ETV Bharat / state

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଢିଲା ! ଭିତର ବେଢ଼ାର ଫଟୋ ଭାଇରାଲ - Sri Mandir Inside Photo Viral

Sri Mandir Inside Photo Viral: ପୁଣି ଶ୍ରୀମନ୍ଦିର ଭିତର ବେଢା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଏହି ଘଟଣା ପରେ ଶ୍ରୀମନ୍ଦିରର ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 10, 2024, 9:14 PM IST

Sri Mandir Inside Photo Viral
Sri Mandir Inside Photo Viral (ETV Bharat Odisha)

ପୁରୀ: ଗତ କାଲିର ଶ୍ରୀଜିଉ ମାନଙ୍କର ପହଣ୍ଡିରେ ବିଭ୍ରାଟ ମନରୁ ଲିଭିନଥିବା ବେଳେ ସୃଷ୍ଟି ହୋଇଛି ଆଉ ଏକ ବିବାଦ । ପୁଣି ଶ୍ରୀମନ୍ଦିର ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଇନଷ୍ଟାଗ୍ରାମରେ ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତରେ ଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପଲୋଡ଼ କରିଛନ୍ତି । ତେବେ ଏହି ଫଟୋ କେଉଁ ଦିନ ଉଠା ଯାଇଛି ତାହା ଜଣାପଡ଼ିନାହିଁ । ଶ୍ରୀମନ୍ଦିର ଆନନ୍ଦ ବଜାରର ପ୍ରବେଶ ପଥରେ ଏହି ଫୋଟୋ ଉଠା ଯାଇଛି ବୋଲି ଦୃଶ୍ୟମାନ ହୋଇଛି । ଏଥି ସହ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଦୃଶ୍ୟ ନଜରକୁ ଆସିଛି ।

ଏହି ଫଟୋ ଭାଇରଲ୍ ପରେ ଜଗନ୍ନାଥ୍ ପ୍ରେମୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରକୁ ମୋବାଇଲ ନେବା ନିଷିଦ୍ଧ ଥିବା ବେଳେ ଉକ୍ତ ଯୁବକ କିଭଳି ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି । ଉକ୍ତ ଯୁବକ ମୋବାଇଲ ନେଇଛି ନା କେଉଁ ସେବାୟତଙ୍କ ମୋବାଇଲରେ ଫଟୋ ଉଠାଯାଇଛି ତାହାର ତଦନ୍ତ ପୋଲିସ୍ କରି ନିୟମ ଉଲଘଂନ କରିଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

ଏହା ମଧ୍ୟ ପଢନ୍ତୁ... ସୋସିଆଲ ମିଡିଆରେ ଘୁରି ବୁଲୁଛି ଶ୍ରୀମନ୍ଦିର ଭିତର ବେଢା ଫଟୋ, ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିରକୁ ମୋବାଇଲ ନେବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଭକ୍ତ ମାନଙ୍କ ପାଇଁ ଏହି କଟକଣା ଥିବା ବେଳେ ଶ୍ରୀମନ୍ଦିର ସେବାୟତ, ପୋଲିସ୍ କର୍ମଚାରୀଙ୍କ ପାଇଁ ମଧ୍ୟ ଏହି କଟକଣା ରହିଛି । ତେବେ ଶ୍ରୀମନ୍ଦିର ଚାରିଦ୍ଵାରରେ 24 ଘଣ୍ଟା ପୋଲିସ ରହୁଥିବା ବେଳେ ଲୋକଙ୍କୁ ଚେକ୍ କରିବାରେ ଅବହେଳା ହେଉଥିବା ଅଭିଯୋଗ ହୋଇ ଆସୁଛି । ତେବେ ଶ୍ରୀ ମନ୍ଦିର ସୁରକ୍ଷା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବା ପାଇଁ ଭକ୍ତ ମହଲରେ ଦାବି ହୋଇଛି । ପୁର୍ବରୁ ଶ୍ରୀମନ୍ଦିର ଭିତରେ ଫଟୋ ଅନେକ ଥର ଭାଇରାଲ୍ ହୋଇଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉନଥିବାରୁ ଏଭଳି ଘଟଣା ବାରମ୍ବାର ହେଉଥିବା ସାଧାରଣରେ ଅଭିଯୋଗ ହୋଇ ଆସୁଛି ।

ପୂର୍ବରୁ ଗତ ଫେବୃଆରୀ ମାସରେ ଶ୍ରୀମନ୍ଦିରର ଭିତର ବେଢ଼ା ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା । ଫଟୋରେ ସତ୍ୟନାରାୟଣ ମନ୍ଦିରଠାରୁ ଭିତର ବେଢ଼ା ଏବଂ ବଟବୃକ୍ଷ ସହିତ ଅନ୍ୟ ମନ୍ଦିର ସ୍ପଷ୍ଟ ଦୃଶ୍ୟମାନ ହୋଇଥିଲା । ତେବେ ଏହି ଫଟୋକୁ ଜନି ଦତ୍ତ ନାମକ ଜଣେ ଯୁବକ ନିଜ ଇନ୍‌ଷ୍ଟଗ୍ରାମ୍‌ରେ ପୋଷ୍ଟ କରିଥିଲେ । ଏହାକୁ ସେବାୟତ ଓ ଭକ୍ତ ମହଲରେ ନିନ୍ଦା କରାଯାଇଥିଲା ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.