ଓଡିଶା

odisha

ନିଶାସକ୍ତ ହୋଇ ମା’କୁ ମାରିଦେଲା ପୁଅ

By

Published : Mar 12, 2021, 12:54 PM IST

କେନ୍ଦୁଝର ଜିଲ୍ଲା ବଡ଼ବିଲରେ ଅଭାବନୀୟ ଘଟଣା । ନିଶାସକ୍ତ ହୋଇ ମାଆକୁ ଇଟାରେ ଛେଚି ହତ୍ୟା କରିଛି । ଅଧିକ ପଢନ୍ତୁ...

ନିଶାସକ୍ତ ହୋଇ ମାଆକୁ ହତ୍ୟା କଲା ପୁଅ
ନିଶାସକ୍ତ ହୋଇ ମାଆକୁ ହତ୍ୟା କଲା ପୁଅ

କେନ୍ଦୁଝର: ନିଶା ପରିବାର ଉଜାଡି ଦିଏ । ନିଶାରେ ଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇଥାଏ । ଆଗପଛ କିଛି ନ ଭାବି ଘଟାଇଥାଏ ଉନ୍ମତ୍ତ କାଣ୍ଡ । ଏପରି କିଛି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଡବିଲ ଅଞ୍ଚଳରେ । ନିଶାସକ୍ତ ହୋଇ ମାଆକୁ ଇଟାରେ ଛେଚି ହତ୍ୟା କରିଛି ପୁଅ ।

ନିଶାସକ୍ତ ହୋଇ ମାଆକୁ ହତ୍ୟା କଲା ପୁଅ

ସୂଚନାଅନୁସାରେ,ବଡ଼ବିଲ ପୌରାଞ୍ଚଳ 9ନମ୍ବର ୱାର୍ଡ ଗାଁଢା ହଟିଂରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ଅମାନୁଷିକ ହତ୍ୟାକାଣ୍ଡ। ପୁଅ କିଶୋର ମୁଣ୍ଡା ମଦ ପିଇ 55 ବର୍ଷୀୟା ମାଆ ସୋମବାରୀ ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଥିବା ଜଣାପଡିଛି ।

କିଶୋର ହତ୍ୟାକାଣ୍ଡ ଘଟାଇବା ପରେ ସାହି ଲୋକେ କିଶୋରକୁ ବାନ୍ଧି ରଖିଥିଲେ । ରାତିରେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତକୁ ଗିରଫ କରିଛି ବଡ଼ବିଲ ପୋଲିସ । ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details