ETV Bharat / sports

ଶୁଭ ଶନିବାର, ଏହି ଦିନ 3ଟି ବିଶ୍ୱକପ୍ ଜିତିଛି ଟିମ୍‌ ଇଣ୍ଡିଆ - saturday lucky for team india

author img

By ETV Bharat Odisha Team

Published : Jul 1, 2024, 4:00 PM IST

Saturday Lucky for Team India: ଟିମ୍‌ ଇଣ୍ଡିଆ ପାଇଁ ଶୁଭ ଶନିବାର । ଏହି ଦିନ ତିନି ତିନି ଥର ବିଶ୍ବକପ ଜିତିଛି ଭାରତ । ଅଧିକ ପଢନ୍ତୁ

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଟିମ୍‌ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଛି ଶନିବାର । ଏହି ଗୋଟିଏ ବାରରେ ତିନି ଥର ବିଶ୍ବକପ ହାତେଇଛି ମେନ ଇନ ବ୍ଲୁ । ପ୍ରଥମ ଥର ପାଇଁ 1983 ଜୁନ୍‌ 25 ତାରିଖରେ କପିଲ ଦେବଙ୍କ ନେତୃତ୍ବରେ ପ୍ରଥମ ବିଶ୍ବକପ ଜିତିଥିଲା ଟିମ୍‌ ଇଣ୍ଡିଆ । 2011ରେ ଧୋନିଙ୍କ ନେତୃତ୍ବରେ ବିଶ୍ବକପ ହାତେଇଥିଲା ଭାରତ । ଏହାପରେ 2024 ଜୁନ 29 ତାରିଖରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଟି 20 ବିଶ୍ବକପ ହାତେଇଛି ଇଣ୍ଡିଆ । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି କି ବର୍ଷ ଓ ଦିନ ଅଲଗା ହୋଇଥିଲେ ମଧ୍ୟ ଗୋଟିଏ ବାରରେ ଅର୍ଥାତ ଶନିବାର ଦିନ ହିଁ ଫାଇନାଲ ମ୍ୟାଚ ରହିଥିଲା ଓ ଭାରତ ବିଜୟୀ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ-ବାରବାଡୋସରେ ଭୟଙ୍କର ଘୂର୍ଣ୍ଣିଝଡ; ସ୍ବଦେଶ ଫେରିବା ଚିନ୍ତାରେ ବିଶ୍ୱ ଚମ୍ପିଆନ ଟିମ୍‌ ଇଣ୍ଡିଆ, ଚାର୍ଟାଡ୍ ବିମାନ ପଠାଇବ ବିସିସିଆଇ - Hurricane Beryl

ଶନିବାର ଦିନ 1983 ବିଶ୍ବକପ ଟ୍ରଫି ଉଠାଇଥିଲେ କପିଲ ଦେବ: ଭାରତୀୟ ଟିମର ପୂର୍ବତନ କ୍ରିକେଟର କପିଲ ଦେବଙ୍କ ନେତୃତ୍ୱରେ ଭାରତ 1983 ମସିହାରେ 25 ଜୁନ୍ ପ୍ରଥମ ଥର ବିଶ୍ୱକପ୍ ଟାଇଟଲ ଜିତିଥିଲା । ସେହି ଦିନ ଶନିବାର ଥିଲା । ଲଣ୍ଡନର ଲର୍ଡ୍ସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ମୁକାବିଲା ହୋଇଥିଲା । ଶକ୍ତିଶାଳୀ ଇଣ୍ଡିଜକୁ ହରାଇବା ଭାରତ ପକ୍ଷରେ କଷ୍ଟକର ହୋଇପଡିଥିଲା । ଟୁର୍ଣ୍ଣାମେଣ୍ଟରେ ଭାରତର ପ୍ରଦର୍ଶନ ଭଲ ନଥିଲା, ଲାଗୁଥିଲା ଦଳ ପରାଜିତ ହୋଇଯିବ । କିନ୍ତୁ ଖେଳର ମୋଡ ବଦଳାଇ ଦେଇଥିଲେ ବୋଲର । ଭିଭିଆନ୍ ରିଚାର୍ଡସଙ୍କୁ ସଟକୁ କପିଲ ଦେବ କ୍ୟାଚ୍ ଧରିବା ପରେ କମ୍ ସ୍କୋରିଂ ମ୍ୟାଚରେ ଭାରତ ବିଜୟୀ ହେବା ଆଶା ଦୃଢ ହୋଇଥିଲା । ଅଧିନାୟକ କପିଳ ଦେବଙ୍କ ନେତୃତ୍ବରେ ୱେଷ୍ଟ ଇଣ୍ଡିଜ ବ୍ୟାଟରଙ୍କୁ ଚକ୍ରବ୍ୟୁହରେ ଫସାଇ ବିଶ୍ବକପ ଟାଇଟଲ ଜିତିଥିଲା ଟିମ୍‌ ଇଣ୍ଡିଆ ।

ଶନିବାର ବିଶ୍ବକପ ଟ୍ରଫି ଉଠାଇଥିଲେ ଧୋନି: 2011 ଏପ୍ରିଲ 2 ତାରିଖ । ସେ ଦିନ ଥିଲା ଶନିବାର । ଦିନିକିଆ ବିଶ୍ବକପ ଫାଇନାଲରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଭାରତ ଓ ଶ୍ରୀଲଙ୍କା । ଧୋନିଙ୍କ ନେତୃତ୍ବରେ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କାକୁ ମାତ ଦେଇ ଦ୍ବିତୀୟ ଥର ଦିନିକିଆ ବିଶ୍ବକପ ଟ୍ରଫି ଜିତିଥିଲା । ଏହା ପରେ ପୁରା ଦେଶ ଖୁସିରେ ନାଚି ଉଠିଥିଲା ।

ଶନିବାର ଟି 20 ବିଶ୍ବକପ ଟ୍ରଫି ଉଠାଇଥିଲେ ରୋହିତ: ଚଳିତ ବର୍ଷ ଖେଳାଯାଇଥିବା ଟି 20 ବିଶ୍ବକପ ଜୁନ 29 ତାରିଖରେ ଶେଷ ହୋଇଛି । ଏହି ଦିନ ଥିଲା ଶନିବାର । ବିଶ୍ବ ବିଜେତା ହେବା ପାଇଁ ଦକ୍ଷିଣ ଆଫ୍ରିକା ଓ ଭାରତ ମୁହାଁମୁହିଁ ହୋଇଥିଲେ । ଭାରତ ଏହି ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିଲା । 7 ଓ୍ବିକେଟରେ ହାରିଥିଲା ଦକ୍ଷିଣ ଆଫ୍ରିକା । 17 ବର୍ଷ ପରେ ଟି 20 ବିଶ୍ବକପ ଟ୍ରଫି ଭାରତକୁ ଆସିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.