ETV Bharat / state

କ୍ରାଇମବ୍ରାଞ୍ଚ ହାବୁଡରେ ଅନଲାଇନ କଳାପାହାଡ଼, ଟେଲିଗ୍ରାମ ଓ ହ୍ବାଟସଆପରେ ଫସାଉଥିଲେ ଶିକାର - CYBER FRAUD EXPOSED

author img

By ETV Bharat Odisha Team

Published : Jul 10, 2024, 11:00 PM IST

CYBER FRAUD EXPOSED: ବଡ ଧରଣର ସାଇବର ଠକେଇ କରିଥିବା ଗ୍ୟାଙ୍ଗକୁ ଧରିଛି କ୍ରାଇମବ୍ରାଞ୍ଚ । ଯେଉଁଥିରେ ଅଛନ୍ତି ୧୫ ଯୁବକ ସମେତ ୧୩ଜଣ ଓଡ଼ିଆ ଯୁବକ । ଅଧିକ ପଢନ୍ତୁ

CYBER FRAUD EXPOSED
CYBER FRAUD EXPOSED (ETV Bharat Odisha)

ଭୁବନେଶ୍ବର: ଶେଷ ସୀମାରେ ପହଞ୍ଚିଲେଣି ସାଇବର‌ ଠକ । ଲୋକଙ୍କୁ ଠକିବାକୁ ଭିନ୍ନ ଭିନ୍ନ ଚାଲ ଆଉ ଗଳା ବାଟ ଆପଣାଉଛନ୍ତି । ନିରୀହଙ୍କୁ ବ୍ୟବହାର କରି ବଡ଼ବଡ଼ିଆଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଛନ୍ତି । ଏଭଳି ହାଇ ପ୍ରୋଫାଇଲ୍ ସାଇବର ଠକାମିର‌ ଖୁଲାସା କରିଛି ଓଡ଼ିଶା କ୍ରାଇମବ୍ରାଞ୍ଚ । ଯେଉଁଥିରେ ଅଛନ୍ତି ୧୫ ଭାରତୀୟ ଯୁବକ ଆଉ ଓଡ଼ିଶାର ୧୩ଜଣ ଓଡ଼ିଆ ଯୁବକ ।

CYBER FRAUD EXPOSED (ETV Bharat Odisha)

ଗିରଫ ଠକଙ୍କ ଠାରୁ ୨୦ ମୋବାଇଲ ଫୋନ୍‌, ୪୨ଟି ସିମ୍‌ କାର୍ଡ, ୨୦ ଡେବିଟ କାର୍ଡ, ୩ଟି ଚେକ୍‌ବୁକ୍‌, ୩ ପାନକାର୍ଡ ଓ ୫ଟି ଆଧାରକାର୍ଡ ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ ଅଣ ଓଡିଆ ଠକ ଦିଲ୍ଲୀର ତୁଷାର ଶର୍ମା ଓ ଭବେଶ ଠାକୁର ଓରଫ ଅଙ୍କିତ। ତଥା ଅନ୍ୟ ୧୩ ଅଭିଯୁକ୍ତ ହେଲେ କେନ୍ଦ୍ରାପଡ଼ାର ରଞ୍ଜିତ କୁମାର ବଳ, ବାଲେଶ୍ବରର ଦିଲୀପ କୁମାର ଲେଙ୍କା, ସତ୍ୟରଞ୍ଜନ ସାହୁ, ଗଞ୍ଜାମର ସୁନିଲ ପ୍ରସାଦ, ଅମିତ କୁମାର ରାଉତ, ରାୟଗଡ଼ାର ବିଶିକେଶନ ପାଢ଼ୀ ଓରଫ ଶିବ, ଖୋର୍ଦ୍ଧାର କାଳନ୍ଦି ସିଂହ, ସୁଧାଂଶୁ ଭୂଷଣ ପଟ୍ଟନାୟକ, ଭୁବନେଶରର ପପୁ ଓରଫ ଉଦୟଭାନୁ ଘଡ଼େଇ, ନୟାଗଡ଼ର ଜିତେନ୍ଦ୍ର ବରାଡ଼, ଜଗତସିଂହପୁରର ଭାରତ ଭୂଷଣ ଚକ୍ର, ଭଦ୍ରକର ବିକାଶ ଚନ୍ଦ୍ର ରାଉତ ଓରଫ ଟୁଟୁ ଓ ଉତ୍ତମ କୁମାର ସାହୁ ।

