ETV Bharat / sports

ବାରବାଡୋସରେ ଭୟଙ୍କର ଘୂର୍ଣ୍ଣିଝଡ; ସ୍ବଦେଶ ଫେରିବା ଚିନ୍ତାରେ ବିଶ୍ୱ ଚମ୍ପିଆନ ଟିମ୍‌ ଇଣ୍ଡିଆ, ଚାର୍ଟାଡ୍ ବିମାନ ପଠାଇବ ବିସିସିଆଇ - Hurricane Beryl

author img

By ETV Bharat Odisha Team

Published : Jul 1, 2024, 9:06 AM IST

Updated : Jul 1, 2024, 12:05 PM IST

Team Stranded In Caribbean Island: ଘୂର୍ଣ୍ଣିଝଡ ବେରିଲ ଯୋଗୁଁ ସ୍ବଦେଶ ଫେରି ପାରୁନାହାନ୍ତି ଟିମ ଇଣ୍ଡିଆ ଖେଳାଳି । ଚାର୍ଟାଡ୍ ବିମାନର ବ୍ୟବସ୍ଥା କରୁଛି ବିସିସିଆଇ । ଅଧିକ ପଢନ୍ତୁ

Team India Stranded In Caribbean
Team India Stranded In Caribbean (ANI)

ବାରବାଡୋସ: ଓ୍ବେଷ୍ଟଇଣ୍ଡିଜରେ ବାରବାଡୋସରେ ଭୟଙ୍କର ରୂପ ନେଲା ଘୂର୍ଣ୍ଣିଝଡ ବେରିଲ । ଘୂର୍ଣ୍ଣିଝଡରେ ଫସିଲା ଟିମ୍‌ ଇଣ୍ଡିଆ । ବାତ୍ୟା ଭିତରେ ଟିମ ଇଣ୍ଡିଆ ଖେଳାଳି କେମିତି ସ୍ବଦେଶ ଫେରିବେ ସେନେଇ ଚିନ୍ତା ବଢିଛି । ବର୍ତ୍ତମାନ ବାରବାଡୋସରେ ବାତ୍ୟା ଯୋଗୁଁ ବିମାନ ଉଡାଣ ବନ୍ଦ ରହିଛି । ନିର୍ଦ୍ଦେଶ ନ ଆସିବା ଯାଏ ବିମାନ ଉଡାଣ ଓ ଅବତରଣ ବନ୍ଦ ରହିବ । ଖେଳାଳିଙ୍କୁ ଭାରତକୁ ଫେରିଇ ଆଣିବା ପାଇଁ ଦିଲ୍ଲୀକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ ଏକ ଚାର୍ଟାଡ୍ ବିମାନ ଆଣିବାକୁ ବିସିସିଆଇ ଚେଷ୍ଟା କରୁଥିବା ବିଶେଷସୁତ୍ରରୁ ଜଣାପଡିଛି । ଯାହା ଦ୍ବାରା ଦଳ ନିରାପଦ ଭାବରେ ଦେଶକୁ ଫେରିପାରିବ । ବର୍ତ୍ତମାନ କାରେବିଆନରେ ରହିଛନ୍ତି ଭାରତୀୟ ଖେଳାଳି ।

