ଅନ୍ୟ ତୁଙ୍ଗନେତାମାନେ । ସେହିପରି ଦଳର ଛାମୁଆ ସଂଗଠନ ଯୁବ, ଛାତ୍ର, ମହିଳା ଶାଖାର ହଜାର ହଜାର କର୍ମକର୍ତ୍ତା ।

ମୈଦନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD (ETV Bharat Odisha)
  • ଅଦିନିଆ ବର୍ଷା ପାଇଁ ଚାଷୀ ଆତ୍ମହତ୍ୟା ବେଳେ ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା: ନବୀନ

ନବୀନ ପଟ୍ଟନାୟକ ଅଭିଭାଷଣରେ କହିଛନ୍ତି," ଜୁନ ମାସରେ ଓଡିଶାରେ ବିଜେପି ସରକାର ଗଠନ ହୋଇଛି । ସରକାର ଗଠନକୁ 7 ମାସ ହୋଇଗଲାଣି । ଏହା ଭିତରେ କେବଳ ଲମ୍ବା ଲମ୍ବା ଭାଷଣ ଆମେ ଏବେ ଶୁଣୁଛୁ । କିନ୍ତୁ କାମ ଘର ଶୂନ । ଦରଦାମ ବଢ଼ି ବଢ଼ି ଚାଲିଛି । କିନ୍ତୁ ସରକାରଙ୍କ ପଦକ୍ଷେପ କିଛି ନାହିଁ । ଏ ସରକାର ଲୋକଙ୍କ ସରକାର ବୋଲି ଦାବି କରୁଛି । କିନ୍ତୁ ଲୋକଙ୍କ ସୁଖ ଦୁଃଖ ସହ ଏ ସରକାରର ସମ୍ପର୍କ ଥିବା ପରି ଜଣାପଡ଼ୁନାହିଁ ।

ମୈଦନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD
ମୈଦନକୁ ଓହ୍ଲାଇଲେ ନବୀନ, ଦରବୃଦ୍ଧି ବିରୋଧରେ ଗର୍ଜିଲା BJD (ETV Bharat Odisha)
  • ଚାଷୀ-ମହିଳା କାନ୍ଦୁଛନ୍ତି, ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ: ନବୀନ

ଡାଲି, ତେଲ, ପରିବା, ଗ୍ରୋସରୀରୁ ଆରମ୍ଭ କରି ମେଡ଼ିସିନ ପର୍ଯ୍ୟନ୍ତ ସବୁ ଅତ୍ୟାବଶ୍ୟକ ସାମଗ୍ରୀର ଦର ଏବେ ଆକାଶଛୁଆଁ । ମାର୍କେଟ୍‌ ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଆଇ ମା' କାହାଣୀ କହି ସରକାର ଖୁସି । ସାଧାରଣ ଲୋକଙ୍କ ପାଇଁ ବଞ୍ଚିବା କଷ୍ଟ ହୋଇଗଲାଣି । ଅଦିନିଆ ବର୍ଷା, ଫସଲହାନି ଦୁଃଖ ଦେଉଛି । ପ୍ରତିଦିନ ଚାଷୀ ଆତ୍ମହତ୍ୟା କରୁଛନ୍ତି । ଦରଦାମ ବୃଦ୍ଧି ବୋଝ ଉପରେ ନଳିତା ବିଡା ହୋଇଛି । କିନ୍ତୁ ନେତାଙ୍କ ସମୟ ନିଜ ପ୍ରଚାରରେ ବିତୁଛି । ହାଟ ବଜ଼ାରରେ ଲୋକ ପ୍ରତିଦିନ ଅଶାନ୍ତି । ମା' ମାନେ କାନ୍ଦୁଛନ୍ତି । ଚାଷୀ କାନ୍ଦୁଛନ୍ତି, କିନ୍ତୁ ଏ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ।'

  • ‘ଡବଲ ଇଞ୍ଜିନ, ଡବଲ ମାଡ଼’

