ଓଡିଶା

odisha

ଗ୍ରେଡ ପେ' ବୃଦ୍ଧି ଦାବି, ଓଡ଼ିଶା ସଚିବାଳୟ ସେବା ସଂଘର ଆନ୍ଦୋଳନ

By

Published : Jul 1, 2023, 4:17 PM IST

4 ହଜାର 600 ଗ୍ରେଡ୍ ପେ ଦାବି ନେଇ ଲୋକସେବା ଭବନରେ ଓଡ଼ିଶା ସଚିବାଳୟ ସେବା ସଂଘର କଳା ବ୍ୟାଚ ପିନ୍ଧି ପ୍ରତିବାଦ ପ୍ରଦର୍ଶନ । ଅଧିକ ପଢନ୍ତୁ

Odisha Secretariat Seva Sangh stages protest
Odisha Secretariat Seva Sangh stages protest

Odisha Secretariat Seva Sangh stages protest

ଭୁବନେଶ୍ବର: ଲୋକସେବା ଭବନରେ ଓଡ଼ିଶା ସଚିବାଳୟ ସେବା ସଂଘର କଳା ବ୍ୟାଚ ପିନ୍ଧି ପ୍ରତିବାଦ ପ୍ରଦର୍ଶନ । ଦରମା ଅସଙ୍ଗତି ଦୂରୀକରଣ ଓ ଯୁକ୍ତିଯୁକ୍ତ କ୍ୟାଡର ପୁନର୍ବିନ୍ୟାସ ଦାବିରେ ପ୍ରତିବାଦ । ସଂଘର ସହକାରୀ ଉପବିଭାଗ ଅଧିକାରୀ (ASO) ମାନଙ୍କର ଦରମା ହାର ଲେବଲ 10ରେ ନିର୍ଦ୍ଧାରଣ କରିବା ପାଇଁ ଦାବି ହୋଇଛି । 4 ହଜାର 600 ଗ୍ରେଡ୍ ପେ ପାଇଁ ଦାବି କରି ଆଜିଠାରୁ 7 ଦିନ ପର୍ଯ୍ୟନ୍ତ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବେ।

ତେବେ ସହକାରୀ ଉପବିଭାଗ ଅଧିକାରୀଙ୍କ ଦରମା ହାର ଲେଭେଲ-10 ରେ ନିର୍ଦ୍ଧାରଣ କରିବା, ASO ମାନଙ୍କର ନିଯୁକ୍ତି Odisha Civil Service Examination ମାଧ୍ୟମରେ କରିବା, S.O ଙ୍କର ଦରମା ହାର ଲେଭେଲ-11ରେ ନିର୍ଦ୍ଧାରଣ କରିବା ସହ ସମସ୍ତ D.O. ପଦବୀକୁ ସମ୍ପୂର୍ଣ୍ଣ ଭାବେ ଗ୍ରୁପ-ଏ ପଦବୀରେ ମିଶ୍ରଣ କରି ଯୁକ୍ତିଯୁକ୍ତ କ୍ୟାଡର ପୁନର୍ଗଠନ କରିବା ପ୍ରତି ଦାବି ରହିଛି । ଏ ସମ୍ବନ୍ଧିତ ଏକ ସ୍ମାରକ ପତ୍ର ଗତବର୍ଷ ନଭେମ୍ବର ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏହାପରେ ଗତ 17 ତାରିଖରେ ଅନୁଷ୍ଠିତ ବୈଠକରେ ସଂଘର କର୍ମକର୍ତ୍ତାମାନେ ଉକ୍ତ ଦାବି ସମ୍ପର୍କରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଗୃହ ବିଭାଗଙ୍କୁ ଅବଗତ କରାଯାଇଥିଲା ।

ସଂଘର ଏହି ଦାବି ଉପରେ ମେ 2 ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗର ସ୍ବତନ୍ତ୍ର ଶାସନ ସଚିବ, ଅର୍ଥ ବିଭାଗର ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗର ଅତିରିକ୍ତ ଶାସନ ସଚିବ ଓ ସଂଘର ପ୍ରତିନିଧି ମଣ୍ଡଳୀ ଉପସ୍ଥିତ ଥିଲେ । ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଉଚ୍ଚପଦାଧିକାରୀ ସଂଘର ଦାବିର ଯଥାର୍ଥତା ଉପଲବ୍ଧ କରିଥିଲେ । ଆବଶ୍ୟକୀୟ ତର୍ଜମା କରାଯିବା ପରେ ବିହିତ ନିଷ୍ପତ୍ତି ନିଆଯିବ ବୋଲି ଆଶ୍ବାସନା ମିଳିଥିଲା । ମାତ୍ର ବିଡ଼ମ୍ବନାର ବିଷୟ ଯେ, ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବାଠୁ 7 ମାସ ଓ ମୁଖ୍ୟ ଶାସନ ସଚିବଙ୍କ ବୈଠକରୁ ୨ ମାସ ବିତି ଯାଇଥିଲେ ମଧ୍ୟ ଦାବି ସଂମ୍ପର୍କୀତ ନଥଟି ଗୃହ ବିଭାଗରେ ନିଶ୍ଚଳ ଅବସ୍ଥାରେ ପଡ଼ିରହିଛି ।

ଏହା ମଧ୍ୟ ପଢନ୍ତୁ- ଗ୍ରେଡ ପେ' ବୃଦ୍ଧି ଦାବି, କଳା ବ୍ୟାଚ ପରିଧାନ କରି ପ୍ରତିବାଦ କଲା ଅମଲା ସଂଘ

ଗୃହ ବିଭାଗର ଅତିରିକ୍ତ ଶାସନ ସଚିବଙ୍କ ଠାରୁ ମୁଖ୍ୟ ଶାସନ ସଚିବଙ୍କ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଦାବି ସମାଧାନ ପାଇଁ କୌଣସି ତତ୍ପରତା ପ୍ରକାଶ ପାଇନାହିଁ । ଯୁକ୍ତିଯୁକ୍ତ ଦାବି ପ୍ରତି ପ୍ରଶାସନିକ ସ୍ତରରେ ଏଭଳି ହେୟ ମନୋଭାବ ଓ ଚରମ ଉଦାସୀନତା ଅସହ୍ୟ ହେଲାଣି । ଏହାର ଯୁକ୍ତିଯୁକ୍ତ ସମାଧାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ ଏକ ବିଶାଳ ପ୍ରତିବାଦ ସଭା ଆଜି ପଞ୍ଚାୟତୀରାଜ ବିଭାଗ ଲନ୍‌ରେ ସାଧାରଣ ପରିଷଦର ନିଷ୍ପତ୍ତି କ୍ରମେ ଅନୁଷ୍ଠିତ ହୋଇଛି । ଏହି ସମାବେଶରେ ସଂଘର ସଭ୍ୟ ଓ ସଭ୍ୟାମାନେ କଳା ବ୍ୟାଜ ପରିଧାନ କରି ନିଜ ନିଜର ଅସନ୍ତୋଷ ଓ ଦୃଢ଼ ପ୍ରତିବାଦ ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details