ETV Bharat / state

ଆକ୍ସନ ମୋଡରେ ନୂଆ ସରକାର; MKCGରେ ସ୍ବାସ୍ଥ୍ୟସେବାରେ ହେବ ପରିବର୍ତ୍ତନ ! - Health Minister visits MKCG Medical

author img

By ETV Bharat Odisha Team

Published : Jul 3, 2024, 10:29 PM IST

Health Minister visits MKCG Medical: ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଏମ୍‌କେସିଜି ମେଡିକାଲ ଗସ୍ତ କରି ବିଭିନ୍ନ ସମସ୍ୟାର କରିଛନ୍ତି ସମୀକ୍ଷା । ତେବେ ଏହାପରେ ଦକ୍ଷିଣ ଓଡ଼ିଶାର ଏହି ପ୍ରମୁଖ ହସ୍ପିଟାଲରେ ଥିବା ବିଭିନ୍ନ ସମସ୍ୟା ଦୂର ହେବା ଆଶା କରାଯାଉଛି । ଅଧିକ ପଢ଼ନ୍ତୁ

Health Minister visits MKCG Medical
Health Minister visits MKCG Medical (ETV Bharat Odisha)

ବ୍ରହ୍ମପୁର: ଆକ୍ସନ ମୋଡରେ ରାଜ୍ୟର ନୂତନ ସରକାର । ଦୀର୍ଘ ୨୪ ବର୍ଷର ବିଜେଡି ସରକାରର ପତନ ଘଟାଇ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ସରକାର ନିଜ ମନ୍ତ୍ରୀମାନେ କିପରି ସାଧାରଣ ଜନତାଙ୍କୁ ସଠିକ ଏବଂ ଉପଯୁକ୍ତ ସେବା ଯୋଗାଇ ଦେବେ, ତାହାକୁ ନେଇ ଜାରି ରଖିଛନ୍ତି ଉଦ୍ୟମ । ଏଭଳି ସମୟରେ ଦକ୍ଷିଣ ଓଡିଶାବାସୀ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବ୍ରହ୍ମପୁର ସହରର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟକୁ ଆସି ବିଭିନ୍ନ ବିଷୟକୁ ସମୀକ୍ଷା କରି ଫେରିଛନ୍ତି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ । ତେବେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତ ପରେ ଏଠାକାର ସ୍ବାସ୍ଥ୍ୟସେବାର ପରିବର୍ତ୍ତନ ହେବ କି ବୋଲି ଚର୍ଚ୍ଚା ଯୋର ଧରିଛି ।

ପୂର୍ବରୁ ବ୍ରହ୍ମପୁର ସହରରେ ରହିଥିବା ଏମକେସିଜି ମେଡିକାଲର ସ୍ବାସ୍ଥ୍ୟସେବାକୁ ନେଇ ଅନେକ ସମୀକ୍ଷା କରାଯାଇଥିବାବେଳେ ସେଭଳି କୌଣସି ଆଖିଦୃଶିଆ ପରିବର୍ତ୍ତନ ହୋଇନଥିବା ଅଭିଯୋଗ ହେଇଆସୁଛି । ବର୍ତ୍ତମାନ ସମୟରେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ ଆସି ଏଠାକାର ସ୍ଥିତି ଏବଂ ସମସ୍ୟାକୁ ନିଜେ ସମୀକ୍ଷା କରି ଫେରିବା ସମୟରେ ଏକପ୍ରକାର ଅସନ୍ତୋଷ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହିତ ଏ ବିଷୟରେ ଆଲୋଚନା କରି ଉନ୍ନତ ସ୍ବାସ୍ଥ୍ୟସେବା ପ୍ରଦାନ କରିବା କ୍ଷେତ୍ରରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଫଳରେ କିଛିଟା ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି ।

ମେଡିକାଲ ବୁଲିବା ସମୟରେ କେଉଁ କେଉଁ ସମସ୍ୟା ଦେଖିଥିଲେ ମନ୍ତ୍ରୀ:-

ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବ୍ରହ୍ମପୁର ଗସ୍ତ ସମୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସାଧାରଣ ଜନତା କିପରି ହଇରାଣ ହେଉଛନ୍ତି ତାହାକୁ ସହରର ବିଭିନ୍ନ ସଙ୍ଗଠନ ପକ୍ଷରୁ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସହରର ଓଡିଶା ଢେଭଲପମେଣ୍ଟ ଫୋରମ୍ ପକ୍ଷରୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ AIIMS ବା AIIMS ପ୍ଲସ ଅନୁଷ୍ଠାନରେ ପରିଣତ କରିବା ଓ ମେଡିକାଲର ପ୍ରମୁଖ ସମସ୍ୟା ପ୍ରତି ଗୁରୁତ୍ବ ଦେବାକୁ ଦାବି କରାଯାଇଥିଲା । ସହରର ଶତାଧିକ ଅନୁଷ୍ଠାନ କେବଳ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ପାଇଁ ଦାବି କରିଥିଲେ । ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ଏମକେସିଜି ମେଡିକାଲ ପରିକ୍ରମା ସମୟରେ ଦେଖିଥିଲେ ଅନେକ ସମସ୍ୟା । ଯାହାର ସମାଧାନ କରିବାକୁ ମଧ୍ୟ ଦେଇଥିଲେ ପ୍ରତିଶୃତି ।