ନବୀନ ଏହା ମଧ୍ୟ କହିଛନ୍ତି, ମିଛ କଥା କହି, ମିଛ ପ୍ରତିଶ୍ରୁତି ଦେଇ ବିଜେପି ସରକାର କ୍ଷମତାକୁ ଆସିଛି । ବିଜେଡିଠୁ କମ ଭୋଟ ପାଇ ବିଜେପି ସରକାର କ୍ଷମତାକୁ ଆସିଛି । ଡବଲ ଇଞ୍ଜିନ, ଡବଲ ମାଡ଼ । ଏପଟେ ଦରବୃଦ୍ଧି ମାଡ, ସେପଟେ GST ମାଡ଼ । ସବୁ ଜିନିଷରେ GST ଲାଗିଛି । ଗରିବ ବେଶୀ GST ଦେଉଛନ୍ତି । ବିଜେପି ସରକାର ଟ୍ରେଲରେ ଗୋଲାପୀ ଚିତ୍ର ଦେଖାଇଲେ କିନ୍ତୁ ଫିଲ୍ମ ରିଲିଜରେ MM ସରକାର ହୋଇଛି । MM ହେଉଛି ମହଙ୍ଗା ମାଡ ସରକାର । ସାଢେ ଚାରି କୋଟି ଓଡ଼ିଆଙ୍କ ପ୍ରତିବାଦ ହିଁ ସରକାରଙ୍କ ଅସଲ ଚେହେରା ଖୋଲି ଦେବ ।"

  • ବିଜେପି ସରକାର ଲକ୍ଷ୍ମୀଛଡା: ଅରୁଣ

ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, "ନୂଆବର୍ଷରେ ନୂଆ ତରିକାରେ ନୂଆ ଭୂମିକାରେ ରାଜରାସ୍ତାକୁ ଓହ୍ଲାଇଲା ବିଜେଡ଼ି । ପ୍ରଥମ ୬ ମାସରେ ଓଡିଶା ଲକ୍ଷ୍ମୀଛଡା ହେଇଗଲାଣି । କେନ୍ଦ୍ର ସହଯୋଗରେ ଓଡିଶା ଲକ୍ଷ୍ମୀଛଡା ହୋଇଛି । ଦରଦାମ ବୃଦ୍ଧି ଘଟିଛି । ରୁଷ ୟୁକ୍ରେନ ଯୁଦ୍ଧ ସମୟରେ ସାରା ବିଶ୍ୱରେ ତେଲ ଦର କମିଲା । କିନ୍ତୁ ଭାରତରେ ଦାମ କମିଲା ନାହିଁ । ରଙ୍ଗ ମରା ସରକାରରେ ରଙ୍ଗ ଦର ବି ବଢିଛି । ମୁନାଫା ନେଇ ନିର୍ବାଚନ ଲଢ଼ିବା ବିଜେପି ସରକାରର ଉଦ୍ଦେଶ୍ୟ ।’’ ସେହିପରି ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, "5 ବର୍ଷ ପାଇଁ ବିଜେପି ଇଭିଏମ ଭିତରୁ ଜନ୍ମ ନେଇଛି । ପିଲାଟା ଗୁରୁଣ୍ଡି ଥିଲା । 6 ମାସ ପରେ ଆଉ ଏବେ କ୍ଷମା ନାହିଁ । ଲଢେଇ ପାଇଁ ବିଜେଡି ପ୍ରସ୍ତୁତ । ଏହା ପରଠୁ ଲଢେଇ ହେବ ।"

25 ବର୍ଷ ପରେ ଆନ୍ଦୋଳନକୁ ଓହ୍ଲାଇଲେ ନବୀନ :
ଦରଦାମ ବୃଦ୍ଧି ପ୍ରତିବାଦରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆନ୍ଦୋଳନକୁ ଓହ୍ଲାଇଛି ବିଜେଡି । 2000 ମସିହା ପରେ ଏହା ହେଉଛି ବିରୋଧୀ ଦଳ ଭାବେ ପ୍ରଥମ ବିକ୍ଷୋଭ କାର୍ଯ୍ୟକ୍ରମ । 25 ବର୍ଷ ପରେ ବିରୋଧୀ ଦଳର ନେତୃତ୍ୱ ନେଉଥିଲେ ନବୀନ । ଅବଶ୍ୟ ମହାନଦୀ ପ୍ରସଙ୍ଗରେ ବିଜେଡି ନୂଆଦିଲ୍ଲୀରେ ଆନ୍ଦୋଳନ କରିଛି । ସେହି ଆନ୍ଦୋଳନର ନେତୃତ୍ୱରେ ନବୀନ ନେଇଛନ୍ତି । କିନ୍ତୁ ସେତେବେଳେ ସେ ମୁଖ୍ୟମନ୍ତ୍ରୀ ଥିଲେ ।

ଏହା ମଧ୍ୟ ପଢନ୍ତୁ:

ପୂର୍ବତଟ ରେଲୱେ ପାଇଁ ବାହାରିଲା BJD, ମୋହନ ମାଝୀ ସରକାର ଉପରେ ବର୍ଷିଲା

'ନଇ ବଢିର ଦୃଶ୍ୟ ପଢ଼ିକି ଆସି ଗାଈର ଆତ୍ମକାହାଣୀ କହିବା ବନ୍ଦ କରନ୍ତୁ ସରକାର'

