ETV Bharat / sports

ରୋହିତଙ୍କ ଅବସର ପରେ ଭାବପ୍ରବଣ ଭରା ପୋଷ୍ଟ କଲେ ରିତିକା, କହିଲେ ଏହା ଦୁଃଖଦାୟକ.. - Ritika posts on Rohit retirement

author img

By ETV Bharat Odisha Team

Published : Jul 1, 2024, 3:48 PM IST

Ritika posts on Rohit Sharma retirement: ହିଟମ୍ୟାନ ରୋହିତ ଶର୍ମା ଅନ୍ତରାଷ୍ଟ୍ରୀୟ T୨୦ ଫର୍ମାଟରୁ ଅବସର ନେବା ପରେ ଫ୍ୟାନ୍ସ ମଧ୍ୟରେ ନିରାଶା ଭରିଯାଇଛି । ଏହାକୁ ନେଇ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସୋସିଆଲ ମିଡିଆରେ ଏକ ଭାବପ୍ରବଣ ଭରା ପୋଷ୍ଟ କରିଛନ୍ତି । ଅଧିକ ପଢନ୍ତୁ

Ritika posts on Rohit Sharma retirement
Ritika posts on Rohit Sharma retirement (IANS photo)

ହାଇଦ୍ରବାଦ: ଦୀର୍ଘ ୧୭ ବର୍ଷ ପରେ T୨୦ ବିଶ୍ବକପ ହାତେଇଛି ଭାରତ । ଯାହାକୁ ନେଇ ପ୍ରତ୍ୟେକଟି ଭାରତୀୟ ମନରେ ଭରିଯାଇଛି ଅପୂର୍ବ ଖୁସି । ହେଲେ ବିଶ୍ୱକପ ନିଜର କରିବା ସହ ୩ ଭାରତୀୟ କିମ୍ବଦନ୍ତୀ ଖେଳାଳି ଅନ୍ତରାଷ୍ଟ୍ରୀୟ T୨୦ ଫର୍ମାଟକୁ ଅଲବିଦା କହିଛନ୍ତି । କ୍ୟାପଟେନ ରୋହିତ ଶର୍ମା ଏବେ କୌଣସି ଅନ୍ତରାଷ୍ଟ୍ରୀୟ T୨୦ ମ୍ୟାଚରେ ନଜର ଆସିବେ ନାହିଁ । ଖେଳ ସରିବା ପରେ ପ୍ରେସମିଟରେ ଏନେଇ ଘୋଷଣା କରିଛନ୍ତି ହିଟମ୍ୟାନ । ଏହାକୁ ନେଇ ନିରାଶ ହୋଇଛନ୍ତି ଫ୍ୟାନ୍ସ । ଅନ୍ୟପଟେ ହିଟମ୍ୟାନଙ୍କ ଅବସରକୁ ନେଇ ତାଙ୍କ ପତ୍ନୀ ବେଶ ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଛି ।

ହିଟମ୍ୟାନଙ୍କ ସନ୍ନ୍ୟାସକୁ ନେଇ ତାଙ୍କ ପତ୍ନୀ ରିତିକା ଇନଷ୍ଟାଗ୍ରାମରେ ଏକ ଭାବପ୍ରବଣ ଭରା ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, "ତୁମେ ଯାହା ହାସଲ କରିଛ ଏବଂ ଏହି ଖେଳ ଓ ଏହାକୁ ପସନ୍ଦ କରୁଥିବା ଲୋକଙ୍କ ଉପରେ ଏହାର ପ୍ରଭାବ ପଡିବ । ତୁମ ପତ୍ନୀ ଭାବରେ ଏହି କଥାକୁ ନେଇ ମୁଁ ବହୁତ ଗର୍ବିତ କିନ୍ତୁ ତୁମ ଖେଳକୁ ଭଲ ପାଉଥିବା ବ୍ୟକ୍ତି ଭାବରେ ଯଦି ମୁଁ କହିବି ତେବେ ଏହି ଖେଳଠାରୁ ତୁମେ ନିଜକୁ କୌଣସି ଅଂଶରେ ଦୂରରେ ରଖିବା ମୋ ପାଇଁ ଦୁଃଖଦାୟକ । ମୁଁ ଜାଣେ ତୁମେ ଏହି ଟିମ ପାଇଁ କଣ ସବୁଠୁ ଭଲ ସେ ବିଷୟରେ ତୁମେ ଚିନ୍ତା କରିଛ । କିନ୍ତୁ ଏହା ଦେଖିବା ସହଜ ନୁହେଁ ଯେ ତୁମେ ସେହି ଖେଳର କୌଣସି ଅଂଶକୁ ଛାଡିବା । ମୁଁ ତୁମକୁ ବହୁତ ଭଲ ପାଏ ଓ ମୋତେ ତୁମକୁ ନିଜର କହିବାରେ ବହୁତ ଗର୍ବ ଅନୁଭବ ହୋଇଥାଏ ।

ଏହାମଧ୍ୟ ପଢନ୍ତୁ.. ଭାରତୀୟ ଫ୍ୟାନ୍ସଙ୍କୁ ତୃତୀୟ ଝଟ୍‌କା; ବିରାଟ ଓ ରୋହିତଙ୍କ ପରେ T20Iରୁ ଜାଡେଜାଙ୍କ ଅବସର, ଶୁଭେଚ୍ଛା ଜଣାଇଲେ ମୋଦି - RAVINDRA JADEJA RETIRES

ରିତିକା ସୋମବାର ଦିନ ଇନଷ୍ଟାଗ୍ରାମରେ ସୋସିଆଲ ମିଡିଆରେ ରୋହିତଙ୍କ ପାଇଁ ଏହି ପୋଷ୍ଟ କରିଛନ୍ତି । ସେ ଆଉ ମଧ୍ୟ ଲେଖିଛନ୍ତି ଯେ, ରୋହିତଙ୍କୁ ତାଙ୍କର ବିଶ୍ୱକପ ଜିତିବାର ସ୍ୱପ୍ନକୁ ପୂରଣ କରୁଥିବାର ଦେଖିବା ବେଶ ଭାବଭରା ଓ ପ୍ରେରଣାଦାୟକ । ଟି୨୦ ଫର୍ମାଟରୁ ବିଦାୟ ନେବା ରୋହିତଙ୍କ ଖେଳର ପ୍ରଶଂସକ ଭାବେ ଏହା ବେଶ ଦୁଃଖଦାୟକ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.