ନୂଆଦିଲ୍ଲୀ: 36ତମ ନ୍ୟାସନାଲ ଗେମ୍ସ ଆୟୋଜନ ନେଇ ଗୋଆରୁ ଆସିଛି ନୈରାଶଜନକ ଖବର । ଭୁଲ ପ୍ରମାଣିତ ହୋଇଛି ଭାରତୀୟ ଅଲମ୍ପିକ ଆସୋସିଏସନର ସଭାପତି ନରିନ୍ଦର ବାତ୍ରାଙ୍କ ପୂର୍ବାନୁମାନ । ମହାମାରୀ କୋରୋନା ଭାଇରସ ସଂକ୍ରମଣ ଭୟ ଯୋଗୁଁ 36ତମ ଗୋଆ ନ୍ୟାସନାଲ ଗେମ୍ସ, ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ ଘୋଷଣା ହୋଇଛି ।
ଗୋଆରେ, 36ତମ ନ୍ୟାସନାଲ ଗେମ୍ସ 2020 ଅକ୍ଟୋବର 20ରୁ ନଭେମ୍ବର 4 ପର୍ଯ୍ୟନ୍ତ ହେବାନେଇ ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ତେବେ ଗୋଆ ସରକାରଙ୍କ ପକ୍ଷରୁ ଉପ ମୁଖ୍ୟ ମନ୍ତ୍ରୀ ତଥା କ୍ରୀଡାମନ୍ତ୍ରୀ ମନୋହର ଅଜଗଙ୍କର ଏହି ମେଗା ଇେଭେଣ୍ଟକୁ ସ୍ଥଗିତ ଘୋଷଣା କରିଛନ୍ତି ।