ETV Bharat / state

ଶିମିଳିପାଳ ଫେରୁଛି ବାଘୁଣୀ ଜୀନତ, ହସ୍ତାନ୍ତର କଲା ପଶ୍ଚିମବଙ୍ଗ - WEST BENGAL HAND OVER ZEENAT

ସରିଲା ଜୀନତର ଲୁଚକାଳି ଖେଳ । ଓଡ଼ିଶା ଫେରୁଛି ବାଘୁଣୀ । 29 ରେ ଟ୍ରାଙ୍କୁଲାଇଜ ପରେ ଅଲ୍ଲୀପୁର ଚିଡିଆଖାନାରେ ରଖାଯାଇଥିଲା ।

WEST BENGAL HAND OVER ZEENAT
WEST BENGAL HAND OVER ZEENAT (ETV Bharat Odisha)
author img

By ETV Bharat Odisha Team

Published : Dec 31, 2024, 11:04 PM IST

ରାଇରଙ୍ଗପୁର: ଶିମିଳିପାଳ ଫେରୁଛି ବାଘୁଣୀ ‘ଜୀନତ’ । ଆଜି ପଶ୍ଚିମବଙ୍ଗ ବନ ବିଭାଗ ବାଘୁଣୀ ଜୀନତକୁ ଓଡ଼ିଶା ବନ ବିଭାଗକୁ ହସ୍ତାନ୍ତର କରିଛି । ତାକୁ ଟ୍ରାକୁଲାଇଜ କରି କାବୁ କରିବା ପରେ କୋଲକାତାର ଅଲ୍ଲୀପୁର ଚିଡିଆଖାନାର ଏକ ସ୍ବତନ୍ତ୍ର ଖୁଆଡରେ ରଖାଯାଇଥିଲା । ହସ୍ତାନ୍ତର କରିବା ପରେ ତାକୁ ଶିମିଳିପାଳ ଅଭିମୁଖେ ଅଣାଯାଉଥିବା ମୟୂରଭଞ୍ଜ ଆରସିସିଏଫ ପ୍ରକାଶ ଚାନ୍ଦ ଗୋଗିନେନୀ ସୂଚନା ପ୍ରଦାନ କରିଛନ୍ତି ।

  • ରାତି 8ଟାରେ ହସ୍ତାନ୍ତର କଲା ପଶ୍ଚିମବଙ୍ଗ ବନ ବିଭାଗ

ଶିମିଳିପାଳ ଅଭୟାରଣ୍ୟର ବାଘୁଣୀ ଜିନତକୁ ପଶ୍ଚିମବଙ୍ଗର ବାଙ୍କୁଡା ରାଣୀବନ୍ଧ ଜଙ୍ଗଲରେ ଗତ ୨୯ ତାରିଖ ଟ୍ରାଙ୍କୁଲାଇଜ କରା ଯାଇଥିଲା । ଏଥି ସହିତ ଜୀନତର ସ୍ବାସ୍ଥ୍ୟବସ୍ଥା ସାମାନ୍ୟ ହେବା ପାଇଁ କଲିକତା ସ୍ଥିତ ଅଲୀପୁର ଚିଡ଼ିଆଖାନାରେ ରଖା ଯାଇଥିଲା । ସେଠାରେ ଦୁଇ ଦିନ ଧରି ଜୀନତର ସ୍ବାସ୍ଥ୍ୟ ପରୀକ୍ଷା କରା ଯାଇଥିଲା । ଜୀନତ୍ ସମ୍ପୁର୍ଣ୍ଣ ସୁସ୍ଥ ହେବା ପରେ ଆଜି ପଶ୍ଚିମବଙ୍ଗ ବନବିଭାଗ ରାତି ପ୍ରାୟ ଆଠଟା ସମୟରେ ଶିମିଳିପାଳ କର୍ତ୍ତୃପକ୍ଷଙ୍କୁ ବାଘୁଣୀ ଜୀନତକୁ ହସ୍ତାନ୍ତର କରିଛନ୍ତି ।

