ଓଡିଶା

odisha

କମିଲା ବନ୍ୟା ବିପଦ, ବଢିଲା ଗରିବଙ୍କ ଦୁଃଖ

By

Published : Sep 4, 2020, 9:21 AM IST

ରାଜ୍ୟରେ ସପ୍ତାହେ ତଳେ ଲାଗି ରହିଥିବା ବର୍ଷା ବନ୍ଦ ହେବା ପରେ ଟଳିଛି ମହାନଦୀରେ ବନ୍ୟା ବିପଦ । ହେଲେ ଲଗାଣ ବର୍ଷା ପ୍ରଭାବରେ ଅନେକ ଗରିବ ଲୋକଙ୍କ କଚ୍ଚା ଘର ଭୁଶୁଡି ପଡିଥିବା ବେଳେ ବନ୍ୟା ଜଳ ଯୋଗୁଁ ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି ।

flood like situation in boudh, boudh latest newsm, mahandi water level in boudh, after effect of rain in boudh, ବୌଦ୍ଧରେ ବନ୍ୟା ପରିସ୍ଥିତି, ବୌଦ୍ଧ ଲାଟେଷ୍ଟ ନ୍ୟୁଜ୍‌, ବୌଦ୍ଧରେ ମହାନଦୀ ଜଳସ୍ତର, ବୌଦ୍ଧରେ ବର୍ଷା ପରର ସ୍ଥିତି
କମିଲା ବନ୍ୟା ବିପଦ, ବଢିଲା ଗରିବଙ୍କ ଦୁଃଖ

ବୌଦ୍ଧ:ରାଜ୍ୟରେ ସପ୍ତାହେ ତଳେ ଲାଗି ରହିଥିବା ବର୍ଷା ବନ୍ଦ ହେବା ପରେ ଟଳିଛି ମହାନଦୀରେ ବନ୍ୟା ବିପଦ । ଏବେ ମହାନଦୀର ଜଳସ୍ତର କମୁଛି ସତ ହେଲେ ବଢି ଯାଇଛି ଗରିବ ଗୁରୁବାଙ୍କ ଦୁଃଖ । ଲଗାଣ ବର୍ଷା ପ୍ରଭାବରେ ଅନେକ ଗରିବ ଲୋକଙ୍କ କଚ୍ଚା ଘର ଭୁଶୁଡି ପଡିଥିବା ବେଳେ ବନ୍ୟା ଜଳ ଯୋଗୁଁ ଶହ ଶହ ଏକର ଚାଷ ଜମି ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ସେପଟେ ମହାନଦୀରେ ଧିରେ ଧିରେ ବନ୍ୟା ଜଳ ହ୍ରାସ ପାଇଛି । ଫଳରେ ଏବେ ମହାନଦୀ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଥିବା ଦେଖାଯାଉଛି ।

କମିଲା ବନ୍ୟା ବିପଦ, ବଢିଲା ଗରିବଙ୍କ ଦୁଃଖ

ତେବେ ବନ୍ୟା ଆଶଙ୍କା ଟଳିଥିବା ବେଳେ ଚାଷୀ ଓ ଗରିବ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବାହିତ ହୋଇ ହଜାର ହଜାର ଲୋକ ପ୍ରଭାବିତ ହୋଇଥିଲେ । ବିଶେଷ ଭାବରେ ହରଭଙ୍ଗା ବ୍ଲକର ଶତାଧିକ ଗାଁ ପାଣି ଘେରରେ ରହି ସବୁଠାରୁ ବେଶୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏବେ ବନ୍ୟା ପାଣି ନାହିଁ ସତ କିନ୍ତୁ ଗରିବ ଲୋକ ଓ ଚାଷୀ ବନ୍ୟାର ପରବର୍ତ୍ତୀ କଷ୍ଟର ସମ୍ମୁଖୀନ ହୋଇଛନ୍ତି । ଅନେକ ଲୋକଙ୍କ କଚ୍ଚା ବାସ ଗୃହ ଭୁଷୁଡି ପଡିଥିବା ବେଳେ ହରଭଙ୍ଗା ତହସିଲ ଅଧିନରେ ଶହ ଶହ ଏକର ଚାଷ ଜମି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି ।

ଅନେକ ଜମିରେ ବାଲି ମାଡି ଯାଇଥିବା ବେଳେ ଅଧିକାଂଶ ଜମିର ଧାନ ଫସଲ ପଚିଯାଇ ଉଜୁଡି ଯାଇଛି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ରାଜସ୍ବ ବିଭାଗ ଏସବୁର କ୍ଷୟକ୍ଷତିର ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ତେଜିଛି ଦାବି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details