ମେଷ: ଆଜି ଦିନରେ ଲାଭପ୍ରାପ୍ତି କରିବା ପାଇଁ ଆପଣ ଅନାବଶ୍ୟକ ଯୁକ୍ତିତର୍କ, ଅର୍ଥହୀନ ତର୍କ ଏବଂ ପ୍ରତିକୂଳ ମନୋଭାବରୁ ଦୂରରେ ରହନ୍ତୁ । ଅନ୍ୟଥା ଆପଣଙ୍କ ପାଇଁ ଭାରି ପଡିପାରେ । ଆପଣଙ୍କ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିପାରେ । ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ କାର୍ଯ୍ୟ ସମାପ୍ତ କରିବାରେ ସମସ୍ୟା ହେବ ନାହିଁ । ଆଜିର ଦିନ ସଫଳ ରହିବ ।
ବୃଷ: ଆଜି ନକ୍ଷତ୍ରଗଣ ଆପଣଙ୍କ ସପକ୍ଷରେ ରହି ନପାରନ୍ତି । ତେଣୁ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିମ୍ବା କୌଣସି ଜିନିଷରେ ଆପଣ ନିଜକୁ ସଂପୃକ୍ତ କରିବା ପୂର୍ବରୁ ନିଶ୍ଚିତ କରନ୍ତୁ ଯେ ଆପଣ କୌଣସି ଅନୈତିକ କିମ୍ୱା ଆଇନ୍ ବିରୁଦ୍ଧ କାର୍ଯ୍ୟ କରିବେ ନାହିଁ । ନୂଆ କାର୍ଯ୍ୟ ଏବଂ ପ୍ରକଳ୍ପ ହାତକୁ ନିଅନ୍ତୁ ନାହିଁ, କାରଣ ଏହା ଫଳପ୍ରଦ ହୋଇ ନପାରେ । ଏହା ପରିବର୍ତ୍ତେ, ଆପଣ ନିଜର ପ୍ରିୟ ଅଭ୍ୟାସ ଏବଂ ମନ-ତାଜା କରିବା କାର୍ଯ୍ୟରେ ଲିପ୍ତ ରହନ୍ତୁ । ଏହା ଆପଣଙ୍କ ଷ୍ଟ୍ରେସ୍ କମ୍ କରିବାରେ ସାହାଯ୍ୟ କରିବ ।
ମିଥୁନ: ଆଜିର ଦିନ ଦୁଇ ଭାଗରେ ବିଭକ୍ତ: ସପକ୍ଷ ଏବଂ ବିପକ୍ଷ । ପ୍ରଥମ ଭାଗ ଆମୋଦପ୍ରମୋଦ, ଖୁସୀ ଏବଂ ଉତ୍ତମ ସ୍ୱାସ୍ଥ୍ୟକୁ ପ୍ରତିନିଧିତ୍ୱ କରୁଛି ଏବଂ ଦ୍ୱିତୀୟ ଭାଗ ଆପଣଙ୍କ ପାଇଁ ଅସୁବିଧା ଆଣିଦେବ । ତେଣୁ ଦିନର ଅଧିକାଂଶ ସମୟ ମଙ୍ଗଳକାରୀ କାର୍ଯ୍ୟରେ ବିତାନ୍ତୁ ଏବଂ ଏହାସହ ବନ୍ଧୁ ଏବଂ ପରିବାର ବର୍ଗଙ୍କ ସହିତ ମିଳାମିଶା ଏବଂ ଆନନ୍ଦ ଉଲ୍ଲାସରେ କାଟନ୍ତୁ ।
କର୍କଟ: ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଆଜି ଏକ ଶୁଭ ଦିନ । ଏହି ବ୍ୟବସାୟ ଲମ୍ଵା ଅବଧିର ରହିବ ଓ ଲାଭଦାୟକ ମଧ୍ୟ ହେବ । ଆପଣ ନୂଆ ଯାନବାହନ କିମ୍ଵା ଘର କିଣିପାରନ୍ତି । ବନ୍ଧୁମାନଙ୍କ ଠାରୁ ମଧ୍ୟ ଲାଭ ପାଇପାରିବେ । ପାରିବାରିକ ଜୀବନ ସୁଖମୟ ହେବ । ବିଦ୍ୟାର୍ଥୀମାନେ ଭଲ କରିବେ ।