ନ୍ୟାସନାଲ ହୁରିକେନ ସେଣ୍ଟର ରବିବାର କହିଥିଲା ଯେ, ଦକ୍ଷିଣ-ପୂର୍ବ କାରିବିଆନ୍‌ର ୱିଣ୍ଡୱାର୍ଡ ଦ୍ୱୀପପୁଞ୍ଜରେ ଘୂର୍ଣ୍ଣିଝଡ ବେରିଲ୍ ଶକ୍ତିଶାଳୀ କ୍ୟାଟେଗୋରି-4 ବାତ୍ୟାରେ ପରିଣତ ହୋଇଛି । ଆଜି ବାତ୍ୟା ବିପଦଜନକ ସ୍ଥିତିକୁ ଆସିପାରେ । ୱିଣ୍ଡୱାର୍ଡ ଦ୍ୱୀପପୁଞ୍ଜରେ ଏହା ତାଣ୍ଡବ ରଚିପାରେ ବୋଲି ପୂର୍ବାନୁମାନ କରାଯାଇଛି । ବାରବାଡୋସରେ ବିମାନ ବନ୍ଦ ଉଡାଣ ଉପରେ ରୋକ ଲାଗିଛି । ପରବର୍ତ୍ତି ସୂଚନା ନଆସିବା ଯାଏଁ କୌଣସି ବିମାନ ଉଡାଣ ବା ଅବତରଣ କରିପାରିବ ନାହିଁ । ଘୂର୍ଣ୍ଣିଝଡ ଭୟରେ ସମସ୍ତେ ଘର ଭିତରେ ରହିଛନ୍ତି । ବିମାନ ଉଡାଣ ବନ୍ଦ ଥିବାରୁ ଟିମ ଇଣ୍ଡିଆ ଖେଳାଳି, ବିସିସିଆଇ ଅଧିକାରୀ, ଗଣମାଧ୍ୟମ ପ୍ରତିତିଧି ସ୍ବଦେଶ ଫେରିବା ବଦଳରେ କାରେବିଆନରେ ଆଇଲାଣ୍ଡରେ ଫସି ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ଟି୨୦ ବିଶ୍ବକପ୍‌ ଜିତିବା ପରେ ଟିମ୍‌ ଇଣ୍ଡିଆ ଉପରେ ଟଙ୍କା ବର୍ଷା; ଏତେ ଟଙ୍କା ଦେଲା ବିସିସିଆଇ - BCCI prize money for Team India

ସୂଚନାନୁସାରେ, ବିସିସିଆଇ ଦିଲ୍ଲୀକୁ ସିଧାସଳଖ ବିମାନ ଉଡ଼ାଣ ପାଇଁ କାରେବିଆନରେ ପହଞ୍ଚିବା ପାଇଁ ଏକ ଚାର୍ଟାଡ୍ ବିମାନ ଆଣିବାକୁ ଚେଷ୍ଟା କରୁଥିବା ବିଶେଷ ସୁତ୍ରରୁ ଜଣାପଡିଛି । ବିମାନ ବନ୍ଦର ବନ୍ଦ ଥିବାରୁ 24 ଘଣ୍ଟା ପର୍ଯ୍ୟନ୍ତ ଏଠାରେ କୌଣସି ବିମାନ ଅବତରଣ କରିପାରିବ ନାହିଁ ବୋଲି କୁହାଯାଇଛି । ଏକ ଚାର୍ଟାଡ୍ ବିମାନ ବାରବାଡୋସରେ ପହଞ୍ଚିବା ପାଇଁ ଆମେରିକାରୁ ଉଡାଣ କରିବାକୁ ପଡିବ । ଯେଉଁଥି ପାଇଁ ସାଢେ ପାଞ୍ଚ ଘଣ୍ଟା ଲାଗିବ । ବର୍ତ୍ତମାନ ପବନରେ ବେଗ ପଡିଥିବା ବେଳେ ଆସନ୍ତା 15 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ତେଣୁ କୌଣସି ବି ବିମାନ କାରେବିଆନ ଏୟାରପୋର୍ଟକୁ ଯାଇପାରିବ ନାହିଁ । ଯଦି ପାଗ ଭଲ ରୁହେ ତେବେ ଆଜି ରାତି ସୁଦ୍ଧା ଭାରତୀୟ ଦଳ ସେଠାରୁ ବାହାରି ପାରନ୍ତି ।

ବିସିସିଆଇ ସଚିବ ଜୟ ଶାହଙ୍କ ସମେତ ବିସିସିଆଇର ବରିଷ୍ଠ ଅଧିକାରୀମାନେ ନିରାପଦ ଯାତ୍ରାକୁ ଅପେକ୍ଷା କରିଛନ୍ତି। ବିମାନ ଉଡ଼ାଣ ବାତିଲ ହେବା ସହ ଜୁଲାଇ 5 ତାରିଖ ପର୍ଯ୍ୟନ୍ତ ବିମାନରେ କୌଣସି ସିଟ ଖାଲି ନଥିବାରୁ କ୍ରିକେଟ୍ ପ୍ରଶଂସକ ମାନେ କେମିତି ଫେରିବେ ସେନେଇ ଚିନ୍ତାରେ ।

Last Updated : Jul 1, 2024, 12:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.