ଓଡିଶା

odisha

ଜାନୁଆରୀ ୨୭ରୁ ଆରମ୍ଭ ହେବ 'ଶ୍ରୀକ୍ଷେତ୍ର ଲକ୍ଷ୍ମୀ' ମହୋତ୍ସବ, ମହିଳାମାନଙ୍କୁ କରାଯିବ ସମ୍ମାନ

By ETV Bharat Odisha Team

Published : Dec 15, 2023, 9:00 AM IST

Shrikshetra Laxmi Sanman-2023: ପୁରୀର ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଆସନ୍ତା ଜାନୁଆରୀ ୨୭ରୁ ଆରମ୍ଭ ହେବାକୁ ଯାଉଛି ଶ୍ରୀକ୍ଷେତ୍ର ଲକ୍ଷ୍ମୀ ସମ୍ମାନ ମହୋତ୍ସବ । ଅଧିକ ପଢ଼ନ୍ତୁ

Shrikshetra laxmi sanman
'ଶ୍ରୀକ୍ଷେତ୍ର ଲକ୍ଷ୍ମୀ' ମହୋତ୍ସବ

ଶ୍ରୀକ୍ଷେତ୍ର ଲକ୍ଷ୍ମୀ' ମହୋତ୍ସବ

ପୁରୀ:ପୁରୀର ଶରଧାବାଲିରେ ମୁକ୍ତାକାଶ ରଙ୍ଗମଞ୍ଚରେ ଅନୁଷ୍ଠିତ ହେବାକୁ ଯାଉଛି 'ଶ୍ରୀକ୍ଷେତ୍ର ଲକ୍ଷ୍ମୀ ସମ୍ମାନ' ମହୋତ୍ସବ । ଏନେଇ ପୁରୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ବେଚ୍ଛସେବୀ ଅନୁଷ୍ଠାନ 'ଆରମ୍ଭ'ର ଅଧ୍ୟକ୍ଷ ଦିବାକର ପାତ୍ର । ଗତ ଗାନ୍ଧୀ ଜୟନ୍ତୀଠାରୁ ପୁରୀ ସଦର ବ୍ଳକ୍‌ର ବିଭିନ୍ନ ପଞ୍ଚାୟତରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବିବାହିତ ମହିଳାମାନଙ୍କୁ ନେଇ ହୋଇଥିବା ସଙ୍ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଝୋଟି ଚିତା ଅଙ୍କନ ଭଳି ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନଙ୍କୁ ଏହି ମହୋତ୍ସବରେ ସମ୍ମାନିତ କରାଯିବ ।

ଏହାମଧ୍ୟ ପଢନ୍ତୁ.. ପୁରୀରେ ଆରମ୍ଭ ହେବ ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବ

ଆସନ୍ତା ଜାନୁଆରୀ ୨୭ରୁ ୨୯ ପର୍ଯ୍ୟନ୍ତ ପୁରୀର ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ 'ଶ୍ରୀକ୍ଷେତ୍ର ଲକ୍ଷ୍ମୀ ସମ୍ମାନ' ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ପୁରୀ ସଦର ବ୍ଳକ୍‌ର ବିଭିନ୍ନ ପଞ୍ଚାୟତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବିବାହିତ ମହିଳାମାନଙ୍କୁ ନେଇ ଏକ ସଙ୍ଗୀତ, ଏକକ ନୃତ୍ୟ, ଦଳଗତ ନୃତ୍ୟ, ଝୋଟି ଚିତା ଅଙ୍କନ, ଆଧ୍ୟାତ୍ମିକ ପ୍ରଶ୍ନ ଉତ୍ତର, ହୁଳହୁଳିକୁ ନେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ୨୦ଟି ପଞ୍ଚାୟତରେ ପ୍ରତିଯୋଗିତା ଶେଷ ହୋଇଥିବା ବେଳେ ସମସ୍ତ ପଞ୍ଚାୟତରୁ ଆସିଥିବା କୃତି ପ୍ରତିଯୋଗିତାମାନଙ୍କ ମଧ୍ୟରେ ସର୍ବୋଚ୍ଚ ନମ୍ବର ରଖି ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ମହିଳାଙ୍କୁ ଅନୁଷ୍ଠାନ ପକ୍ଷରୁ ‘ଶ୍ରୀକ୍ଷେତ୍ର ଲକ୍ଷ୍ମୀ’ ସମ୍ମାନରେ ସମ୍ମାନିତ କରାଯିବା ନେଇ କୁହାଯାଇଛି ।

ଏହାମଧ୍ୟ ପଢନ୍ତୁ..ଶ୍ରୀମନ୍ଦିର ସିଂହଦ୍ବାରରେ ଅଦ୍ଭୁତ ଦୃଶ୍ୟ; ମୂଷା କହୁଛି ଜୟ ଜଗନ୍ନାଥ

ଅନ୍ୟପଟେ ଅନୁଷ୍ଠାନର ସଭାପତି ଗୋପାଳ ଚନ୍ଦ୍ର ଖୁଣ୍ଟିଆ କହିବାନୁଯାୟୀ, "ପୁରୀ ହେଉଛି କଳାକାରର ସହର । ସେହି କଳାକୁ ବଞ୍ଚାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଛି । ପୁରୀରେ ସମସ୍ତ ପଞ୍ଚାୟତରେ ମହିଳାମାନଙ୍କୁ ନେଇ ବହୁ ସାଂସ୍କୃତିକ ପ୍ରତିଯୋଗିତା କରାଯାଇଛି । ଏଭଳି ଅଭିନବ ପ୍ରୟାସ ରାଜ୍ୟର ଆଉ କେଉଁଠି ହୋଇନାହିଁ । ମହିଳାମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରାଯାଇଛି । ତେବେ ସମସ୍ତେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ କୃତି ପ୍ରତିଯୋଗୀମାନଙ୍କୁ ସମ୍ମାନିତ କରିବା ପାଇଁ ଜାନୁଆରୀ ୨୭ରୁ ୨୯ ପର୍ଯ୍ୟନ୍ତ ଏକ କାର୍ଯ୍ୟକ୍ରମ ଆୟୋଜିତ ହେବାକୁ ଯାଉଛି । ଶରଧାବାଲିର ମୁକ୍ତାକାଶ ରଙ୍ଗମଞ୍ଚରେ ସେମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ । ୨୮ରେ ଓଲିଉଡ ଓ ୨୯ରେ ବଲିଉଡ୍‌ ନାଇଟ ଅନୁଷ୍ଠିତ ହେବ ।" ଏହି କାର୍ଯ୍ୟକ୍ରମରେ ପୁରୀ ସହରବାସୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details