ସିଂହ: ଆଜି ଆପଣଙ୍କ ଉପରେ ଭାଗ୍ୟଦେବୀ ପ୍ରସନ୍ନ ରହିବେ । ନୂଆବର୍ଷରେ ଏକ ବଡ଼ ଶୁଭ ଖବର ପ୍ରାପ୍ତ ହେବ । ଯେଉଁ କାର୍ଯ୍ୟରେ ହାତ ଦେବେ ତାହାକୁ ସଫଳରେ ସମାପ୍ତ କରିବେ । ଏଥିପାଇଁ କର୍ମସ୍ଥଳରେ ପୁରସ୍କୃତ ହୋଇପାରନ୍ତି । ଧାର ଦେଇଥିବା ଟଙ୍କା ଆପଣଙ୍କ ପାଖକୁ ଫେରିବ । ବୋନସ୍ ମିଳିବାର ସମ୍ଭାବନା ରହିଛି ।
କନ୍ୟା: ନୂଆବର୍ଷରେ ଆପଣଙ୍କ ଭାଗ୍ୟରେ ନୂଆ ସୂର୍ଯ୍ୟ ଉଦୟ ହେବ । ଆକସ୍ମିକ ଲାଭ ଆପଣଙ୍କୁ ପୁରୁଣା କ୍ଷତିରୁ ସୁରକ୍ଷା ଦେବ । ଅପରାହ୍ଣରେ ଆପଣଙ୍କର ବିବାହ ବିଷୟରେ କିଛି ଘଟଣା ହୋଇପାରେ । ଆପଣଙ୍କ ଶିକ୍ଷାଗତ ଯୋଗ୍ୟତାରେ ଆଗକୁ ଯିବେ । ଶତ୍ରୁ ପରାଜିତ ହେବେ । କୌଣସି ନିଷ୍ପତ୍ତି ନେବା ସମୟରେ ଧ୍ୟାନର ସହିତ ନିଷ୍ପତ୍ତି ନେଲେ ସଫଳତା ଆପଣଙ୍କ ହାତ ମୁଠାରେ ରହିବ ।
ତୁଳା: ଆଜି ଆପଣଙ୍କ ସହ ପ୍ରତାରଣା କରୁଥିବା ଲୋକକୁ ସହଜରେ ଚିହ୍ନି ପାରିବେ । ଆପଣଙ୍କ ଦକ୍ଷତାରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ପ୍ରତିଯୋଗୀମାନଙ୍କ ସହ ସମସ୍ୟା ହୋଇପାରେ, କିନ୍ତୁ ଆପଣ ସେମାନଙ୍କୁ ସହଜରେ ହରାଇବେ । ଆପଣଙ୍କ କାର୍ଯ୍ୟକ୍ଷେତ୍ରରେ ଆପଣ ଯଦି କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ଲୋକମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ |
ବିଛା: କିଛି କଥାକୁ ନେଇ ଅନେକ ଦିନ ଧରି ମନରେ ରହିଥିବା ଦ୍ବନ୍ଦ ଦୂର ହେବ । ଆଜି ଆପଣଙ୍କ ମନ ପବିତ୍ର ରହିବ । ଅନ୍ୟଙ୍କୁ ସାହଯ୍ୟ କରିବା ପାଇଁ ଆଗେଇ ଆସିବେ । ଜୀବନ ପ୍ରେମମୟ ହେବ । କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ । ବ୍ୟବସାୟରୁ ଲାଭବାନ ହେବ । ବିଦେଶ ଯାତ୍ରା କରିପାରନ୍ତି । ସାଙ୍ଗ ଓ ପରିବାର ଲୋକଙ୍କ ସହ ବୁଲାବୁଲି କରିପାରନ୍ତି ।
