ଓଡିଶା

odisha

ଆଦର୍ଶଥାନା ପୋଲିସକୁ ସଫଳତା, 29 ଜଣ ସ୍କ୍ରାପ ବେପାରୀ ଗିରଫ

By

Published : Sep 5, 2021, 9:54 AM IST

Updated : Sep 5, 2021, 10:06 AM IST

ଆଦର୍ଶଥାନା ପୋଲିସକୁ ମିଳିଲା ବଡ଼ ସଫଳତା । 29 ଜଣ ଚୋରା ସ୍କ୍ରାପ ବେପାରୀଙ୍କୁ କଲା ଗିରଫ । ଅଧିକ ପଢନ୍ତୁ...

ଆଦର୍ଶଥାନା ପୋଲିସକୁ ବଡ଼ ସଫଳତା, 29 ଜଣ ଚୋରା ଲୁହା ସ୍କାର୍ପ ବେପାରୀ ଗିରଫ
ଆଦର୍ଶଥାନା ପୋଲିସକୁ ବଡ଼ ସଫଳତା, 29 ଜଣ ଚୋରା ଲୁହା ସ୍କାର୍ପ ବେପାରୀ ଗିରଫ

ପାରାଦ୍ବୀପ: ଆଦର୍ଶଥାନା ପୋଲିସକୁ ମିଳିଲା ବଡ଼ ସଫଳତା । 29 ଜଣ ଚୋରା ସ୍କ୍ରାପ ବେପାରୀଙ୍କୁ କଲା ଗିରଫ । ସୂଚନାନୁଯାୟୀ "ଆର୍ସଲେର ମିତ୍ତଲ ନିପ୍ପନ ଷ୍ଟିଲ୍" ଇଣ୍ଡିଆ ଲିମିଟେଡ଼ କମ୍ପାନୀର ଷ୍ଟକ୍ ୟ୍ୟାର୍ଡରୁ ଟନ ଟନ ସ୍କ୍ରାପ ଚୋରି ହେଉଥିବା ଖବର ପାଇ ପାରାଦୀପ ଆଦର୍ଶ ଥାନା ପୋଲିସ ସେଠାରେ ପହଞ୍ଚିଥିଲେ । ହେଲେ ପୋଲିସକୁ ଦେଖି ସେଠାରେ ଶତାଧିକ ଚୋରା ସ୍କ୍ରାପ ବେପାରୀ ପୋଲିସଙ୍କ ଉପରକୁ ଢେଲାପଥର ମାଡ କରିଥିଲେ। ଏହି ମାଡରେ ଦୁଇଜଣ କମ୍ପାନୀର ସୁରକ୍ଷା କର୍ମୀ ଆହତ ହୋଇଥିବା ବେଳେ ଚୋରି ସ୍କ୍ରାପ ବେପାରୀଙ୍କ ମଧ୍ୟରୁ ପୋଲିସ ୨୯ଜଣଙ୍କୁ ଗିରଫ କରିଥିବା ଜଣାପଡିଛି।

ଆଦର୍ଶଥାନା ପୋଲିସକୁ ସଫଳତା, 29 ଜଣ ସ୍କ୍ରାପ ବେପାରୀ ଗିରଫ

ଘଟଣାରେ ପାରାଦୀପ ଆଦର୍ଶ ଥାନା ପୋଲିସ ୪ଟି ସ୍କ୍ରାପ ବୋଝେଇ ପିକ୍ଅପ ଭ୍ୟାନ ସହିତ ସ୍କାର୍ପ ବୋଝେଇ ୨ଟି ଡାଲା ଅଟୋ ଓ ୬ଟି ମୋଟର ସାଇକେଲ, ୩ଟି ସ୍କୁଟି ସହ ୫୦ହଜାରରୁ ଉର୍ଦ୍ଧ୍ବ ଟଙ୍କା ଜବତ କରିଛି। ଏନେଇ ପାରାଦୀପ ଆଦର୍ଶ ଥାନା ପୋଲିସ ପକ୍ଷରୁ ସୂଚନା ଦେବା ସହ ତନାଘନା ଜାରୀ ରହିଛି ।

ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାର

Last Updated : Sep 5, 2021, 10:06 AM IST

ABOUT THE AUTHOR

...view details