ସରକାର ନିଦରେ ଶୋଇଗଲେ ଜାଗ୍ରତ କରିବ ବିଜେଡି: ଅରୁଣ ସାହୁ

ଚାଷୀ ସମସ୍ୟା ଓ ମଣ୍ଡିରେ ଅବ୍ୟବସ୍ଥା ନେଇ ଜିଲ୍ଲାପାଳଙ୍କୁ ଭେଟିଲା BJD

ସଂଯୋଗ ନା ସୁଯୋଗ:

ଡିଜି-ଆଇଜି ସମ୍ମିଳନୀରେ ସାମିଲ ହେବାକୁ ଭୁବନେଶ୍ୱର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନ ବନ୍ଦରରୁ ଓହ୍ଲାଇ ନବୀନ ନିବାସ ସାମ୍ନାରେ ଆୟୋଜିତ ଦଳର ରାଜନୈତିକ ସଭାରେ ସାମିଲ ହୋଇଥିଲେ । ବିମାନ ବନ୍ଦର ନିକଟରେ ନବୀନ ନିବାସ ସାମ୍ନାରୁ ଗତ ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ ମୋଦି । ଆଉ ଆଜି ବିଜେଡି ପକ୍ଷରୁ ଆୟୋଜିତ ହୋଇଛି ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ । କାର୍ଯ୍ୟକ୍ରମଟି ଲୋୟର ପିଏମଜିରେ ହୋଇଛି । ଯାହା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାରୀ ଆବାସ ସମ୍ମୁଖୀନ ଅଛି । ଯେଉଁଠି ନବୀନ ମୋଦି-ମୋହନ ସରକାର ଉପରେ ବର୍ଷିଛନ୍ତି । ଏହା ସଂଯୋଗ ନା ସୁଯୋଗ ବୋଲି ଚର୍ଚ୍ଚା ହେଉଛି ।

ଆରମ୍ଭରୁ ପଛରେ ଥିଲେ, ନବୀନଙ୍କ ଷ୍ଟେଜକୁ ଆସିଲେ:

ସାଧାରଣ ନିର୍ବାଚନ ପରାଜୟ ପରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସଙ୍କୁ ଦେଖିବାକୁ ମିଳୁନଥିଲା । ଯାଜପୁର ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସୀମିତ ରଖିଥିଲେ ପ୍ରଣବ । ସମ୍ବଲପୁର ଲୋକସଭା କ୍ଷେତ୍ର, ଯେଉଁଠି ସେ ନିର୍ବାଚନ ଲଢିଥିଲେ ସେଠାରେ ମଧ୍ୟ ତାଙ୍କର ଉପସ୍ଥିତ ନଥିଲା । ଶଙ୍ଖ ଭବନରେ ଆୟୋଜନ ହେଉଥିବା କିଛି ବୈଠକରେ ପ୍ରଣବ ଉପସ୍ଥିତ ରହୁଥିବା ଦେଖିବାକୁ ମିଳୁଥିଲା । କିନ୍ତୁ ସମ୍ମୁଖକୁ ଆସୁନଥିଲେ । କାରଣ ତାଙ୍କୁ ଦଳର ନିର୍ଦିଷ୍ଟ କିଛି ନେତା ଏବଂ ଯୁବ ଓ ଛାତ୍ର ନେତୃତ୍ୱ ବିରୋଧ କରୁଥିଲେ । ଆଜି ବିଜେଡି ପକ୍ଷରୁ ଦରଦାମ ବୃଦ୍ଧି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଣବଙ୍କୁ ଦେଖିବାକୁ ମିଳିଥିଲା । ମଞ୍ଚ ପରିଚାଳନା ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର କରୁଥିବା ବେଳେ କିନ୍ତୁ ସେ ଷ୍ଟେଜ ପଛରେ ରହିଥିଲେ । ଦଳର ଜଣକ ପରେ ଜଣେ ନେତା ନିଜର ଅଭିଭାଷଣ ରଖୁଥିଲେ । କିନ୍ତୁ ପ୍ରଣବକୁ ଅଭିଭାଷଣ ଲାଗି ଦଳ ଡାକିନଥିଲା । ବିଜେଡି ସଭାପତି ନବୀନ ପଟ୍ଟନାୟକ ସହ ଷ୍ଟେଜକୁ ଚଢ଼ିଥିଲେ ପ୍ରଣବ । ନବୀନ ମଞ୍ଚରୁ ଓହ୍ଲାଇବା ସହ ବବି ମଧ୍ୟ ଚାଲି ଯାଇଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.