ETV Bharat / state

ରାଗିଂ ମାମଲାରେ ହାଇକୋର୍ଟଙ୍କ ରାୟ, ଅନାଥାଶ୍ରମରେ ପାଠ ପଢ଼ାଇବେ ଆଇନ ଛାତ୍ର - HC ON LAW STUDENT RAGGING

କନିଷ୍ଠ ଆଇନ ଛାତ୍ରଙ୍କୁ ରାଗିଂ କରିବା ପଡ଼ିଲା ମହଙ୍ଗା । ୪ ଛାତ୍ର ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ପାଠ ପଢ଼ାଇବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ।

LAW STUDENT RAGGING INCIDENT
LAW STUDENT RAGGING INCIDENT (ETV Bharat Odisha)
author img

By ETV Bharat Odisha Team

Published : Jan 11, 2025, 10:56 AM IST

କଟକ : ଏକ ରାଗିଂ ଅଭିଯୋଗକୁ ନେଇ ଛାତ୍ରଙ୍କ ବିରୋଧରେ ରୁଜୁ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି ଓଡ଼ିଶା ହାଇକୋର୍ଟ । ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଦ କରିବା ସହ ସହ ଅନାଥ ଆଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ଯ୍ୟ କରିବାକୁ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଆଇନ ଛାତ୍ରମାନେ ନିଜ ପସନ୍ଦର ଏକ ଅନାଥ ଆଶ୍ରମରେ ଏକ ସପ୍ତାହ ସ୍ବେଚ୍ଛାସେବୀ ଭାବେ କାର୍ଯ୍ୟ କରିବେ ।

ଆଇନ ଛାତ୍ରଙ୍କ ନାଁରେ ଆସିଥିଲା ରାଗିଂ ଅଭିଯୋଗ :

ହାଇକୋର୍ଟ ବିଚାରପତି ଜଷ୍ଟିସ ଶିବ ଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷାନୁଷ୍ଠାନର ୪ ଜଣ ଛାତ୍ରଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି । । ହାଇକୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ଆଇନ ଛାତ୍ର ଭାବେ ଆବେଦନକାରୀଙ୍କ ଆଚରଣ ଅଶୋଭନୀୟ ଥିଲା । ଜଣେ ଭଲ ଆଇନ ଛାତ୍ର ଭଲ ଆଇନଜୀବୀ ହୋଇ ପାରିବେ । ଆଇନଗତ ଜ୍ଞାନ ଦ୍ବାରା ଜଣେ ଆଇନଜୀବୀ ସମାଜର ଦୁର୍ବଳଙ୍କ ପାଇଁ କାର୍ଯ୍ୟ କରିବେ । ନ୍ୟାୟର ରକ୍ଷକ ହେବେ ଓ ପାଟି ଖୋଲି ପାରୁନଥିବା ବ୍ୟକ୍ତିଙ୍କ ସ୍ବର ହେ‌ବେ ବୋଲି ଆଶା କରାଯାଏ । ଆଇନଜୀବୀ ଉଚ୍ଚମାନର ନୈତିକ ମୂଲ୍ୟବୋଧ ବଜାୟ ରଖିବା ସହିତ ଜଣେ ଆଦର୍ଶ ନାଗରିକ ଭାବେ ଉଦାହରଣ ସୃଷ୍ଟି କରନ୍ତି । ତେଣୁ ରାଗିଂ ଅଭିଯୋଗକୁ ନେଇ ଓଡିଶା ହାଇକୋର୍ଟ ଛାତ୍ରଙ୍କ ବିରୋଧରେ ରୁଜୁ ଫୌଜଦାରୀ ମାମଲାକୁ ରଦ୍ଦ କରିଛନ୍ତି ।

LAW STUDENT RAGGING INCIDENT
LAW STUDENT RAGGING INCIDENT (ETV Bharat Odisha)

ଆଶ୍ବସ୍ତି ଦେଲେ ହାଇକୋର୍ଟ:

୪ ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲତରେ ବିଚାରାଧୀନ ଫୌଜଦାରୀ ମାମଲାକୁ ହାଇକୋର୍ଟ ରଦ୍ଧ କରିବା ସହ ସହ ଅନାଥାଶ୍ରମରେ ସ୍ବେଚ୍ଛାସେବୀ ଭାବେ ଏକ ସପ୍ତାହ କାର୍ଯ୍ୟ କରିବାକୁ ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବଧି ଭିତ‌ରେ ଅନାଥ ଆଶ୍ରମରେ ପଢୁଥିବା ପିଲାମାନଙ୍କୁ ଶିକ୍ଷାଦାନ କରିବା ବା ସେମାନଙ୍କ ପାଇଁ କର୍ମଶାଳା ଆୟୋଜନ କରିବା ପାଇଁ ଆବେଦନକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ଏଥିପାଇଁ ଅନାଥାଶ୍ରମ ଚୟନ କରିବେ ଓ ଏହାର ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶ ସଂକ୍ରାନ୍ତରେ ଅବଗତ କରିବେ । ଏକ ସପ୍ତାହର ଶିକ୍ଷାଦାନ ବା କର୍ମଶାଳା ଆୟୋଜନ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ଅନାଥାଶ୍ରମର ମୁଖ୍ୟଙ୍କ ଠାରୁ ଏ ସମ୍ପର୍କିତ ପ୍ରମାଣପତ୍ର ଆଣିବେ । ଏପରି ପ୍ରମାଣପତ୍ର ଚାରି ସପ୍ତାହ ଭିତରେ ହାଇକୋର୍ଟରେ ଆବେଦନକାରୀ ଦାଖଲ କରିବେ ବୋଲି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି ।