ଏହି ଠକେଇ ଦଳର ଚେର ପୂରା ଦେଶକୁ ଲମ୍ବିଛି । ଦେଶରେ ଟେଲିଗ୍ରାମ ଓ ହ୍ବାଟସଆପର ଅଜଣା ଗ୍ରୁପରେ ଏଭଳି ଠକାମି ହେଉଛି । କିଛି ପ୍ରତିପତ୍ତି ଓ ନାମିଦାମି ବ୍ୟବସାୟୀ ଓ ଉଚ୍ଚ ବେତନ କର୍ମଚାରୀଙ୍କୁ ଅଜଣା ହ୍ବାଟସଆପ ଓ ଟେଲିଗ୍ରାମ ଗ୍ରୁପରେ ଭର୍ତ୍ତି କରାଇ ବିଭିନ୍ନ ଲୋଭ ଦେଖାଇ ଠକାମିର ମାୟାଜାଲରେ ଫସାଉଛନ୍ତି । ପ୍ରଥମେ ପ୍ରଥମେ ଗ୍ରୁପରେ ଆଡ୍‌ କରିବା ପରେ ଠକମାନେ ହେବା ପରେ ଠକ ଗ୍ରୁପ ଅନ୍ୟ ମେମ୍ବର ସାଜି ଗ୍ରୁପ ଭିତରେ ମୁନାଫା ହେବାର ବାର୍ତ୍ତାଳାପ ବା ଚାଟ୍ କରୁଛନ୍ତି ।

ଅନଲାଇନରେ ଟଙ୍କା ରୋଜଗାର ବା ବ୍ୟବସାୟ ନିଶା ପଡିଲେ ଲୋଭ ବଶବର୍ତୀ ହୋଇ ଏଭଳି ଠକଙ୍କ ହାବୁଡରେ ପଡି ଠକେଇର ଶିକାର‌ ହେବା ଥୟ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ଅରୁଣା ବୋଥ୍ରା କହିଛନ୍ତି । ଏମାନେ ଏମିତି ଲୋଭ ଦେବେ ଯେ ଆପଣ କୋଟି କୋଟି ଟଙ୍କା ମୁନାଫା କରିସାରିଲେଣି ଆଉ ତାକୁ କାଢ଼ିବା ପାଇଁ ହେଲେ ଆଉ ନିବେଶ କରି ନିଜ ଆକାଉଣ୍ଟକୁ ନେବାର ଲୋଭ ଦେଖାଇ ଆପଣଙ୍କ ଟଙ୍କାକୁ ଠକିନେବେ ବୋଲି କହିଛନ୍ତି ଏଡିଜି । ଏହାର ଶିକାର ଡାକ୍ତର, ବ୍ୟବସାୟୀ, ଓକିଲ, ପୋଲିସ,ସରକାରି କର୍ମଚାରୀ ଅନେକ ଲୋକ । ଓଡିଶାରୁ ଏଭଳି ୫୦ଲକ୍ଷରୁ ୩କୋଟି ପର୍ଯ୍ୟନ୍ତ ଠକେଇ ହୋଇଥିବା ଏଭଳି ଅଭିଯୋଗ ଗତ ୭ମାସରେ ୩୦ରୁ ୪୦ଟି ରେଜିଷ୍ଟର‌ ହୋଇଛି ।

ଏହା ମଧ୍ୟ ପଢନ୍ତୁ... ରାଜ୍ୟରେ ପ୍ରଥମ କୃଷି ନିଧି ଘୋଟାଲା: ଗିରଫ ହେଲା ଠକ, ବାଂଲାଦେଶ ଲିଙ୍କ୍ ସନ୍ଦେହ - Nidhi company Scam

ଠକେଇ ପାଇଁ ଏମାନେ ତିନି ସ୍ତର କରିଥିଲେ । ମୁଖ୍ୟ ଠକ ପ୍ରଥମେ ଗୋଟିଏ ଗ୍ରୁପ ଆପଣଙ୍କୁ ଟଙ୍କା ଠକିବା ପାଇଁ ବାଟ ଦେଖାଇବ ‌ଆଉ ଗୋଟିଏ ଗ୍ରୁପ ଠକେଇ ଟଙ୍କାକୁ ନେବା ପାଇଁ କିଛି ଆକାଉଣ୍ଟ ଯୋଗାଡ଼ କରିବ । ଶେଷରେ ଆଉ ଗୋଟିଏ ଗ୍ରୁପ ଠକେଇ ଟଙ୍କାକୁ ନେବା ପାଇଁ ବ୍ୟବହୃତ ଆକାଉଣ୍ଟ ନିଜ ନାଁରେ ଖୋଲି ସେମାନେ କିଛି ଟଙ୍କା ପାଇ ଦଲାଲକୁ ଦେଇଥାନ୍ତି । ଏହି ରାକେଟର ମୁଖ୍ୟ ଯିଏ କି ତିନି ସ୍ତରକୁ ବ୍ୟବହାର କରି ଟଙ୍କା ଠକେଇ ପରେ ଠକେଇ ଟଙ୍କାକୁ କ୍ରିପ୍ଟୋ ବା ବିଟ କଏନ୍ ନିବେଶ କରି ଦେଶ ବାହାରକୁ ଟଙ୍କା ନେଇଯିବ ।

