ଓଡିଶା

odisha

ଯେଉଁଟା ଜିଲ୍ଲାପାଳ କି କମିଶନର କରିପାରିଲେନି ସେଇଟା ମୁଁ କଲି: କଟକ ମେୟର

By

Published : Jun 18, 2022, 5:12 PM IST

କଟକ ମେୟର ସୁବାସ ସିଂଙ୍କ ଚାଞ୍ଚଲ୍ୟକର ବୟାନ । ମହାନଗର ନିଗମ ୱାର୍ଡ ନଂ ୨୧ରେ ଥିବା inox ନିକଟରେ ଏକ କଲଭର୍ଟକୁ ଉଦଘାଟନ ସମୟରେ ସେ କହିଛନ୍ତି, ‘‘ଯେଉଁଟା କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଦୀର୍ଘଦିନ ଧରି କରିପାରିଲେନି ସେଇଟା ମୁଁ କରିଦେଲି ।’’ ଅଧିକ ପଢନ୍ତୁ

ଯେଉଁଟା ଜିଲ୍ଲାପାଳ କିମ୍ବା କମିଶନର କରିପାରିଲେନି ସେଇଟା ମୁଁ କଲି: ମେୟର
ଯେଉଁଟା ଜିଲ୍ଲାପାଳ କିମ୍ବା କମିଶନର କରିପାରିଲେନି ସେଇଟା ମୁଁ କଲି: ମେୟର

କଟକ: ‘ଯେଉଁଟା କଟକ ଜିଲ୍ଲାପାଳ ଓ ସିଏମସି କମିଶନର ଦୀର୍ଘଦିନ ଧରି କରିପାରିଲେନି ସେଇଟା ମୁଁ କରିଦେଲି ।’ କିଛି ଏଭଳି ଢ଼ଙ୍ଗରେ କହିଛନ୍ତି କଟକ ମେୟର ସୁବାସ ସିଂ। ମହାନଗର ନିଗମ ୱାର୍ଡ ନଂ ୨୧ରେ ଥିବା inox ନିକଟରେ ଏକ କଲଭର୍ଟକୁ ଉଦଘାଟନ ସମୟରେ ଏପରି କହିଛନ୍ତି ମେୟର । ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନର ଦାବି ପରେ ଆଜି(ଶନିବାର) ଏହି ନୂତନ କଲଭର୍ଟ ଉଦଘାଟନ କରାଯାଇଛି ।

ଯେଉଁଟା ଜିଲ୍ଲାପାଳ କିମ୍ବା କମିଶନର କରିପାରିଲେନି ସେଇଟା ମୁଁ କଲି: ମେୟର

ଯୁଦ୍ଧକାଳୀନ ଭିତ୍ତିରେ ଏହି କଲଭର୍ଟ ନିର୍ମାଣ ହୋଇଛି । ବର୍ଷାକୁ ନଜରର ରଖି ଗୋଟିଏ ମାସ ମଧ୍ୟରେ ଏହି କଲଭର୍ଟ ନିର୍ମାଣ କରିଛି କଟକ ମହାନଗର ନିଗମ । ଯାହା ବର୍ତ୍ତମାନ ବର୍ଷା ଜଳ ନିଷ୍କାସନରେ ବେଶ ସହାୟକ ହେବ ଓ ଗମନାଗମନ ପାଇଁ ମଧ୍ୟ ସହାୟକ ହେବ । ପୂର୍ବରୁ କଲଭର୍ଟ ନଥିବାରୁ ଏଠାରେ ପଙ୍କ ଜମିବା ସହ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଥିଲା । ଯିବା ଆସିବା ମଧ୍ୟ କଷ୍ଟକର ହୋଇପଡୁଥିଲା । କିନ୍ତୁ, ଏଥର ବର୍ଷା ହେଲେ ଆଉ ଅଧିକ ସମୟ ପାଣି ଜମିବ ନାହିଁ ଏବଂ ଆଗକୁ ସହରର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ଏଭଳି କଲଭର୍ଟ ଗୁଡିକ ଶୀଘ୍ର ନିର୍ମାଣ କରାଯିବ ବୋଲି କହିଛନ୍ତି କଟକ ମେୟର ।

ଇଟିଭି ଭାରତ, କଟକ

ABOUT THE AUTHOR

...view details