ଓଡିଶା

odisha

ଢେଙ୍କାନାଳରେ ୫୫ ନୂଆ କରୋନା ଆକ୍ରାନ୍ତ

By

Published : Oct 19, 2020, 6:55 PM IST

ଦିନକୁ ଦିନ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରେ ଲାଗିଛି । ସୋମବାର ଢେଙ୍କାନାଳରେ ନୂଆ 55 ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ମୋଟ ଆକ୍ରନ୍ତଙ୍କ ସଂଖ୍ୟା 4683ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ଢେଙ୍କାନାଳରେ ୫୫ ନୂଆ କରୋନା ଆକ୍ରାନ୍ତ
ଢେଙ୍କାନାଳରେ ୫୫ ନୂଆ କରୋନା ଆକ୍ରାନ୍ତ

ଢେଙ୍କାନାଳ: କମିବାର ନାଁ ନେଉନି କୋରୋନା । ଯିଏ ଯେତେ ସଚେତନ ହେଲେବି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସୋମବାର ଢେଙ୍କାନାଳରେ 55 ନୂଆ ଆକ୍ତାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 4683ରେ ପହଞ୍ଚିଛି ।

ମୋଟ 55 ଜଣଙ୍କ ମଧ୍ୟରୁ ପରଜଙ୍ଗ ବ୍ଳକରୁ ସର୍ବାଧିକ ୨୭ ଜଣ, ଗଦିଁଆରୁ ଜଣେ, ସଦର, ଓଡାପଡା ଓ ଭୁବନରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି କାମାକ୍ଷାନଗର ବ୍ଳକ ଓ ଢେଙ୍କାନାଳ ମୁନିସପାଲଟିରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୯ ଜଣ ହୋମକ୍ବାରେଣ୍ଟାଇନରୁ, ୧୧ଜଣ ସ୍ଥାନୀୟ ଆକ୍ରାନ୍ତ ଓ ୧୫ ଜଣ କଟକ ଭୁବନେଶ୍ବର ମେଡିକାଲରୁ ଚିହ୍ନଟ କରାଯାଇଛି ।

55 ଜଣଙ୍କ ଭିତରୁ 29 ଜଣ କେବଳ ହୋମକ୍ବାରେନଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ 11ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡିଛି । ଆକ୍ରାନ୍ତମାନଙ୍କୁ ଜିଲ୍ଲାର ବିଭିନ୍ନ କୋଭିଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ଜିଲ୍ଲାରେ ସୋମବାର ତିରିଶ ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୬୮୩ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୪୨୬୫ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଏଯାବତ ୪୦୫ ଜଣ ଆକ୍ରାନ୍ତ ଚିକତ୍ସିତ ଅଛନ୍ତି। ଜିଲ୍ଲାରେ ଆଜି ସୁଧା ୯୩ ହଜାର୩୪୭ଟି କରୋନା ଟେଷ୍ଟ ହୋଇସାରିଛି। କରୋନାରେ ଜିଲ୍ଲାରେ ୧୩ ଜଣଙ୍କ ମୂତ୍ୟୁ ହୋଇଥିବା ସୂଚନା ମିଳିଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details