ଓଡିଶା

odisha

ସରକାରଙ୍କ "ଜାଗା ମିଶନ" ନିର୍ବାଚନ ବୈତରଣୀ ପାର କରିବା ପାଇଁ ଆୟୁଧ: ବାବୁ ସିଂ

By

Published : May 4, 2023, 9:10 AM IST

Updated : May 4, 2023, 9:18 AM IST

ରାଜଧାନୀରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ସ୍ଥାୟୀ ଘର ଓ ଜାଗା ପଟ୍ଟା ଯୋଗଦେବା କହି ବାରମ୍ବାର ମିଛ ପ୍ରତିଶୃତି ଦେଉଥିବା ଅଭିଯୋଗ କରି ବିଜେପି । ଅଧିକ ପଢନ୍ତୁ

BJP targets odisha government
BJP targets odisha government

ଭୁବନେଶ୍ବର: "ଜାଗା ମିଶନ" ଜରିଆରେ ବସ୍ତିବାସିନ୍ଦାଙ୍କୁ ପ୍ରତାରଣା କରୁଛନ୍ତି ରାଜ୍ୟ ସରକାର । ରାଜଧାନୀରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ସ୍ଥାୟୀ ଘର ଓ ଜାଗା ପଟ୍ଟା ଯୋଗଦେବା କହି ବାରମ୍ବାର ମିଛ ପ୍ରତିଶୃତି ଦେଉଥିବା ଅଭିଯୋଗ କରି ବିଜେପି । ଏପରିକି ନିର୍ବାଚନ ବୈତରଣୀ ପାର ହେବାକୁ ଏହା ବିଜେଡି ସରକାରଙ୍କ ଆୟୁଧ ବୋଲି କହି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା ବାବୁ ସିଂ ।

ବିଜେପି ନେତା ବାବୁ ସିଂ କହିଛନ୍ତି,‘‘ ରାଜ୍ୟ ସରକାର ନିର୍ବାଚନ ବୈତରଣୀ ପାର କରିବା ପାଇଁ ଜାଗା ମିଶନକୁ ଏକ ଆୟୁଧ କରିଛନ୍ତି । ଆଉ ସର୍ଭେ ନାଁରେ ଲୋକଙ୍କୁ ଠକୁଛନ୍ତି । ୨୦୦୯ ନିର୍ବାଚନକୁ ପାରିହେବା ପାଇଁ ୨୦୦୮ରେ ଏକ ସର୍ଭେର ନାଟକ କଲେ, ପରେ ତାକୁ ଭୁଲି ଗଲେ । ପରବର୍ତ୍ତୀ ଅବସ୍ଥାରେ ୨୦୧୪ ନିର୍ବାଚନକୁ ପାରିହେବା ପାଇଁ ୨୦୧୩ରେ R.A.Y ନାମରେ ଏକ ସର୍ଭେ କଲେ । ଯେମିତି ନିର୍ବାଚନ ଜିତି ସାରିଲେ ସଙ୍ଗେ ସଙ୍ଗେ ୨୦୧୫ ଏପ୍ରିଲ୍ ମାସରେ ଏକ ଅଧ୍ୟାଦେଶ ପାରିତ କଲେ । ଏହାର କୌଣସି ସୁଫଳ ମିଳିଲା ନାହିଁ । ଏବେ ୨୦୨୪ ନିର୍ବାଚନ ପାଇଁ ୨୦୨୩ ରେ ଡ୍ରୋନ୍ ସର୍ଭେ ନାମରେ ଆଉ ଏକ ସର୍ଭେ ଚାଲିଛି ଏହା ଦ୍ଵାରା ସରକାର ବସ୍ତି ବାସିନ୍ଦାଙ୍କୁ ଗାଁକୁ ପଠାଇବା ପାଇଁ ବାଟ କରିଛନ୍ତି ।’’

ସେହିପରି ବିଜେପି ରାଜ୍ୟ ପ୍ରବକ୍ତା ଦିଲ୍ଲୀପ ମହାନ୍ତି କହଛନ୍ତି, ‘‘ବସ୍ତି ବାସିନ୍ଦା ସମସ୍ତେ ଶିକ୍ଷିତ, ମିଥ୍ୟା ପ୍ରତିଶୃତିରେ ଭାସି ନଯାଇ ନିଜ ପରିବାର ପାଇଁ ସ୍ବର ଉଠାଅ । ଏହାସହ ସରକାରଙ୍କୁ ଜାଗା ମିଶନର ଲକ୍ଷ୍ୟକୁ ନେଇ ପ୍ରଶ୍ନ ପଚାର । ବସ୍ତି ବାସିନ୍ଦାଙ୍କୁ ଘର ଦେବା ପାଇଁ ସରକାର କେଉଁଠାରେ ଜାଗା ନେଇଛନ୍ତି କି ନା ସ୍ପଷ୍ଟ କରନ୍ତୁ ? ଯଦି ଜାଗା ଦେବେ କେତେ ବର୍ଗ ଫୁଟ୍ ଓ ଯଦି ଘର ଦେବେ କେତେ ବର୍ଗ ଫୁଟର ତାହା ସ୍ପଷ୍ଟ କରନ୍ତୁ ? ଏତେ ସଂଖ୍ୟ ଜାଗା ଓ ଘର ପାଇଁ ବି.ଡ଼ି.ଏ ଦ୍ଵାରା ଅନୁମୋଦନ ହୋଇଛି କି ନାହିଁ ?

ଅନ୍ୟପଟେ ଏହି ସମ୍ମିଳନୀରେ ସାମିଲ ହୋଇଥିବା ବସ୍ତିବାସିନ୍ଦା କହିଛନ୍ତି,‘‘ବିଭିନ୍ନ ସର୍ଭେ ନାଁରେ ଅଧିକାରୀ ଆସୁଛନ୍ତି ଆଉ ସର୍ଭେ କରି ଯାଉଛନ୍ତି ହେଲେ ଯେଉଁମାନେ ପ୍ରକୃତ ହିତାଧିକାରଟି ସେମାନଙ୍କୁ ଘର କି ଯାଗା ମିଳୁନାହିଁ । ବାର ତେଲିଆ ମୁଣ୍ଡରେ ଟେଲି ଭଳି ଯାହାଙ୍କର ସବୁ ଅଛି ତାଙ୍କୁ ହିଁ ଦିଆଯାଉଛି । କାରଣ ସେମାନେ ଟଙ୍କା ଦେଇ ସରକାରଙ୍କ ସୁବିଧା ସୁଯୋଗକୁ ହାତେଉଛନ୍ତି ବୋଲି କହିଛନ୍ତି । ତେଣୁ ଆମେ ଅନୁରୋଧ କରୁଛୁ ସରକାର ସଠିକ ସର୍ଭେ କରି ପ୍ରକୃତ ହିତାଧିକାରୀଙ୍କୁ ଜମି ଦିଆଯାଉ ବୋଲି କହିଛନ୍ତି ।’’

ଇଟିଭି ଭାରତ, ଭୁବନେଶ୍ବର

Last Updated : May 4, 2023, 9:18 AM IST

ABOUT THE AUTHOR

...view details