କ'ଣ ଥିଲା ପୂରା ଘଟଣା ?
ଭୁବନେଶ୍ବରର ଏକ ଘରୋଇ ଆଇନ ଶିକ୍ଷା ଅନୁଷ୍ଠାନରେ ବରିଷ୍ଠ ଛାତ୍ରମାନେ ଜଣେ କନିଷ୍ଠ ଛାତ୍ରଙ୍କୁ ରାଗିଂ କରିଥିବା ନେଇ ଭରତପୁର ଥାନାରେ ଅଭିଯୋଗ ହୋଇଥିଲା । ରାଗିଂ କରିଥିବା ବରିଷ୍ଠ ଛାତ୍ରମାନେ କନିଷ୍ଠ ଛାତ୍ର ଜଣଙ୍କୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା । ପୀଡ଼ିତ କନିଷ୍ଠ ଛାତ୍ରଙ୍କ ବାପାଙ୍କ ୨୦୨୪, ମାର୍ଚ୍ଚ ୧୫ର ଏତଲା ଆଧାରରେ ଭରତପୁର ଥାନାରେ ଆଇପିସିର ୨୯୪, ୩୪୧, ୩୨୩, ୩୨୪, ୫୦୬, ୩୪ରେ ମାମଲା ରୁଜୁ ହୋଇଥିଲା । ବିଶ୍ବବିଦ୍ୟାଳୟ ଡିନଙ୍କୁ ମଧ୍ୟ ପୀଡ଼ିତ ଛାତ୍ରଙ୍କ ବାପା ଅଭି‌ଯୋଗ କରିବା ସହିତ ରାଗିଂରେ ସାମିଲ ଥିବା ବରିଷ୍ଠ ଛାତ୍ରଙ୍କ ନାଁରେ ଅଭିଯୋଗ କରିଥିଲେ ।

ଏହା ମଧ୍ୟ ପଢନ୍ତୁ...MKCG ମେଡିକାଲ କଲେଜ ରାଗିଂ ଅଭିଯୋଗ ସତ୍ୟ ନୁହେଁ କହିଲେ କର୍ତ୍ତୃପକ୍ଷ - MKCG MEDICAL RAGGING

ଏହା ମଧ୍ୟ ପଢନ୍ତୁ...କେନ୍ଦୁଝର ଇଞ୍ଜିନିୟରିଂ କଲେଜରେ ରାଗିଂ, ଲୁହା ରଡରେ ପିଟିବା ସହ ନିର୍ଯାତନା - RAGGING IN ENGINEERING COLLEGE

ଏହା ମଧ୍ୟ ପଢନ୍ତୁ...MKCG ରେ ପୁଣି ରାଗିଂ ! 5 ସିନିୟର ହଷ୍ଟେଲରୁ ବହିଷ୍କୃତ, ଅପରାଧିକ ମାମଲା ରୁଜ - MKCG MEDICAL COLLEGE

ପରବର୍ତ୍ତୀ ସମୟରେ ବିବାଦ ଆପୋଷ‌ରେ ସମାଧାନ ହୋଇଥିବା ଦର୍ଶାଇ ରାଗିଂରେ ସମ୍ପୃକ୍ତ ବରିଷ୍ଠ ଆଇନ ଛାତ୍ରମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଶୁଭେଚ୍ଛୁ ଓ ଅଭିଭାବକଙ୍କ ହସ୍ତକ୍ଷେପ ପରେ ଉଭୟ ପକ୍ଷଙ୍କ ମଧ୍ୟରେ ମାମଲାର ସମାଧାନ ହୋଇଛି ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା । ଏତଲାକାରୀଙ୍କ ତରଫରୁ ମଧ୍ୟ ଏକ ସତ୍ୟପାଠ ହାଇକୋର୍ଟରେ ଦାଖଲ କରାଯାଇଥିଲା । ଶୁଭେଚ୍ଛୁଙ୍କ ହସ୍ତକ୍ଷେପ ପରେ ବିବାଦର ସମାଧାନ ହୋଇଛି ଓ ଉଭୟ ପକ୍ଷ ଶାନ୍ତିପୂର୍ଣ୍ଣ ଭାବେ ରହୁଛନ୍ତି ବୋଲି ସତ୍ୟପାଠରେ ଉଲ୍ଲେଖ ମଧ୍ୟ କରାଯାଇଥିଲା ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.