'ନୋଟ କରିଛୁ, ସମସ୍ୟାର ସମାଧାନ ହେବ':-

ଏମକେସିଜି ଭ୍ରମଣ ସମୟରେ ମନ୍ତ୍ରୀ କହିଥିଲେ, "ରୋଗୀଙ୍କ ଠାରୁ ଆରମ୍ଭ କରି ଡାକ୍ତର ଏବଂ ମେଡିକାଲର ସମସ୍ତ ବର୍ଗର ବ୍ୟକ୍ତିଙ୍କ ସହିତ ଆଲୋଚନା କରାଯାଇଛି । ରୋଗୀଙ୍କ ଯତ୍ନ କିପରି ଭଲ ଭାବରେ ନିଆଯିବ, ଆଇସିୟୁରେ କିପରି ପଦକ୍ଷେପ ନେବା, କଣ ରହିଛି ସମସ୍ୟା ସେ ସମସ୍ତ ବିଷୟକୁ ନୋଟ କରାଯାଇ ରଖାଯାଇଛି ।" ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏପରିକି ଲୋକଙ୍କୁ ସୁବିଧା ପ୍ରଦାନ ହେଉଛି ଏହି ନୂତନ ସରକାରଙ୍କ ପ୍ରାଥମିକତା ବୋଲି କୁହାଯାଇଛି ।

'ଗୋଟିଏ ସ୍ଥାନରେ ନିଯୁକ୍ତ ହୋଇଥିବା ଡାକ୍ତର ଅନ୍ୟତ୍ର ରହିଲେ କାର୍ଯ୍ୟାନୁଷ୍ଠାନ':-

ବ୍ରହ୍ମପୁର ଏମକେସିଜି ମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କ ମଧ୍ୟରୁ କେତେକ କଟକରେ ରହୁଥିବା ଘଟଣାର ଅଭିଯୋଗ ଆସିଥିବାବେଳେ ସେମାନଙ୍କ ପାଇଁ ସରକାର କଡ଼ା ପଦକ୍ଷେପ ନେବେ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏପରି କାର୍ଯ୍ୟ କରୁଥିବା ଡାକ୍ତରଙ୍କୁ ପ୍ରଥମେ କାରଣ ଦର୍ଶାଅ ନୋଟିସ୍ ଦିଆଯିବ ଏବଂ ଆବଶ୍ୟକ ପଡିଲେ କାର୍ଯ୍ୟରୁ ବହିଷ୍କାର ମଧ୍ୟ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ବ୍ରହ୍ମପୁରରେ ଖୁବଶ୍ରୀଘ୍ର ଖୋଲିବ ବର୍ଣ୍ଣ କେୟାର ୟୁନିଟ୍:-

ବ୍ରହ୍ମପୁର ସହର ତଥା ଦକ୍ଷିଣ ଓଡିଶାବାସୀଙ୍କ ଦୀର୍ଘ ଦିନର ଦାବି କୁହାଯାଉଥିବା ବର୍ଣ୍ଣ କେୟାର ୟୁନିଟ୍ ଖୁବଶ୍ରୀଘ୍ର ଖୋଲାଯିବ । ବ୍ରହ୍ମପୁର ଗସ୍ତ ସମୟରେ ଏହାକୁ ନେଇ ସମୀକ୍ଷା କରି ଏମକେସିଜି କର୍ତ୍ତୃପକ୍ଷଙ୍କୁ ସରକାରଙ୍କୁ ପଠାଇବାକୁ ରହିଥିବା ପ୍ରସ୍ତାବ ମଧ୍ୟରେ ବର୍ଣ୍ଣ ୟୁନିଟ୍ ରଖିବା ପାଇଁ କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ଏହାକୁ ଉଚ୍ଚସ୍ତରୀୟ ଆଲୋଚନା କରାଯାଇ ଖୁବଶ୍ରୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ । ଗତ 4 ବର୍ଷ ତଳେ ବ୍ରହ୍ମପୁର ସହର ଉପକଣ୍ଠ ମେଣ୍ଡରାଜପୁରରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଅନେକ ବ୍ୟକ୍ତି ମୃତ୍ୟୁବରଣ କରିବା ସହିତ ବହୁ ଗୁରୁତର ହୋଇଥିଲେ । ସେହି ସମୟରେ ଆହତଙ୍କୁ ଭେଟିବାକୁ ଆସିଥିବା ରାଜ୍ୟର ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ସେହି ସମୟରେ ବର୍ଣ୍ଣ କେୟାର ୟୁନିଟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ତାହା ହୋଇପାରିନଥିଲା ।

'କାଜୁଆଲଟିର ଅବସ୍ଥା ଠିକ୍ ନାହିଁ':-

ବ୍ରହ୍ମପୁର ଏମକେସିଜି ମେଡିକାଲ କାଜୁଆଲଟିର ଅବସ୍ଥା ଠିକ୍ ନଥିବା ଗଣମାଧ୍ୟମ ପ୍ରଶ୍ନରେ କହିଛନ୍ତି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ । ଏଣୁ ତାହାର ଯେପରି ଖୁବଶ୍ରୀଘ୍ର ସମାଧାନ ହେବ ତାହାକୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ମନ୍ତ୍ରୀ ।

ଏହା ମଧ୍ୟ ପଢ଼ନ୍ତୁ...ପ୍ରତି ଜିଲ୍ଲାରେ ଖୋଲିବ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ କେନ୍ଦ୍ର - CT scan MRI in every District

ସେପଟେ ମେଡିକାଲରେ ଯାହା ସମସ୍ୟା ରହିଥିଲା, ତାହାକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଆଗରେ ଉପସ୍ଥାପନ କରିଛନ୍ତି ଏମକେସିଜି ମେଡିକାଲର ଅଧିକ୍ଷକ ତଥା ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ସୁଚିତ୍ରା ଦାଶ । ଅନ୍ୟପଟେ ମେଡିକାଲର ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ମନ୍ତ୍ରୀଙ୍କ ଗସ୍ତ ପରେ ହେବ ବୋଲି ଆଶା କରିଛନ୍ତି ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ।

ଇଟିଭ ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.