ETV Bharat / state

୩ ଦିନ ଯାଏଁ ରାଜ୍ୟରେ ନାହିଁ ବଡ଼ ବର୍ଷା, ଏହି ଦିନରୁ ପୁଣି ବଢ଼ିବ - Odisha Weather Update

Odisha Weather Update: ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ବଡ଼ ବର୍ଷା ନାହିଁ । ୨୪ ଘଣ୍ଟାରେ କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷିବ । ତେବେ ପୁଣି କେବେଠୁ ବଢ଼ିବ ବର୍ଷା ? ଜାଣନ୍ତୁ

author img

By ETV Bharat Odisha Team

Published : Jul 10, 2024, 10:21 PM IST

Odisha Weather Update
Odisha Weather Update (ETV Bharat Odisha)

ଭୁବନେଶ୍ବର: ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାରୁ ମୌସୁମୀ ଦୁର୍ବଳ ରହିଛି । ତେଣୁ କାଁ ଭାଁ ସ୍ଥାନରେ ୩ ଦିନ ଯାଏଁ ବିଜୁଳି ଓ ଘଡ଼ଘଡ଼ି ସହିତ ବର୍ଷାର ହେବାର ସମ୍ଭାବନା ରହିଥିବା ଆକଳନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ୧୩ ତାରିଖ ପରଠାରୁ ପୁଣି ବର୍ଷାର ବିସ୍ତୃତି ବଢିବା ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଆଗାମୀ ୧୩ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଫଳରେ ବର୍ଷାର ପରିମାଣ ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସବୁଠାରୁ ବଡ଼କଥା ହେଉଛି ରାଜ୍ୟରେ ଏବେ ସୁଦ୍ଧା ୨୮ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ବର୍ତ୍ତମାନ ସୁଦ୍ଧା ସ୍ବାଭାବିକ ଭାବେ ୩୦୪.୨ ମିମି ବର୍ଷା ହେବାକୁ ଥିବାବେଳେ ଜୁନ ୧ରୁ ଏବେ ପର୍ଯ୍ୟନ୍ତ ମୋଟ ୨୧୯.୯ ମିମି ହୋଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ସ୍ପଷ୍ଟ କରିଛି । ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ନିଅଣ୍ଟିଆ ବର୍ଷା ହୋଇଥିବାବେଳେ ରାଜ୍ୟର ମୋଟ ୧୬ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ତେବେ ୧୩ ଜିଲ୍ଲାରେ ସ୍ବାଭାବିକ ବର୍ଷା ରେକର୍ଡ ହୋଇଛି ।

ଗତ ୨୪ ଘଣ୍ଟାରେ ଦେଖିବାକୁ ଗଲେ ରାଜ୍ୟରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଥିବାବେଳେ ନବରଙ୍ଗପୁରରେ ସର୍ବାଧିକ ୬୦ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସର୍ବାଧିକ ୩୬.୨ ଡିଗ୍ରୀ ତାପମାତ୍ରା ବୌଦ୍ଧରେ ରେକର୍ଡ ହୋଇଛି । ସେହିଭଳି ଆଗାମୀ ୨୪ ଘଣ୍ଟାରେ ବିଶେଷ ବର୍ଷା ନଥିଲେ ବି କାଁ ଭାଁ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ହେବାର ସମ୍ଭାବନା ରହିଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଜ୍ୟରେ ଆହୁରି ବଢ଼ିବ ବର୍ଷା, ବିଜୁଳି ଓ ଘଡଘଡ଼ି ପାଇଁ ସତର୍କ କଲା ପାଣିପାଗ ବିଭାଗ - Odisha weather

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.