  • ସ୍ବତନ୍ତ୍ର ଗାଡିରେ ଆସୁଛି ଜୀନତ

ଆଜି ସ୍ବତନ୍ତ୍ର ଗାଡ଼ି ଯୋଗେ ବାଘୁଣୀ ଜୀନତକୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଉଛି । ତେବେ ଶିମିଳିପାଳ ପହଞ୍ଚିବା ପରେ ବାଘୁଣୀ ଯମୁନା ରହିଥିବା ସଫ୍ଟ ଏନକ୍ଲୋଜର ରେ ବାଘୁଣୀ ଜୀନତ୍ କୁ ଛଡାଯିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ଼ଃ ପ୍ରକାଶ ଚାନ୍ଦ ଗୋଗିନେନି ।

WEST BENGAL HAND OVER ZEENAT (ETV Bharat Odisha)
  • ଡିସେମ୍ବର ୮ରେ ଶିମିଳିପାଳ ଛାଡିଥିଲା ଜୀନତ:-

ଏଠାରେ ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ତଡ଼ବା ଜଙ୍ଗଲରୁ ବାଘୁଣୀ ଜିନତ କୁ ଶିମିଳିପାଳ ଅଭୟାରଣ୍ୟକୁ ଅଣା ଯାଇଥିଲା । ଗତ ଡିସେମ୍ବର ୮ ତାରିଖରେ ଶିମିଳିପାଳରୁ ଜିନ୍ନତ ଝାଡ଼ଖଣ୍ଡ ଯାଇଥିଲା । ସେଠାରେ କିଛିଦିନ ବୁଲିବା ପରେ ଓଡ଼ିଶା ମୁହାଁ ହୋଇଥିଲା । ହେଲେ ଓଡ଼ିଶା ନଫେରି ପଶ୍ଚିମବଙ୍ଗକୁ ଚାଲି ଯାଇଥିଲା । ସେଠାରେ ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଡିସେମ୍ବର ୨୯ ତାରିଖ ଜୀନତ୍ କୁ ଟ୍ରାଙ୍କୁଲାଇଜ କରି କାବୁ କରା ଯାଇଥିଲା । ଜୀନତକୁ ଶିମିଳିପାଳ ଫେରାଇ ଆଣିବାକୁ ଓଡ଼ିଶା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବନବିଭାଗର ୧୨୦ ଜଣ ଏକ ଟିମ୍ ଲାଗିଥିଲା । ବାଙ୍କୁଡାର ରାଣୀବନ୍ଧ ଜଙ୍ଗଲରେ ଦୁଇଟି ମଇଁଷିର ଲୋଭ ଦେଖାଇ ଥିଲା ବନ ବିଭାଗ । ମଇଁଷି ଶିକାର କରିବା ଲୋଭରେ ଘଞ୍ଚ ଜଙ୍ଗଲରୁ ପଦାକୁ ବାହାରିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ବନ କର୍ମଚାରୀମାନେ ତାକୁ ଟ୍ରାଙ୍କୁଲାଇଜ କରିବାକୁ ସକ୍ଷମ ହୋଇଥିଲେ ।

ଏହାମଧ୍ୟ ପଢନ୍ତୁ...

ଜୀନତ ପାଇଁ ବାଧାପ୍ରାପ୍ତ ହେବ ବାଘ ଆଣିବା ଯୋଜନା, 21 ଦିନରେ 3 ରାଜ୍ୟର 3 ଶହ କିମି ବୁଲି କଲା ନାକେଦନ

ଶିମିଳିପାଳ ଫେରିବ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ ସହ ସରିଲା ଅପରେସନ

ଯନ୍ତାରେ ପଶିଲା ବାଘୁଣୀ ଜୀନତ, ପଶ୍ଚିମବଙ୍ଗରେ ଟ୍ରାଙ୍କୁଲାଇଜ୍‌ କଲା ବନ ବିଭାଗ

ଇଟିଭି ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.