ଓଡିଶା

odisha

ନାଳରେ ଭାସି ନାବାଳକ ମୃତ

By

Published : Sep 3, 2019, 11:53 AM IST

ଧରାକୋଟ ଥାନା କୁଶରାବ ଗ୍ରାମ ନିକଟ କେଞ୍ଚୁଆ ନାଳରେ ଭାସି ଯାଇ ଜଣେ ନାବାଳକର ମୃତ୍ୟୁ ଘଟିଛି । ବ୍ୟାୟାମ କରିବାକୁ ଯାଇ ନାଳ ଉପରେ ଥିବା କଲଭର୍ଟ ଉପରୁ ଖସି ପଡିଥିଲେ ଜିତେନ୍ଦ୍ର ଗୌଡ ।

ଫଟୋ ସୌଜନ୍ୟ :ପ୍ରତିନିଧି, ଭଞ୍ଜନଗର

ଗଞ୍ଜାମ: ଧରାକୋଟ ଥାନା କୁଶରାବ ଗ୍ରାମରେ ଅଘଟଣ । ଆଜି ଭୋରୁ ଗ୍ରାମ ନିକଟ କେଞ୍ଚୁଆ ନାଳରେ ଭାସି ଯାଇ ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତ ନାବାଳକ ସେହି ଗ୍ରାମର ବୁଦ୍ଧିରାମ ଗୌଡଙ୍କ 14 ବର୍ଷର ପୁଅ ଜିତେନ୍ଦ୍ର ଗୌଡ ।

ଭିଡିଓ ସୌଜନ୍ୟ :ପ୍ରତିନିଧି, ଭଞ୍ଜନଗର

ସୂଚନାନୁସାରେ, ଜିତେନ୍ଦ୍ର ସକାଳ ବ୍ୟାୟାମ କରିବାକୁ ଯାଇ ନାଳ ଉପରେ ଥିବା କଲଭର୍ଟ ଉପରୁ ଖସି ଯାଇଥିଲେ । ପାଣିର ସ୍ରୋତ ପ୍ରଖର ଥିବାରୁ ସେ ଭାସିଯାଇଥିଲା । ତେବେ ନାଳର କିଛି ଦୂରରେ ମାଛ ଧରିବାକୁ ଜାଲ ବିଛାଯାଇଥିଲା । ଯେଉଁଥିରେ ଜିତେନ୍ଦ୍ର ଲାଗିଥିଲେ । କିନ୍ତୁ ସେତେବେଳକୁ ତାର ମୃତ୍ୟୁ ହୋଇସାରିଥିଲା ।

ଗ୍ରାମର କିଛି ଲୋକ ଏସମ୍ପର୍କରେ ଥାନାକୁ ଖବର ଦେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଜିତେନ୍ଦ୍ରକୁ ଉଦ୍ଧାର କରି ଧରାକୋଟ ମେଡିକାଲକୁ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଜିତେନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଗ୍ରାମରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ପରିବାର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ

ABOUT THE AUTHOR

...view details