ଓଡିଶା

odisha

କୋରୋନା ନିୟମକୁ ଫୁ': ପାରାଦ୍ବୀପ ବିଜୁ ମଇଦାନରେ ଆରମ୍ଭ ହେଲା ପଲ୍ଲିଶ୍ରୀ ମେଳା

By

Published : Jan 5, 2022, 12:52 PM IST

ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତକାଲିଠାରୁ(ମଙ୍ଗଳବାର) ପାରାଦୀପ ‌ବେଳାଭୂମିସ୍ଥିତ କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା(Palishree mela )। ଏହି ମେଳା ୫ ଦିନ ଧରି ଚାଲିବ । ଅଧିକ ପଢନ୍ତୁ

କୋରୋନା ବେଳେ ପାରାଦ୍ବୀପ ବିଜୁ ମୈଦାନରେ ଆରମ୍ଭ ହେଲା ପଲିଶ୍ରୀ ମେଳା
କୋରୋନା ବେଳେ ପାରାଦ୍ବୀପ ବିଜୁ ମୈଦାନରେ ଆରମ୍ଭ ହେଲା ପଲିଶ୍ରୀ ମେଳା

ଜଗତସିଂହପୁର: ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଗତକାଲିଠାରୁ(ମଙ୍ଗଳବାର) ପାରାଦୀପ ‌ବେଳାଭୂମି ସ୍ଥିତ କଳିଙ୍ଗ ବାଲିଯାତ୍ରା ପଡିଆରେ ଆରମ୍ଭ ହୋଇଛି ପଲ୍ଲିଶ୍ରୀ ମେଳା(Palishree mela )। ଏହି ମେଳା ୫ ଦିନ ଧରି ଚାଲିବ । ଏହି ମେଳାରେ ଓଡ଼ିଶାର ୨୨ ଜିଲ୍ଲା ଓ ଓଡ଼ିଶା ବାହାରୁ ୭ଟି ରାଜ୍ୟର ମୋଟ ୬2ଟି ଷ୍ଟଲ ଦିଆଯାଇଛି । ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ଏହି ଷ୍ଟଲରେ ବିକ୍ରି କରାଯାଉଛି ।

କୋରୋନା ବେଳେ ପାରାଦ୍ବୀପ ବିଜୁ ମୈଦାନରେ ଆରମ୍ଭ ହେଲା ପଲିଶ୍ରୀ ମେଳା

ଗତକାଲି ସନ୍ଧ୍ୟାରେ(ମଙ୍ଗଳବାର) ଏହି ପଲ୍ଲିଶ୍ରୀ ମେଳାକୁ ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ଉଦଘାଟନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ପାରାଦ୍ଵୀପ ବିଧାୟକ ସମ୍ବିତ ରାଉତରାୟ, ଜଗତସିଂହପୁର ଜିଲ୍ଲାପାଳ ପାରୁଲ ପଟୁଓ୍ବାରୀ ଯୋଗ ଦେଇଥିଲେ। କୋଭିଡ ସଂକ୍ରମଣ ଯୋଗୁ ଦୀର୍ଘ ଦିନ ହେଲା ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ତିଆରି ସାମଗ୍ରୀର ବିକ୍ରୟ ସୁବିଧା ନଥିବାରୁ ସେମାନଙ୍କ ଆର୍ଥିକ ପରିସ୍ଥିତି ବିଗିଡିବାରେ ଲାଗିଛି। ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ୫ ଦିନିଆ ମେଳାର ଆୟୋଜନ କରିଛି ।

ଏହି ମେଳାରେ ଷ୍ଟଲ ଦେଇଥିବା ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ କୋଭିଡ ଟିକାର ଦ୍ବିତୀୟ ଡୋଜ ନେଇଥିବାର ପ୍ରମାଣ ପତ୍ର ଏବଂ ଷ୍ଟଲକୁ ଆସୁଥିବା ବ୍ୟକ୍ତିଙ୍କ ମାସ୍କ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details