ପ୍ରଥମ ସ୍ତରରେ ଅଣ ଓଡିଆ ଠକ ହୋଇଥିବା ବେଳେ ଏମାନେ ହେଉଛନ୍ତି ପ୍ରଥମ ସ୍ତର‌ ବା ଠକାମିର ମାଷ୍ଟର ମାଇଣ୍ଡ । ଯେଉଁମାନେ କିଭଳି ଠକେଇ କରିବେ କାହାକୁ ଠକିବେ ସେନେଇ ବାଟ ଅନଲାଇନ ଜରିଆରେ ତିଆରି କରିବେ । ହ୍ବାଟସଆପ ଓ ଟେଲିଗ୍ରାମ ଜରିଆରେ କାର୍ଯ୍ୟ କରୁଥିବା ବେଳେ ଏମାନେ‌ ବିଶେଷ କରି ଅଣଓଡ଼ିଆ ବା ଦିଲ୍ଲୀ ବା ବିହାର ବା ରାଜସ୍ଥାନ ଓ ମହାରାଷ୍ଟ୍ର ହୋଇଥାନ୍ତି । ଏମାନେ ଇଂରାଜୀ ବା ହିନ୍ଦୀ କହିବାର ଶୈଳୀ ସହ ଇଂରାଜୀରେ ଜଣେ ଅଭିଜ୍ଞ ଭଳି ଚାଟ୍‌ କରି ଆପଣଙ୍କୁ ପ୍ରବର୍ତ୍ତାଇବେ ଠକାମି ପାଇଁ ଓ ଠକେଇ କରି ଏକ ନିର୍ଦିଷ୍ଟ ଆକାଉଣ୍ଟରେ ଟଙ୍କା ପଠାଇବାକୁ ନିର୍ଦ୍ଦେଶ ଦେବେ । ସ୍କିମ ଦେଖାଇ ଆପଣଙ୍କୁ ଟଙ୍କା ନେବା ପାଇଁ ବିଭିନ୍ନ ମନଲୋଭା ବାଟ ଦେଖାଇ ଟଙ୍କା ଠକିନେବେ ।

ଦ୍ବିତୀୟ ସ୍ତରରେ ଓଡ଼ିଶା ଠକ ବା ଦଲାଲ ମାନେ ଠକାମି ପାଇଁ ବା ଠକେଇ ଟଙ୍କା କାରବାର ପାଇଁ ବ୍ୟବହାର ହେଉଥିବା ଆକାଉଣ୍ଟ ଯୋଗାଡ଼ କରିବା ଏମାନଙ୍କ କାମ । ଏନେଇ ଏମାନଙ୍କୁ ମାଷ୍ଟର ମାଇଣ୍ଡ ଭଲ କମିଶନ ହିସାବରେ ନିଯୁକ୍ତ କରିଥାଏ । ଆକାଉଣ୍ଟ ଓ ମୋବାଇଲ ସିମକାର୍ଡ ଯାହାକି ଆକାଉଣ୍ଟରେ ବ୍ୟବହାର ହେବା ପାଇଁ ଦରକାର ଦୁଇଟି ଜିନିଷ ଯୋଗାଡ କରିବା ଏମାନଙ୍କ କାମ । ଏନେଇ ପ୍ରତି ଜିଲ୍ଲାରେ ଏମାନେ ନିଜର ସୋସିଆଲ ମିଡ଼ିଆ ଓ କଣ୍ଟାକ୍ଟରେ ରହି ଏମାନେ କରେଣ୍ଟ ଆକାଉଣ୍ଟ ଯୋଗାଡ଼ କରନ୍ତି ।

