ETV Bharat / health

ଅସରପା ଆତଙ୍କ ନେଇ ଚିନ୍ତିତ କି ? ରୋଷେଇ ଘରେ ଅଛି ମୁକ୍ତି ପାଇବାର ବାଟ, ଜାଣି ନିଅନ୍ତୁ ଗୃହିଣୀ - Simple Ways To Get Rid of Cockroach

author img

By ETV Bharat Odisha Team

Published : Jun 30, 2024, 4:24 PM IST

How To Get Rid Of Cockroaches: ବର୍ଷାଦିନେ ଅସରପା ସମସ୍ୟା ବଢିଯାଇଥାଏ । ଏମାନଙ୍କୁ ଘଉଡାଇବା ପାଇଁ ଅନେକ ଲୋକଙ୍କ ପାଇଁ ବ୍ୟବହୃତ ସ୍ପ୍ରେ ମଧ୍ୟ ମୁଣ୍ଡବିନ୍ଧାର କାରଣ ହୋଇଥାଏ । ଫଳରେ ଅସରପା ଠାରୁ ମୁକ୍ତି ପାଇବା ଏକ ଚ୍ୟାଲେଞ୍ଜିଂ ଥାଏ । ଏପରି ପରିସ୍ଥିତିରେ, କିଛି ରୋଷେଇ ଘରର ସାମଗ୍ରୀ ଆପଣାଇ କିପରି ଘରର ପ୍ରତ୍ୟେକ କୋଣରେ ଲୁଚି ରହିଥିବା ଅସରପାମାନଙ୍କ ଠାରୁ ମୁକ୍ତି ପାଇପାରିବା । ଜାଣନ୍ତୁ, ଏହି ଆର୍ଟିକିଲରେ

ଘରକୁ କିପରି କରିବେ ଅସରପା ମୁକ୍ତି?
ଘରକୁ କିପରି କରିବେ ଅସରପା ମୁକ୍ତି? (Getty)

ହାଇଦ୍ରାବାଦ: ପାଗରେ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରକାର ରୋଗ ହେବାର ସମ୍ଭାବନା ରହିଥାଏ । ବର୍ତ୍ତମାନ ମୌସୁମୀ ଋତୁ ଚାଲିଥିବା ବେଲେ ଏପରି ସମୟରେ ମଶା, ମାଛି, ଅସରପା ଏବଂ ଛୋଟଛୋଟ କୀଟ ପତଙ୍ଗଙ୍କ ଆତଙ୍କ ଅଧିକ ବଢିଥାଏ । ଯାହା ଫଳରେ ବିଭିନ୍ନ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ସାଧାରଣତଃ ସୂର୍ଯ୍ୟକିରଣ ପଡୁନଥିବା ସ୍ଥାନରେ ଅସରପା ଅଧିକ ଦେଖାଯାଆନ୍ତି । ଗୋଟିଏ ଅସରପା ଯଦି ଘରେ ପ୍ରବେଶ କରିବା ଦ୍ବାରା ସେଠାରେ ବଂଶ ବିସ୍ତାର କରିଥାଆନ୍ତି । ରାସନ ଆଇଟମ୍ ହେଉ କିମ୍ବା ବାସନକୁସନ କିମ୍ୱା ଖାଇବା, ସେମାନେ ସବୁଆଡେ ଆତଙ୍କ କରିଥାନ୍ତି । ଯାହା ସ୍ୱାସ୍ଥ୍ୟ ପାଇଁ ଏକ ପ୍ରମୁଖ ବିପଦ ହୋଇଥାଏ ।

ଘରକୁ କିପରି କରିବେ ଅସରପା ମୁକ୍ତି?
ଘରକୁ କିପରି କରିବେ ଅସରପା ମୁକ୍ତି? (Getty)

ଯଦିଓ ଏଥିରୁ ମୁକ୍ତି ପାଇବା ପାଇଁ ବଜାରରେ ଅନେକ ରାସାୟନିକ ପଦାର୍ଥ ଉପଲବ୍ଧ, ଏଗୁଡିକ ସାହାଯ୍ୟ କରେ ନାହିଁ ଏବଂ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ ନୁହଁ । ଫଳରେ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡୁଥିବା ବେଳେ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ସମସ୍ୟା ଭୋଗିବାର ଆଶଙ୍କା ରହିଥାଏ । ଏପରି ପରିସ୍ଥିତିରେ, ଏହି ଅସରପାମାନେ ଯଦି ଆପଣଙ୍କର ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି, ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଟିପ୍ସ ।