ଧନୁ: ଆପଣ ହସ୍ତଶିଳ୍ପ କାର୍ଯ୍ୟ ଦ୍ଵାରା ବିମୋହିତ ହେବେ । ଏହାକୁ ଆପଣଙ୍କ ବ୍ୟବସାୟ ଭାବେ ଗ୍ରହଣ କରିବା ଯୋଜନା କରିପାରନ୍ତି । ନିଜ ପ୍ରିୟଜନଙ୍କ ଧ୍ୟାନ ଦିଅନ୍ତି । ଆପଣଙ୍କ ଜୀବନରେ ପ୍ରେମ ବଢିପାରେ । ଆର୍ଥିକ ସମସ୍ୟା ଦୂର ହେବ । ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନ ଶୁଭ ରହିବ । ବିବାହକୁ ନେଇ ଲାଗିଥିବା ସମସ୍ୟାର ସମାଧାନ ହେବ ।
ମକର: ଆଜି, ସକାଳ ସମୟରେ ଆପଣଙ୍କ ପାଇଁ କିଛି ସମସ୍ୟା ରହିବ, କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ଦିନର ପ୍ରଥମ ଭାଗରେ, ଆପଣ ଅତ୍ୟନ୍ତ ସଜାଗ ଏବଂ ଯତ୍ନଶୀଳ ରହନ୍ତୁ । ଯଦି ଆପଣ କୌଣସି ଆଇନଗତ ବିବାଦରେ ସାକ୍ଷୀ ହୋଇଛନ୍ତି ତେବେ ଏଥିପ୍ରତି ଅଧିକ ସତର୍କତା ରୁହନ୍ତୁ । ଦ୍ରୁତ ବେଗରେ ଗାଡି ଚାଳନା କରନ୍ତୁ ନାହିଁ । କାରଣ ଦୁର୍ଘଟଣା ହେବାର ସମ୍ଭାବନା ରହିଛି ।
କୁମ୍ଭ: ଆଜି, ଆପଣଙ୍କ ପାଇଁ ଏକ ଫଳପ୍ରଦ ଦିନ । ସାମାଜିକ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ଆଜିର ଦିନ ଫଳପ୍ରଦ ହେବ । ଦିନର ଦ୍ୱିତୀୟ ଭାଗରେ ପରିସ୍ଥିତି କଷ୍ଟକର ହୋଇପାରେ । ଘରର ପରିବେଶ ଶାନ୍ତରୁ ଶାନ୍ତ ଅପ୍ରିତିକର ଆଡକୁ ଗତି କରିପାରେ । ପରିବାରରେ ଅପ୍ରିତିକର ପରିବେଶ ସ୍ୱହାର୍ଦପୂର୍ଣ୍ଣ ଏବଂ ଶାନ୍ତତାକୁ ନଷ୍ଟ କରିଦେବ । ତେଣୁ ଯୁକ୍ତିତର୍କ ଠାରୁ ଯଥେଷ୍ଟ ଦୂରେଇ ରୁହନ୍ତୁ ।
ମୀନ: ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ଆଜି ଆପଣ ଉନ୍ନତି କରିବେ । ସାମାଜିକ ଦୃଷ୍ଟିକୋଣରୁ ଆପଣଙ୍କ ସମ୍ମାନରେ ବୃଦ୍ଧି ହେବ ଏବଂ ପେଶାଦାର ଦୃଷ୍ଟିକୋଣରୁ ପଦୋନ୍ନତି ହୋଇପାରେ ଏବଂ ଆର୍ଥିକ ଲାଭ ମଧ୍ୟ ହୋଇପାରେ । ବ୍ୟକ୍ତିଗତ ଦୃଷ୍ଟିକୋଣରୁ ଅତ୍ୟନ୍ତ ଭଲ ରହିବ । ଆଜିର ଜୀବନ ଆପଣଙ୍କ ପାଇଁ ଖୁସୀ, ଶାନ୍ତତା ଏବଂ ସନ୍ତୁଷ୍ଟିର ଉପଯୁକ୍ତ ସନ୍ତୁଳନ ରହିବ ।