ଗାଁ ଗହଳି ବା ମୁଲିଆ ମଜୁରିଆ ଓ ଅପାଠୁଆ ବା ବେକାର ଯୁବକ ଯୁବତୀଙ୍କ ନାଁରେ‌ ଆକାଉଣ୍ଟ ଖୋଲି ସେହି ଆକାଉଣ୍ଟର ଇଣ୍ଟରନେଟ ବ୍ୟାଙ୍କିଙ୍ଗର ଆଇଡି ଓ ପାସ ଓ୍ବାର୍ଡ ତିଆରି କରି ଅଣଓଡିଆ ଠକଙ୍କୁ ଯୋଗାଉଛନ୍ତି । ଏହି ରାକେଟରେ ୫ଜଣ ଦଲାଲ ବିଭିନ ଜିଲ୍ଲାର ଧରାପଡ଼ିଛନ୍ତି । ତୃତୀୟ ସ୍ତରର ଠକ ମାନେ ଏହି ଠକାମି ଟଙ୍କାକୁ ନିଜ ନାଁରେ‌ ଖୋଲିଥିବା ଆକାଉଣ୍ଟ ଜରିଆରେ କାରବାର କରିଥାନ୍ତି । ଅର୍ଥାତ୍ ଏହି ଠକାମି ପାଇଁ ବ୍ୟବହାର ହେଉଥିବା ଆକାଉଣ୍ଟଧାରି ଏମାନେ ନିଜେ ବ୍ୟାଙ୍କରୁ ଯାଇ ଏକ ମୋବାଇଲ ନମ୍ବର ଦେଇ ଆକାଉଣ୍ଟ ବ୍ୟାଙ୍କରେ ଖୋଲିଥାନ୍ତି ଓ ସେହି ଆକାଉଣ୍ଟକୁ ବ୍ୟବହାର ପାଇଁ ଦଲାଲକୁ ଦେଇଥାନ୍ତି, ଯାହା ବଦଳରେ ସେମାନେ‌ ଆକାଉଣ୍ଟ ପିଛା ଏମାନେ ୭୦ରୁ ୮୦ହଜାର‌ ପର୍ଯ୍ୟନ୍ତ କମିଶନ ପାଇଛନ୍ତି । ଅର୍ଥାତ୍ ଏମାନେ‌ କେବଳ ଆକାଉଣ୍ଟ ନିଜ ନାଁରେ‌ ଖୋଲି ଦେଲେ ତା ବଦଳରେ ଏକ ଲକ୍ଷ ପର୍ଯନ୍ତ ଟଙ୍କା ପାଉଛନ୍ତି । ଏହି ରାକେଟରେ ୮ଜଣ ରହିଛନ୍ତି ଆକାଉଣ୍ଟ ଧାରି ।

ଠକେଇ ଶିକାର ଅଭିଯୋଗକାରୀ ଯେ କି ଭୁବନେଶ୍ବରର ପ୍ରତିଷ୍ଠିତ ଲୋକ‌ ଏଭଳି ଟେଲିଗ୍ରାମ ଗ୍ରୁପରେ ଠକେଇର ଶିକାର‌ ହୋଇଥିଲେ । ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରୁ ପ୍ରଥମେ ୫ ଲକ୍ଷ ଟଙ୍କା ନିବେଶ କରିଥିଲେ । ଉକ୍ତ ଲାଭ ଟଙ୍କା ତାଙ୍କ ଆକାଉଣ୍ଟକୁ ଯିବ ବୋଲି ଠକ କହିଥିଲେ । ପରେ ଅଭିଯୋଗକାରୀ ବିଭିନ ପର୍ଯ୍ୟାୟରେ ନୂଆ ନୂଆ ବାଟ ଦେଖାଇ ୫ଟି ଆକାଉଣ୍ଟରୁ ୩ କୋଟି ୪ ଲକ୍ଷ ନିବେଶ ଆଳରେ ଠକି ନେଇଥିଲେ । ଏହାକୁ ଟ୍ରାକ କରି କରି ଏହି ରାକେଟକୁ ଧରିଥିଲେ କ୍ରାଇମ୍‌ବ୍ରାଞ୍ଚ । ଏମାନଙ୍କ ନାମରେ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟରେ ୮୦ଟି ମାମଲା ରହିଛି । ପ୍ରାୟ ୩୦ କୋଟି ଟଙ୍କା ଅଭିଯୁକ୍ତମାନେ ଠକିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଅରୁଣ ବୋଥ୍ରା କହିଛନ୍ତି । ଏପରିକି ପଞ୍ଜାବରୁ ମଧ୍ୟ ଜଣେ ‌ବ୍ୟବସାୟୀଙ୍କଠୁ ଏମାନେ ୭କୋଟି ଠକିଛନ୍ତି । ଏନେଇ ବିଭିନ୍ନ ରାଜ୍ୟର ପୋଲିସ ମଧ୍ୟ ତଦନ୍ତ କରିବାକୁ ଓଡ଼ିଶା ଆସିଛନ୍ତି ।

ଇଟିଭି ଭାରତ, ଭୁୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.