ଘରକୁ କିପରି କରିବେ ଅସରପା ମୁକ୍ତି?
ଘରକୁ କିପରି କରିବେ ଅସରପା ମୁକ୍ତି? (Getty)
  • ରସୁଣ, ପିଆଜ ଏବଂ ଗୋଲମରିଚ ଗୁଣ୍ଡ ସ୍ପ୍ରେ: ଅସରପାରୁ ମୁକ୍ତି ପାଇବା ପାଇଁ ରସୁଣ, ପିଆଜ ଏବଂ ଗୋଲମରିଚ ଗୁଣ୍ଡ ବେଶ ସହାୟ ହୋଇଥାଏ । ଆପଣ କିଛି ଗୋଲମରିଚ ଗୁଣ୍ଡ ସହ ଏଥିରେ ପିଆଜ ଏବଂ ରସୁଣ ପେଷ୍ଟ ମିଶାନ୍ତୁ । ଏହି ତିନୋଟି ଜିନିଷକୁ ପାଣିରେ ଭଲ ଭାବରେ ମିଶାଇ ଏକ ସ୍ପ୍ରେ ପ୍ରସ୍ତୁତ କରନ୍ତୁ । ତା’ପରେ ଏହାକୁ ଏକ ସ୍ପ୍ରେ ବୋତଲରେ ଭରି କୋଣ ଅନୁକୋଣରେ ସ୍ପ୍ରେ କରନ୍ତୁ । ଫଳରେ ଏହାର ଗନ୍ଧରେ ଅସରପା ମାନେ କିଛି ମିନିଟ୍ ମଧ୍ୟରେ ଘରୁ ବାହାରିଯିବେ ।
  • ବୋରିକ ଏସିଡର ବ୍ୟବହାର: ଅସରପାରୁ ମୁକ୍ତି ପାଇବା ପାଇଁ ଘରୋଇ ଉପଚାର ତାଲିକାରେ ବୋରିକ୍ ​​ଏସିଡ୍ ଶୀର୍ଷରେ ଅଛି । ଏହା ସବୁଠାରୁ ପ୍ରଭାବଶାଳୀ ଘରୋଇ ଉପଚାର ମଧ୍ୟରୁ ବିବେଚନା କରାଯାଏ । ପ୍ରଥମ ଏକ ପାତ୍ରରେ ଚାରି ଚାମଚ ଆରାରୁଟ ନେଇ ଏଥିରେ ଦୁଇ ଚାମକ ବୋରିକ ଏସିଡ ପାଉଡର ଏବଂ ଦୁଇ ଚାମଚ ଚିନି ମିଶାନ୍ତୁ । ଏହାପରେ ଏଥିରେ ଧୀରେ ଧୀରେ ପାଣି ଢାଳି ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଗୋଲ ଆକୃତି କରି ଏହା ପରେ ଚିନି ପକାନ୍ତୁ । ଏହାପରେ ଏହାକୁ କୌଣସି ମାଟି ପାତ୍ରରେ ରଖନ୍ତୁ । ଏହାପରେ ଯେଉଁ ସ୍ଥାନରେ ଅଧିକ ମାତ୍ରାରେ ଅସରପା ରହିଛି ସେହି ସ୍ଥାନରେ ଏହି ପେଷ୍ଟକୁ ରଖିଦିଅନ୍ତୁ ଶୀଘ୍ର ଅସରପା ଚାଲିଯିବେ ।
ଘରକୁ କିପରି କରିବେ ଅସରପା ମୁକ୍ତି?
ଘରକୁ କିପରି କରିବେ ଅସରପା ମୁକ୍ତି? (Getty)
  • ବେକିଂ ସୋଡା ବ୍ୟବହାର: ଅସରପାକୁ ଘଉଡାଇବା ପାଇଁ ବେକିଂ ସୋଡା ମଧ୍ୟ ବ୍ୟବହୃତ କରନ୍ତୁ । ଏଥିପାଇଁ ଏକ କପ୍ ପାଣିରେ ଗୋଟିଏରୁ ଦୁଇ ଚାମଚ ବେକିଂ ସୋଡା ଏବଂ ଚିନି ମିଶାଇ ଏକ ସ୍ପ୍ରେ ବୋତଲରେ ଭରନ୍ତୁ ଏବଂ ଏହାକୁ ରୋଷେଇ ଘରର ପ୍ରତ୍ୟେକ କୋଣରେ ସ୍ପ୍ରେ କରିଦିଅନ୍ତୁ, ତେବେ ଅସରପା ଗୁଡିକ ବାହାରକୁ ଆସିବେ ଏବଂ ମରିଯିବେ ।
  • ସୋରିଷ ତେଲ: ଏକ କପରେ ଏକ ଚତୁର୍ଥାଂଶ ସୋରିଷ ତେଲ ନେଇ ସେଥିରେ 6ରୁ 7ଟି ପୁଦିନା ପତ୍ର ମିଶାନ୍ତୁ । ପତ୍ରକୁ ଭଲ ଭାବେ ବାଟି ଏହାକୁ ଏକ ବୋଟଲରେ ଭର୍ତ୍ତି କରନ୍ତୁ । ସେଥିରେ ଏକ ଗ୍ଲାସ ପାଣି ମିଶାଇ ରୋଷେଇ ଘର ଏବଂ ଘରର ଚାରିପଡେ ସ୍ପ୍ରେ କରନ୍ତୁ । ପ୍ରତିଦିନ ଏଭଳି କରିବା ଦ୍ବାରା ଘରେ ଆଉ ଅସରପା ରହିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଘରେ ଝିଟିପିଟି ଆତଙ୍କ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ

  • ପୁଦିନା ତେଲ: କିଛି ପୁଦିନା ପତ୍ର ତେଲକୁ ନେଇ ଏକ ଗ୍ଲାସ ପାଣିରେ ଭିଜାଇ ରଖନ୍ତୁ । 2ରୁ 4 ଘଣ୍ଟା ଭିଜିବା ପରେ ତାହାକୁ ଏକ ସ୍ପ୍ରେ ବୋତଲରେ ଭର୍ତ୍ତି କରନ୍ତୁ । ଏହି ପାଣିକୁ ଘରର ଚାରି ପାଖରେ ସ୍ପ୍ରେ କରନ୍ତୁ । ଏହା ଦ୍ବାରା ଘରକୁ ଅସରପା ପ୍ରବେଶ କରିପାରିବେ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.