ଓଡିଶା

odisha

ଆବାସ ଯୋଜନାରେ ଦୁର୍ନୀତି ନେଇ ଜିଲ୍ଲା ବିଜେପିର କଡା ଆଭିମୁଖ୍ୟ

By

Published : Nov 23, 2020, 3:47 AM IST

ବୌଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ହିତାଧୀକାରୀଙ୍କ ନାରେ ଆବାସ ଟଙ୍କା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମିଶି ଚଳୁ କରିଦେଇଥିବା ଅଭିଯୋଗ । ଏ ନେଇ ଜିଲ୍ଲା ବିଜେପି ଆନ୍ଦୋଳନର ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

boudh pradhanmantri abbas yajona amount corruption
ଆବାସ ଯୋଜନାରେ ଦୁର୍ନୀତି ନେଇ ଜିଲ୍ଲା ବିଜେପିର କଡା ଆଭିମୁଖ୍ୟ

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏଭଳି ଦୁର୍ନୀତି ଜିଲ୍ଲାକୁ ସାରା ରାଜ୍ୟରେ ନିନ୍ଦିତ କରିଛି । ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ପଞ୍ଚାୟତ ସରପଞ୍ଚ ଓ ନିର୍ବାହୀ ଅଧିକାରୀ ମିଶି ଚଳୁ କରିଦେଇଥିବା ବେଳେ ବିଜେପି ପକ୍ଷରୁ ଆନ୍ଦୋଳନ ପାଇଁ ସଜବାଜ ଚାଲିଛି ।

ଆବାସ ଯୋଜନାରେ ଦୁର୍ନୀତି ନେଇ ଜିଲ୍ଲା ବିଜେପିର କଡା ଆଭିମୁଖ୍ୟ

ବୌଦ୍ଧ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି ଦାଣ୍ଡରେ ପଡି ହାଟରେ ଗଡୁଛି । ମୁଣ୍ଡାପଡା ପଞ୍ଚାୟତରେ ସରପଞ୍ଚ ଓ ଇଓ ମିଶି ଗରିବ ହିତାଧିକାରୀଙ୍କ ଆବାସ ଟଙ୍କା ଚଳୁ ସହିତ ମୃତ ବ୍ୟକ୍ତିଙ୍କ ଟଙ୍କା ହପଡ ଭଳି ଅଭିଯୋଗ ସିଧାସଳଖ ପହଞ୍ଚିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଠାରୁ ଆଉ ଟିକିଏ ଅଧିକ ନିନ୍ଦିତ କରିଛି ବୌଦ୍ଧ ବିଡ଼ିଓ ଙ୍କ ନାରେ ଆବାସ ଯୋଜନା ସହ ଜଡିତ ଜାତିଆଣ ମାମଲାରେ ଥାନାରେ ଲିଖିତ ଅଭିଯୋଗ । ଏଭଳି ଘଟଣା ଜିଲ୍ଲାରେ ପ୍ରଥମ ଥର ପାଇଁ ଘଟିଥିବା ବେଳେ ହିତାଧିକାରୀ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଦାବି କରିଛନ୍ତି । ସେପଟେ ଏହି ଆବାସ ଦୁର୍ନୀତି ର କ୍ରମରେ ଯୋଡି ହୋଇଛି ମଥୁରା, ଛତ୍ରଙ୍ଗ ଓ ତଳଗାଁ ଭଳି ପଞ୍ଚାୟତ । ଜିଲ୍ଲା ବିଜେପି ସଭାପତି ଏନେଇ ସିଧାସଳଖ ଅଭିଯୋଗ କରି ଏହାର ତଦନ୍ତ କରି ପ୍ରଶାସନ ଆସନ୍ତା ସାତ ଦିନ ମଧ୍ୟରେ ପଦକ୍ଷେପ ଗ୍ରହଣ ନକଲେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।

ଆବାସ ଯୋଜନାରେ ଦୁର୍ନୀତି ନେଇ ଜିଲ୍ଲା ବିଜେପିର କଡା ଆଭିମୁଖ୍ୟ

ସେପଟେ ପ୍ରକଳ୍ପ ନିର୍ଦେଶକ ଏନେଇ ଅଭିଯୋଗ ମିଳିଛି ଓ ଯେ କେହି ଏହି ଦୁର୍ନୀତିରେ ସାମିଲ ଥିବେ ଚାକିରୀରୁ ବହିଷ୍କାର ହେବେ । ଦରକାର ପଡିଲେ ଫୌଜଦାରୀ ମକଦ୍ଦମା ରୁଜୁ କରାଯିବ ବୋଲି ଇଟିଭି ଭାରତକୁ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ABOUT THE AUTHOR

...view details